ଇନଷ୍ଟା ସଲ୍ଭର

ଗାଣିତିକ ଧାରା ଅଙ୍କ ସମାଧାନ କରିବା ଏତେ ସହଜ ନୁହେଁ । ଏଥିପାଇଁ ଜଟିଳ ଗାଣିତିକ କନସେପ୍ଟଗୁଡ଼ିକର ସମାଧାନ ଏବଂ ଗାଣିତିକ କନସେପ୍ଟଗୁଡ଼ିକର ଗଣନାକାରୀ ଗ୍ରାଫ୍ ଗଠନ ପାଇଁ ମୂଳ ଭାଷାକୁ ବୁଝିବା ସହ ବ୍ୟାଖ୍ୟା କରିବାର ଦକ୍ଷତା ଆବଶ୍ୟକ । Embibe ର ବିଷୟବସ୍ତୁ ଇଣ୍ଟେଲିଜେନ୍ସ ଷ୍ଟାକ୍ ରେ 2000 ରୁ ଅଧିକ ସଲ୍ଭର ରହିଛି । ଏହା ହେଉଛି ଏକ NP- କଠିନ ସମସ୍ୟା ଯେଉଁଠାରେ ବ୍ରୁଟ ଫୋର୍ସ ପଦ୍ଧତିରେ ଆକଳନ ଯୋଗ୍ୟ ଗାଣିତିକ ଧାରା ଅଙ୍କର ସମାଧାନର ପ୍ରତୀକାତ୍ମକ ଜଟିଳତା 2 20 ରୁ ଅଧିକ ଅଟେ ।

ଜଟିଳ ଧାରା ଅଙ୍କ ସମାଧାନ ପାଇଁ ବିଦ୍ୟାର୍ଥୀମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ଲାଗି ଇନଷ୍ଟା ସଲ୍ଭର ବିକାଶ କରାଯାଉଛି । ଗଭୀର ଶିକ୍ଷଣ ଭାଷା ମଡେଲଗୁଡିକରେ ହୋଇଥିବା ସଦ୍ୟତମ ଅଗ୍ରଗତିକୁ ଏଥିରେ ବ୍ୟବହାର କରାଯାଉଛି ଏବଂ ଗଣିତ ତଥ୍ୟାବଳୀ ସଂଗ୍ରହ ବ୍ୟବହାର କରିବାରେ ଏହା ଦକ୍ଷ । ଏହା କେବଳ ଗଣନାକାରୀ ଗ୍ରାଫ୍ ଗଠନ କରେ ନାହିଁ, ଯେଉଁଠାରେ ପ୍ରତ୍ୟେକ ନୋଡ୍ ଏକ ଗାଣିତିକ ରୂପାନ୍ତର ଅଟେ । ଏସବୁ ପ୍ରତ୍ୟେକ ରୂପାନ୍ତର ପାଇଁ ଯୁକ୍ତି କଣ ହେବ, ତାହାର ପୂର୍ବାନୁମାନ କରେ । ଇନଷ୍ଟା ସଲ୍ଭର ଏହି ଗଣନାକାରୀ ଗ୍ରାଫକୁ କାର୍ଯ୍ୟରେ ଲଗାଇ ସୋପାନ ପରେ ସୋପାନ ପୂର୍ବକ ସମାଧାନ କରିବାରେ ସକ୍ଷମ ହୋଇଥାଏ ।

ବର୍ତ୍ତମାନର ଇନଷ୍ଟା ସଲ୍ଭର କ୍ଷମତା ବ୍ୟବହାର କରି ଆମେ ଷଷ୍ଠ, ସପ୍ତମ, ଏବଂ ଅଷ୍ଟମ ଶ୍ରେଣୀର 3ଟିରୁ ଗୋଟିଏ ଗଣିତ ପ୍ରଶ୍ନର ଆପେ ଆପେ ସମାଧାନ କରିପାରିବା ।

ଏକ ଉଦାହରଣ ସହିତ ବର୍ଣ୍ଣନା କରିବା:

ଷଷ୍ଠ BSE ରୁ ଏଠାରେ ଏକ ପ୍ରଶ୍ନ ରହିଛି:

“ଅଙ୍କରେ ଲେଖ – ଦୁଇ ଲକ୍ଷ ପଚାଶ ହଜାର ନଅ ଶହ ଛତିଶ ।”

ତେଣୁ, ପ୍ରଥମ ପର୍ଯ୍ୟାୟରେ, ଆମେ କେଉଁ ସଲଭର କୋଡ୍ ବ୍ୟବହାର କରି ଏହି ପ୍ରଶ୍ନକୁ ସମାଧାନ କରିପାରିବା, ତାହା ଚିନ୍ତା କରିବା । ସେହି କୋଡ୍ ଟି ହେଉଛି “convert_text_to_number” ।

ପରବର୍ତ୍ତୀ ପର୍ଯ୍ୟାୟରେ, ଆମେ ଏହାର ମୂଲ୍ୟାଙ୍କନ କରିବା ପାଇଁ ପୂର୍ବାନୁମାନ କରାଯାଇଥିବା ସଲଭର ପାଇଁ ଆର୍ଗୁମେଣ୍ଟ ଆଣିବା । ତେଣୁ, ଏହି କ୍ଷେତ୍ରରେ, ସଲଭର ପାଇଁ ଇନପୁଟ୍ ଆର୍ଗୁମେଣ୍ଟ “ଦୁଇ ଲକ୍ଷ ପଚାଶ ହଜାର ନଅ ଶହ ଛତିଶ” ହେବ ।

ତେଣୁ, ଆମେ ସମ୍ପୂର୍ଣ୍ଣ ସଲଭର ଏହିପରି ପାଇଥାଉ:

convert_text_to_number (ଦୁଇ ଲକ୍ଷ ପଚାଶ ହଜାର ନଅ ଶହ ଛତିଶ)

ତା’ପରେ ଆମେ ଉତ୍ତର ଏବଂ ସୋପାନମୂଳକ ସମାଧାନ ପାଇବା ପାଇଁ ଆର୍ଗୁମେଣ୍ଟ ସହିତ ସଲଭରକୁ ମୂଲ୍ୟାଙ୍କନ କରୁ, ଯାହା ଏହିପରି ହୁଏ:

ଏହାର କଭରେଜ୍ ଏବଂ ଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ନୂତନ କୌଶଳ ଉଦ୍ଭାବନ କରିବାକୁ ଆମେ ସକ୍ରିୟ ଭାବରେ ଏହି ସମସ୍ୟା ଉପରେ ଅନୁସନ୍ଧାନ ଜାରୀ ରଖିଛୁ ।

← AI ହୋମ୍‌କୁ ଫେରନ୍ତୁ