ଲର୍ଣ୍ଣିଂ ଆଉଟକମ୍ ଉପରେ ବିଦ୍ୟାର୍ଥୀଙ୍କ ଆଚରଣର ପ୍ରଭାବ
ଏକାଡେମିକ୍ ସଫଳତା ହେଉଛି ଶିକ୍ଷା ଓ ମୂଲ୍ୟାୟନ ପରିସର ମଧ୍ୟରେ ଏକ ପ୍ରତିଷ୍ଠିତ ଶବ୍ଦ, ଯାହାର ପରିଭାଷାରେ ବର୍ଷ ବର୍ଷ ଧରି ଅନେକ ପରିବର୍ତ୍ତନ ହୋଇଛି । କେତେକ ‘ଏକାଡେମିକ୍ ସଫଳତା’ କ୍ରମାନ୍ୱୟରେ ହେଉଥିବା ପରୀକ୍ଷାରେ ରଖିଥିବା ଗ୍ରେଡ୍ ଅନୁଯାୟୀ ପରିଭାଷିତ ହୋଇଥାନ୍ତି, ଅନ୍ୟକେତେକ ଏହି ଶବ୍ଦକୁ ଅଧିକ ବ୍ୟାପକ ଅର୍ଥରେ ବ୍ୟବହାର କରିବାକୁ ଚାହିଁଥାନ୍ତି । ଏ ସମ୍ପର୍କରେ ଅନେକ ଅଧ୍ୟୟନ ହୋଇଛି ଏବଂ ସେଗୁଡିକ ଦର୍ଶାଇଛି ଯେ ଏକାଡେମିକ୍ ସଫଳତା କେବଳ ପରୀକ୍ଷାରେ ମିଳିଥିବା ମାର୍କ ନୁହେଁ ବରଂ କୌଣସି ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ମନୋଭାବରେ ଉନ୍ନତି, ଶିକ୍ଷାଗତ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କର ଶିକ୍ଷଣ ଓ ସର୍ବାଙ୍ଗୀନ ବିକାଶକୁ ବୁଝାଏ । Embibeରେ, ଆମେ ଜଣେ ବିଦ୍ୟାର୍ଥୀଙ୍କ ଟେଷ୍ଟରେ ପ୍ରଦର୍ଶନ ମାପିବା ପାଇଁ (Embibe ସ୍କୋର୍ ଅନୁପାତ) ପରି ବିଭିନ୍ନ ପାରାମିଟର ପ୍ରସ୍ତୁତ କରିଛୁ । ଆମେ ବିଭିନ୍ନ ମାନକ ମଡେଲଗୁଡିକ ବ୍ୟବହାର କରୁଛୁ ଯେପରି କନସେପ୍ଟ ମାଷ୍ଟରୀ ଯାହା (ବାଇସିଆନ୍ ନଲେଜ୍ ଟ୍ରେସିଂ) ଆଲଗୋରିଦମ୍ ଉପରେ ଅଧିକ ନିର୍ଭର କରେ ।
ଏବେ ଆମେ ଏକ ନୂଆ ମେଟ୍ରିକ-ସାଧୁତା ସ୍କୋର୍ ବିକଶିତ କରିଛୁ, ଯାହା ତିନିଟି ମାନଦଣ୍ଡ ମାପିଥାଏ ଏବଂ ଆଚରଣ ଓ ଆଚରଣସମୂହ ପ୍ରଦାନ କରିଥାଏ ।
- ସଠିକତା: ଟେଷ୍ଟରେ ଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରୟାସ କରାଯାଇଥିବା ମୋଟ ପ୍ରଶ୍ନମଧ୍ୟରୁ ଠିକ୍ ଉତ୍ତର ଦେଇଥିବା ପ୍ରଶ୍ନର ପ୍ରତିଶତ
- ପ୍ରୟାସ ପ୍ରତିଶତ: ଟେଷ୍ଟରେ ସମୁଦାୟ ପ୍ରଶ୍ନର ଶିକ୍ଷାର୍ଥୀ ଦ୍ୱାରା ପ୍ରୟାସ କରାଯାଇଥିବା ପ୍ରଶ୍ନର ପ୍ରତିଶତ
- ସମୟ ପ୍ରତିଶତ: ଟେଷ୍ଟ ପାଇଁ ଥିବା ମୋଟ ସମୟରୁ ଶିକ୍ଷାର୍ଥୀ ନେଇଥିବା ସମୟର ପ୍ରତିଶତ
ପ୍ରତ୍ୟେକ ପାରାମିଟରକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ଯାହା 10 ଟି ଅନନ୍ୟ ଆଚରଣରେ ପରିଣତ ହୁଏ – ଚାରିଟି ସକରାତ୍ମକ, ପାଞ୍ଚଟି ନକାରାତ୍ମକ ଏବଂ ଗୋଟିଏ ନିରପେକ୍ଷ ଆଚରଣ । ସର୍ବୋତ୍ତମ ଆଚରଣ ଠାରୁ ଆରମ୍ଭ କରି ସମ୍ଭାବ୍ୟ ଖରାପ ଆଚରଣ ପର୍ଯ୍ୟନ୍ତ ପ୍ରତ୍ୟେକ ଆଚରଣ ପାଇଁ ଏକ ରାଙ୍କ୍ ବଣ୍ଟନ କରାଯାଇଛି । କମ୍ ସକରାତ୍ମକ ମାନ୍ୟତା ପ୍ରାପ୍ତ ଆଚରଣ ତୁଳନାରେ ପ୍ରତ୍ୟେକ ଆଚରଣର ଟେଷ୍ଟ-ଅନ୍-ଟେଷ୍ଟ ସ୍କୋରର ଉନ୍ନତି ଚିହ୍ନଟ କରିବାକୁ ଏକ ଆଲଗୋରିଦମ ବିକାଶ ପାଇଁ 2.5 ମିଲିୟନ୍ ବୈଧ ପରୀକ୍ଷା ଅଧିବେଶନକୁ ବିଶ୍ଳେଷଣ କରାଯାଇଥାଏ । ଫଳାଫଳଗୁଡିକ ଏକ ତଥ୍ୟ-ଚାଳିତ ଢଙ୍ଗରେ ଯାଞ୍ଚ କରାଯାଇଥାଏ । ଦୀର୍ଘ ଦିନ ଧରି ଏହା ସତ୍ୟ ପ୍ରମାଣିତ ହୋଇଛି ଯେ ଜଣେ ଛାତ୍ରଙ୍କ ମନୋଭାବ ସେମାନଙ୍କ ଅଗ୍ରଗତି ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ ଏବଂ ଏଭଳିକି ଜଣେ ପାଠରେ ଦୁର୍ବଳ ଛାତ୍ରଙ୍କୁ ମଧ୍ୟ ବଡ଼ ଫଳାଫଳ ହାସଲ କରିବାରେ ଏହା ସାହାଯ୍ୟ କରିଥାଏ । ଛାତ୍ରମାନଙ୍କ ଟେଷ୍ଟ ଅଧିବେଶନର ସୀମା ଓ ଶ୍ରେଣୀକରଣ ଆଧାରରେ, ଆମେ କମ୍ ସକାରାତ୍ମକ ଆଚରଣ ତୁଳନାରେ ଏକ ଆଚରଣ ହାରାହାରି କେତେ ଶୀଘ୍ର ବିକାଶ ହୁଏ, ତାହା ଆକଳନ କରିପାରିବା ଏବଂ ଉପଯୁକ୍ତ ଆଚରଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଏବଂ ଉନ୍ନତ ଆଚରଣ ସହିତ ଅଗ୍ରଗତି ହାର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇପାରିବା । ଏହିପରି ଶିକ୍ଷଣ ଫଳାଫଳକୁ ଉନ୍ନତ କରିପାରିବା ।
ସାରଣୀ 1: ମେଟାଡାଟା ଯୁକ୍ତ ବିଭିନ୍ନ ସାଧୁତା ସ୍କୋର ଆଚରଣ
ସାଧୁତା ସ୍କୋର | ଅର୍ଥ | ରାଙ୍କ୍/ଗୁରୁତ୍ୱ (1->ଶ୍ରେଷ୍ଠ, 10->ସବୁଠୁଁ ଖରାପ) | ସ୍ୱଭାବ |
ଇନ୍ କଣ୍ଟ୍ରୋଲ୍ | ପିଲାଜଣଙ୍କ ଆବଶ୍ୟକ ପ୍ରୟାସ କରୁଛନ୍ତି ଏବଂ ପ୍ରାୟ ସଫଳ ହେଉଛନ୍ତି | 1 | ସକାରାତ୍ମକ |
ମାରାଥନର୍ | ହାରାହାରି ଅଧିବେଶନ ଅବଧିର ଦୃଢତା ଅଧିକ | 2 | ସକାରାତ୍ମକ |
କଠିନ ଚେଷ୍ଟା | ପିଲାଜଣକ ଅଧିକ ପରିଶ୍ରମ କରୁଛନ୍ତି, କିନ୍ତୁ ସଫଳତା ପାଇବାରେ ପ୍ରାୟ ବିଫଳ ହେଉଛନ୍ତି | 3 | ସକାରାତ୍ମକ |
ସଫଳତା ହାସଲ | ହାରାହାରି ସେସନ୍ ଅବଧିର ଦୃଢତା ହାରିହାରି ଅଟେ | 4 | ସକାରାତ୍ମକ |
ଧୀର | ପିଲାଟି ବହୁତ ପରିଶ୍ରମ କରି ସଫଳ ହୋଇପାରେ| | 5 | ନିରପେକ୍ଷ |
ଅଧିକ ପରିଶ୍ରମ ଦରକାର | ପ୍ରାୟ ସଫଳତା ହାସଲ ପାଇଁ ପିଲାଟି ଯଥେଷ୍ଟ ପରିଶ୍ରମ କରୁନାହିଁ | 6 | ନକାରାତ୍ମକ |
ଅଧିକ ଆତ୍ମବିଶ୍ୱାସୀ | ପିଲାଟି ଅତ୍ୟଧିକ ଆତ୍ମ ବିଶ୍ୱାସୀ ଏବଂ ଯଥେଷ୍ଚ ପରିଶ୍ରମ ନକରି ନିଜ ଅନୁସାରେ ଲେଖିଥାଏ | 7 | ନକାରାତ୍ମକ |
କମ୍ ଆତ୍ମବିଶ୍ୱାସ | ପିଲାଟି କମ୍ ଆତ୍ମ ବିଶ୍ୱାସୀ ଏବଂ ନିଜ ଅନୁସାରେ ଲେଖିପାରେ ନାହିଁ | 8 | ନକାରାତ୍ମକ |
ଜମ୍ପିଂ ଆରାଉଣ୍ଡ | ହାରାହାରି ସେସନ୍ ଅବଧିର ଦୃଢତା ଅତ୍ୟନ୍ତ କମ୍ | 9 | ନକାରାତ୍ମକ |
ଅବହେଳା (ଆଗ୍ରହର ଅଭାବ,ଗୁରୁତ୍ୱ ନଦେବା, ଧ୍ୟାନ ନଦେବା) | ପିଲାଟି ମୁଖ୍ୟତଃ ପାଖରେ ଥିବା ଜ୍ଞାନ ପ୍ରୟୋଗ କରୁନାହିଁ ଏବଂ ଫଳସ୍ୱରୂପ ମାର୍କ ପାଉନାହିଁ | | 10 | ନକାରାତ୍ମକ |
ଆଲଗୋରିଦିମ୍:
ଇନପୁଟ୍:
N: ସକାରାତ୍ମକ ସ୍କୋର ବିକାଶ ବିଶିଷ୍ଟ ବୈଧ ଟେଷ୍ଟ ସେସନ୍ ର ମୋଟ ସଂଖ୍ୟା
p: ସାଧୁତା ସ୍କୋର୍ ଆଚରଣର ସଂଖ୍ୟା
ଆଉଟପୁଟ୍ :
ପ୍ରତ୍ୟେକ ସାଧୁତା ସ୍କୋର ଆଚରଣ ପାଇଁ (ରାଙ୍କ୍ 1-9), ହାରାହାରି, ସମସ୍ତ କମ୍ ସକାରାତ୍ମକ ସାଧୁତା ସ୍କୋର ଆଚରଣରେ ଟେଷ୍ଟ-ଅନ୍-ଟେଷ୍ଟ ଉନ୍ନତି କେତେ ଶୀଘ୍ର ଦେଖାଯାଇଛି ।
ଶବ୍ଦାବଳୀ :
- ପ୍ରି-ଟେଷ୍ଟ: ଏକ ନିର୍ଦ୍ଦିଷ୍ଟ ପରୀକ୍ଷାକୁ ନେଇ ୟୁଜର ଦ୍ୱାରା ଦିଆଯାଇଥିବା ଯେକୌଣସି କ୍ରମିକ ଟେଷ୍ଟ (ଟାଇମଷ୍ଟାମ୍ପ ଦ୍ୱାରା ସଜ୍ଜିତ ହୋଇଥିବା) ମଧ୍ୟରୁ ପ୍ରଥମ ଟେଷ୍ଟକୁ ପ୍ରି-ଟେଷ୍ଟ କୁହାଯାଏ ।
- ପୋଷ୍ଟ-ଟେଷ୍ଟ: ଏକ ନିର୍ଦ୍ଦିଷ୍ଟ ପରୀକ୍ଷାକୁ ନେଇ ୟୁଜର ଦ୍ୱାରା ଦିଆଯାଇଥିବା ଯେକୌଣସି କ୍ରମିକ ଟେଷ୍ଟ (ଟାଇମଷ୍ଟାମ୍ପ ଦ୍ୱାରା ସଜ୍ଜିତ ହୋଇଥିବା) ମଧ୍ୟରୁ ଦ୍ୱିତୀୟ ଟେଷ୍ଟକୁ ପୋଷ୍ଟ-ଟେଷ୍ଟ କୁହାଯାଏ ।
- ବୈଧ ଟେଷ୍ଟ ସେସନ୍: ଗୋଟିଏ ଟେଷ୍ଟ ସେସନ୍ କୁ ବୈଧ ବୋଲି ଧରାଯିବ, ଯଦି ଜଣେ ଛାତ୍ର :
- ଟେଷ୍ଟ ପାଇଁ ଥିବା ସମୟରୁ ନେଇଥିବେ >= 10% ସମୟ
- ଟେଷ୍ଟରେ ଥିବା ମୋଟ୍ ପ୍ରଶ୍ନରୁ ଉତ୍ତର ଦେଇଥିବେ >= 10% ପ୍ରଶ୍ନ
- ଟେଷ୍ଟ ରେ ରଖିଥିବା ମାର୍କ >= 0
- କମ୍ ସକାରାତ୍ମକ ସାଧୁତା ସ୍କୋର୍ ଆଚରଣ: ସାଧୁତା ସ୍କୋର୍ ଆଚରଣ ଦ୍ୱିତୀୟ ସ୍କୋର୍ ଆଚରଣ ଠାରୁ କମ୍ ସକାରାତ୍ମକ ବୋଲି ଧରାଯିବ, ଯଦି ସାରଣୀ 1 ଆଧାରରେ ଏହାର ରାଙ୍କ୍ ମୂଲ୍ୟ ଦ୍ୱିତୀୟ ଠାରୁ ଅଧିକ ହେବ । ସେହିଭଳି, ସାଧୁତା ସ୍କୋର୍ ଆଚରଣ ଦ୍ୱିତୀୟ ଆଚରଣ ଠାରୁ ଭଲ ବା ଅଧିକ ସକାରାତ୍ମକ ସାଧୁତା ସ୍କୋର ଆଚରଣ ଭାବେ ଧରାଯିବ, ଯଦି ଏହା ଦ୍ୱିତୀୟ ଆଚରଣ ଠାରୁ କମ୍ ରାଙ୍କ୍ ର ହୋଇଥିବ ।
ପ୍ରଣାଳୀ:
1. Embibeର ସମସ୍ତ ଟେଷ୍ଟ ସେସନ୍ ରୁ କେବଳ ବୈଧ ଟେଷ୍ଟ ସେସନ୍ ବିଚାରକୁ ନିଆଯାଏ ।
ଏହି ସୋପାନ ପାଇଁ ସମୟ ଜଟିଳତା = O(N)
2. ପ୍ରତ୍ୟେକ ୟୁଜର ପାଇଁ, ସେମାନଙ୍କର ଟେଷ୍ଟ୍ ସେସନ୍ ସଠିକତା, ପ୍ରୟାସ ପ୍ରତିଶତ ଏବଂ ସେହି ଟେଷ୍ଟ ସେସନରେ ବିତାଇଥିବା ସମୟ ଆଧାରରେ ସାଧୁତା ସ୍କୋର ଆଚରଣରେ ଶ୍ରେଣୀଭୁକ୍ତ କରାଯାଇଥିଲା ।
ଏହି ସୋପାନ ପାଇଁ ସମୟ ଜଟିଳତା = O(N)
3. ସମାନ ଲକ୍ଷ୍ୟ ନାମ ଓ ପରୀକ୍ଷା ନାମ ବିଶିଷ୍ଟ ଟାଇମଷ୍ଟ୍ୟାମ୍ପ ଦ୍ୱାରା ସଜାଯାଇଥିବା ପ୍ରି-ଟେଷ୍ଟ ଓ ପୋଷ୍ଟ-ଟେଷ୍ଟ ମଧ୍ୟରେ ସ୍କୋର ପାର୍ଥକ୍ୟ ହିସାବ କରାଯାଇଥାଏ ।
ଏହି ସୋପାନ ପାଇଁ ସମୟ ଜଟିଳତା = O(NlogN)
4. ପ୍ରି-ଟେଷ୍ଟରେ ମିଳିଥିବା ସବୁଠାରୁ ଖରାପ ସାଧୁତା ସ୍କୋର ଆଚରଣରେ ସାରଣୀ 1 ଆଧାରରେ ମିଳିଥିବା ର୍ୟାଙ୍କ୍ ବ୍ୟବହାର ହୋଇଥାଏ । ଯେକୌଣସି ଟେଷ୍ଟ୍ ସେସନ୍ ରେ ଜଣେ ଶିକ୍ଷାର୍ଥୀଙ୍କୁ 2 କିମ୍ବା ଅଧିକ ଆଚରଣରେ ଶ୍ରେଣୀଭୁକ୍ତ କରାଯାଇପାରେ ।
ଏହି ସୋପାନ ପାଇଁ ସମୟ ଜଟିଳତା = O(N)
5. ଯେଉଁ ସମସ୍ତ ଟେଷ୍ଟ ଏଣ୍ଟ୍ରିରେ ଶିକ୍ଷାର୍ଥୀମାନେ ପୋଷ୍ଟ-ଟେଷ୍ଟର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହାକୁ ପ୍ରତ୍ୟେକ ଆଚରଣ ପାଇଁ ନିଆଯିବ ।
ଦିଆଯାଇଥିବା ରାକିଂ ଅନୁସାରେ ପ୍ରି ଓ ପୋଷ୍ଟ-ଟେଷ୍ଟ ମଧ୍ୟରେ ଯେଉଁ ଟେଷ୍ଟ ଏଣ୍ଟ୍ରିରେ ଶିକ୍ଷାର୍ଥୀଙ୍କ ଆଚରଣରେ ଉନ୍ନତି ହୋଇଛି, ତାହାକୁ ନିଆଯାଇଥିଲା ।
ଆମେ ସ୍କୋର ଉନ୍ନତି ଉପରେ ଆଚରଣର ପରିବର୍ତ୍ତନର ଭାରିତ ମାଧ୍ୟ ପାଇଲେ ।
ଭାରିତ_ମାଧ୍ୟ = (( Σ(ପ୍ରି-ଟେଷ୍ଟ ସାଧୁତା ସ୍କୋର୍ ର ଭାରିତ – ପୋଷ୍ଟ-ଟେଷ୍ଟ ସାଧୁତା ସ୍କୋର୍ ର ଭାରିତ)* ୟୁଜର_ ଦ୍ୱାରା_ହାସଲହୋଇଥିବା_ସ୍କୋର_ଉନ୍ନତି)/ ଗ୍ରୁପ୍ ଆକାର ) * (ନର୍ମାଲାଇଜେସନ୍ ଫ୍ୟାକ୍ଟର)
ଯେଉଁଠାରେ ନର୍ମାଲାଇଜେସନ୍ ଫ୍ୟାକ୍ଟର = ସାଧୁତା ସ୍କୋରର ସଂଖ୍ୟା/Σ(ପ୍ରତି ସାଧୁତା ସ୍କୋରକୁ ଦିଆଯାଇଥିବା ଭାରିତ) = 10/55
ଯେହେତୁ ଆମେ ପ୍ରତି ରାଙ୍କ୍ କୁ ଅସମାନ ଭାରିତ ଦେଇଛେ, ଆମକୁ ନର୍ମାଲାଇଜେସନ୍ ଫ୍ୟାକ୍ଟରକୁ ଅନ୍ତର୍ଗତ କରିବା ଦରକାର ।
ଯେହେତୁ ଆମେ ପ୍ରତି ରାଙ୍କ୍ କୁ ସମାନ ଭାରିତ ଦେଇଥିଲେ, ଯଦି ପ୍ରତ୍ୟେକ ରାଙ୍କ୍ ଭାରିତ 1 ହୁଏ, ତେବେ ରାଙ୍କ୍ ଭାରିତ 10 ହୋଇଥାନ୍ତା ।
ତେବେ, ଆମେ କ୍ଷେତ୍ରରେ, ଆମେ ସମାନ ଭାରିତ ଦେଇନାହୁଁ । ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ତୁଳନାତ୍ମକଭାବରେ, ଇନ୍ କଣ୍ଟ୍ରୋଲ୍ ରେ ଅବହେଳା ତୁଳନାରେ 10x ଭାରିତ ରହିଛି ।
“ଇନ୍ କଣ୍ଚ୍ରୋଲ୍”କୁ 10/55 ଭାରିତ ଏବଂ “ଅବହେଳା”କୁ 10 x 10/55 ଭାରିତ ପ୍ରଦାନ କରି ଏହା ହାସଲ କରାଯାଏ । ସେହିପରି, ପ୍ରତ୍ୟେକ ଆଚରଣ ରାଙ୍କ୍ * (10/55) ଯୁକ୍ତ ଭାରିତ ଦିଆଯାଇଛି ।
ଲକ୍ଷ୍ୟ କରନ୍ତୁ ଯେ ରାଙ୍କ୍ ∈ Z ଓ ରାଙ୍କ୍ ∈ [1,10] ପାଇଁ Σ(ରାଙ୍କ୍ * 10/55) ହେଉଛି 10, ଯଦି କୌଣସି ଭାରିତ ମାନଦଣ୍ଡ ନଥାନ୍ତା, ଏହା ମିଳିଥାନ୍ତା ।
ଏହି ସୋପାନ ପାଇଁ ସମୟ ଜଟିଳତା = O(pN)
6. 1.63.ର ଉତ୍ପାଦନ ଭାବେ ସ୍କେଲ୍ ଡାଉନ୍ ମୂଲ୍ୟ
ସ୍କେଲ୍ ଡାଉନ୍ ମୂଲ୍ୟ = (ରାଙ୍କ୍ ମଧ୍ୟରେ ସର୍ବାଧିକ ସମ୍ଭାବିତ ପରିବର୍ତ୍ତନ) * ନର୍ମାଲାଇଜେସନ୍ ଫ୍ୟାକ୍ଟର
= (10 – 1) *(10/55) = 9 * 10/55
= 1.63
ଏହି ସୋପାନ ପାଇଁ ସମୟ ଜଟିଳତା = O(p)
ଫ୍ଲୋଚାର୍ଟ
ପର୍ଯ୍ୟବେକ୍ଷଣ
ଆଚରଣ | ହାରାହାରି ବିକାଶ ଅନୁପାତ | SSS ଷ୍ଟ୍ରିଙ୍ଗ୍ | ସ୍ୱଭାବ |
ଇନ କଣ୍ଟ୍ରୋଲ୍ | 6.59 | ଇନ୍ କଣ୍ଟ୍ରୋଲ୍ରେ ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 6.6x ଅଧିକ ବିକାଶ କରିଥାଏ । | ସକାରାତ୍ମକ |
ମାରାଥନର୍ | 7.14 | ମାରାଥନର୍ ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 7.1x ଅଧିକ ବିକାଶ କରିଥାଏ । | ସକାରାତ୍ମକ |
କଠିନ ଚେଷ୍ଟା | 8.49 | କଠିନ ଚେଷ୍ଟା ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 8.5x ଅଧିକ ବିକାଶ କରିଥାଏ । | ସକାରାତ୍ମକ |
ସଫଳତା ହାସଲ | 6.19 | ସଫଳତା ହାସଲ ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 6.2x ଅଧିକ ବିକାଶ କରିଥାଏ । | ସକାରାତ୍ମକ |
ଧୀର | 4.28 | ଧୀର ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 4.3x ଅଧିକ ବିକାଶ କରିଥାଏ । | ନିରପେକ୍ଷ |
ଅଧିକ ପରିଶ୍ରମ ଦରକାର | 3.85 | ଅଧିକ ପରିଶ୍ରମ ଦରକାର ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 3.8x ଅଧିକ ବିକାଶ କରିଥାଏ । | ନକାରାତ୍ମକ |
ଅଧିକ ଆତ୍ମବିଶ୍ୱାସ | 5.51 | ଅଧିକ ଆତ୍ମବିଶ୍ୱାସ ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 5.5x ଅଧିକ ବିକାଶ କରିଥାଏ । | ନକାରାତ୍ମକ |
କମ୍ ଆତ୍ମବିଶ୍ୱାସ | 1.05 | କମ୍ ଆତ୍ମବିଶ୍ୱାସ ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 1.0x ଅଧିକ ବିକାଶ କରିଥାଏ । | ନକାରାତ୍ମକ |
ଜମ୍ପିଂ ଆରାଉଣ୍ଡ | 0.69 | ଜମ୍ପିଂ ଆରାଉଣ୍ଡ ସ୍ୱତନ୍ତ୍ରଭାବେ କମ୍ ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ 0.7x ଅଧିକ ବିକାଶ କରିଥାଏ । | ନକାରାତ୍ମକ |
ଅବହେଳା (ଆଗ୍ରହର ଅଭାବ,ଗୁରୁତ୍ୱ ନଦେବା, ଧ୍ୟାନ ନଦେବା) | 10 | ପିଲାଟି ମୁଖ୍ୟତଃ ପାଖରେ ଥିବା ଜ୍ଞାନ ପ୍ରୟୋଗ କରୁନାହିଁ ଏବଂ ଫଳସ୍ୱରୂପ ମାର୍କ ପାଉନାହିଁ । | ନକାରାତ୍ମକ |
4 ଟି ସକରାତ୍ମକ ଆଚରଣ ମଧ୍ୟରେ, ଏହା ଲକ୍ଷ୍ୟ କରାଯାଆଛି ଯେ ଅଧିକାଂଶ ଛାତ୍ରଙ୍କ ଟେଷ୍ଟ୍ ସେସନ୍ ରେ ମାରାଥନର୍ (35.4%) ଓ ସଫଳତା ହାସଲ (30%) ଆଚରଣ ଦେଖାଯାଏ । ନକାରାତ୍ମକ ଆଚରଣ ମଧ୍ୟରେ ଛାତ୍ରମାନେ ଜମ୍ପିଂ ଆରାଉଣ୍ଡ (33%) ଏବଂ ଅଧିକ ପରିଶ୍ରମ ଦରକାର (50%) ଆଚରଣ ଦେଖାଇଥାନ୍ତି ।
ଭବିଷ୍ୟତ କାର୍ଯ୍ୟ:
- ଛାତ୍ରମାନଙ୍କ ଆଚରଣକୁ ଚିହ୍ନିବା ପାଇଁ ପର୍ଯ୍ୟବେକ୍ଷଣ ବିନା ଶିକ୍ଷଣର ପ୍ରୟୋଗ – ବିତାଇଥିବା ସମୟ, ସଠିକତା ଏବଂ ପ୍ରୟାସ ପ୍ରତିଶତ ସମ୍ବନ୍ଧରେ ପକ୍ଷପାତିତାକୁ ଦୂର କରିବା ପାଇଁ ଏହା ସିଷ୍ଟମକୁ ସକ୍ଷମ କରିବ ।
- ନ୍ୟୁରାଲ୍ ନେଟୱାର୍କ ଓ ଅନ୍ୟାନ୍ୟ ଗଭୀର ଶିକ୍ଷଣ-ଆଧାରିତ ପଦ୍ଧତି ମାଧ୍ୟମରେ ଲର୍ଣ୍ଣଡ୍ ଅବଜେକ୍ଟିଭ୍ ଫଙ୍କସନ୍ ବ୍ୟବହାର କରି ସ୍କୋର ବିକାଶର ନର୍ମାଲାଇଜେସନ୍ କରିବା
- ଏକ ନିର୍ଦ୍ଦିଷ୍ଟ ଟେଷ୍ଟ ପ୍ରକାରରେ ୟୁଜରଙ୍କର ଭବିଷ୍ୟତର ସଫଳତା କାହାଣୀ ପୂର୍ବାନୁମାନ ଏବଂ Embibe ସ୍କୋର କୋସେଣ୍ଟ୍ ସହିତ ଆମର ମଡେଲର କାର୍ଯ୍ୟଦକ୍ଷତାକୁ ବିଶ୍ଳେଷଣ କରେ ।
- ରେକୋମେଣ୍ଡେସନ୍ ଇଂଜିନ୍ ବ୍ୟକ୍ତିଗତ ସଫଳତା କାହାଣୀ ଆଧାରରେ ସର୍ବୋତ୍ତମ ବିଷୟବସ୍ତୁ ଓ ଟେଷ୍ଟ ପ୍ରଦାନ କରିଥାଏ