ବ୍ରାଜିଲର ଦାର୍ଶନିକ ତଥା ଶିକ୍ଷାବିତ୍ ପାଉଲୋ ଫ୍ରେରେରେଙ୍କ ଦ୍ୱାରା କ୍ରିଟିକାଲ୍ ପେଡାଗୋଜି ଉପସ୍ଥାପିତ ହୋଇଥିଲା । ଏହା ହେଉଛି ଶିକ୍ଷାର ଏକ ଦର୍ଶନ ଯାହା ଜଟିଳ ଚେତନା ଜାଗରଣ କରି ଉତ୍ପୀଡନରୁ ମୁକ୍ତି ପାଇବାକୁ ପ୍ରୋତ୍ସାହିତ କରେ । ସାମାଜିକ ନ୍ୟାୟ ଓ ଗଣତନ୍ତ୍ର ବିଷୟଗୁଡ଼ିକ ଶିକ୍ଷାଦାନ ଏବଂ ଶିକ୍ଷଣ କାର୍ଯ୍ୟଗୁଡ଼ିକ ପାଇଁ ପ୍ରଯୁଜ୍ୟ ବୋଲି ଏହା ଦର୍ଶାଇଥାଏ । ଜାତିଭେଦ, ଲିଙ୍ଗବାଦ ଏବଂ ଅନ୍ୟାନ୍ୟ ଉତ୍ପୀଡନ ବିରୋଧରେ ଲଢିବା ପାଇଁ ଶିକ୍ଷାଦାନର ମାଧ୍ୟମ ବିକାଶ କରିବାକୁ କ୍ରିଟିକାଲ୍ ପେଡାଗୋଜି ପ୍ରୟାସ କରେ । ପରମ୍ପରା, ସଂସ୍କୃତି, ସାମାଜିକ ଆଦର୍ଶ ଏବଂ ମୌଳିକ ମାନସିକତାରେ ଜଡିତ ପ୍ରସଙ୍ଗଗୁଡ଼ିକରୁ ଉତ୍ପନ୍ନ କାରଣ ଏବଂ ପ୍ରଭାବ ଚିହ୍ନଟ କରିବାରେ ଏହା ସାହାଯ୍ୟ କରେ । ଏହା ନିମ୍ନ ତିନୋଟି ଧାରଣା ମାଧ୍ୟମରେ ଏସବୁ ଉତ୍ପୀଡନଗୁଡ଼ିକୁ ଦୂର କରିବାକୁ ଏହା ଆହୁରି ପ୍ରୋତ୍ସାହିତ କରେ:
- ପ୍ରାକ୍ସିସ୍ ବା କାର୍ଯ୍ୟନ୍ୱୟନ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ୱାରା ଏକ ସିଦ୍ଧାନ୍ତ, ଶିକ୍ଷା, କିମ୍ବା କୌଶଳକୁ ସମ୍ପାଦନ, ସନ୍ନିବେଶିତ ବା ହୃଦୟଙ୍ଗମ କରାଯାଏ । “ପ୍ରାକ୍ସିସ୍” କହିଲେ ଜଡିତ ହେବା, ପ୍ରୟୋଗ କରିବା, ହୃଦୟଙ୍ଗମ କିମ୍ବା ଅଭ୍ୟାସ ଆଦି କାର୍ଯ୍ୟକୁ ମଧ୍ୟ ସୂଚାଇପାରେ ।
- ଏକ ପରୋକ୍ଷ ପାଠ୍ୟକ୍ରମ ହେଉଛି ପାଠ୍ୟର ଏକ ସେଟ୍ “ଯାହା ଶିଖାଯାଏ କିନ୍ତୁ ଉଦ୍ଦେଶ୍ୟ ଭିତ୍ତିକ ନୁହେଁ” ଯେପରିକି ଶ୍ରେଣୀଗୃହରେ ଏବଂ ସାମାଜିକ ପରିବେଶରେ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଥିବା ଆଦର୍ଶ, ମୂଲ୍ୟବୋଧ ଏବଂ ବିଶ୍ୱାସ ।
- ଚେତନା ଜାଗୃତି ସକ୍ରିୟତାର ଏକ ରୂପ, 1960 ଦଶକରେ ଆମେରିକାର ନାରୀବାଦ ପ୍ରଚାର କରୁଥିବା ମହିଳାମାନଙ୍କ ଦ୍ୱାରା ବିଶେଷ ପରିଚୟ ପାଇଥିଲା । ଏହା ପ୍ରାୟତଃ ଏକ ଗୋଷ୍ଠୀର ରୂପ ନେଇଥାଏ ଏବଂ କୌଣସି ପ୍ରସଙ୍ଗ କିମ୍ବା ପରିସ୍ଥିତି ଉପରେ ଏକ ବ୍ୟାପକ ଗୋଷ୍ଠୀର ଧ୍ୟାନ ଆକର୍ଷଣ କରିବାକୁ ପ୍ରୟାସ କରେ ।
କ୍ରିଟିକାଲ୍ ପେଡାଗୋଜି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଅନନ୍ୟ ବୋଲି ଗ୍ରହଣ କରିଥାଏ ଏବଂ ଏହା ବିସ୍ମରଣ, ଶିକ୍ଷଣ, ପୁନଃନିର୍ମାଣ, ପ୍ରତିଫଳନ ଓ ମୂଲ୍ୟାଙ୍କନକୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଭାବେ ବିବେଚନା କରେ । ଏହାର ସିଦ୍ଧାନ୍ତ ଅନୁଯାୟୀ ଶିକ୍ଷଣ ଯେତେବେଳେ ବିଦ୍ୟାର୍ଥୀମାନଙ୍କର ଆଗ୍ରହ ଓ ବାହ୍ୟ ଅନୁଭୂତି ଉପରେ ଆଧାରିତ ହୁଏ ଏବଂ ସେମାନେ ପ୍ରଶ୍ନର ଉତ୍ତର ନିଜେ ଅନ୍ୱେଷଣ କରିବାର ସୁଯୋଗ ପାଆନ୍ତି, ସେତେବେଳେ ବିଦ୍ୟାର୍ଥୀମାନେ ସବୁଠାରୁ ଭଲ ପଢିଥାନ୍ତି ।
ଏହି ପେଡାଗୋଜିକାଲ୍ ମଡେଲ୍ ଶିକ୍ଷାର ବ୍ୟାଙ୍କିଙ୍ଗ୍ ମଡେଲକୁ ପ୍ରତ୍ୟାଖ୍ୟାନ କରେ । ବ୍ୟାଙ୍କିଙ୍ଗ୍ ମଡେଲ କହିଲେ ବୁଝାଯାଏ ଯେ “ବିଦ୍ୟାର୍ଥୀମାନେ ହେଉଛନ୍ତି ବ୍ୟାଙ୍କ୍ ଭଳି ଜମା ରଖିବାର ସ୍ଥଳୀ ଏବଂ ଶିକ୍ଷକ ହେଉଛି ଜମାକାରୀ । ଏଠାରେ ଶିକ୍ଷା ଜମା କରିବାର ଏକ କାର୍ଯ୍ୟରେ ପରିଣତ ହୁଏ ।” ଶିକ୍ଷାର ବ୍ୟାଙ୍କିଙ୍ଗ୍ ମଡେଲ୍ ନିଜର ସ୍ଥିତି ବଜାୟ ରଖେ ଏବଂ କାଗଜପତ୍ରରେ ଏହା ଠିକ୍ ଠାକ୍ ଚାଲେ । କିନ୍ତୁ ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଓ ଶିକ୍ଷଣ ଲକ୍ଷ୍ୟ ଦୃଷ୍ଟିରୁ ସ୍ୱତନ୍ତ୍ର ବୋଲି ବିବେଚନା କରେ ନାହିଁ; ଫଳସ୍ୱରୂପ, ବ୍ୟାଙ୍କିଙ୍ଗ ମଡେଲରେ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ କାରଖାନା ହୋଇଯାଏ ଯାହାକି କୌଣସି ନିର୍ଦ୍ଧିଷ୍ଟ ଶିକ୍ଷା ନଦେଇ କେବଳ ବିଦ୍ୟାର୍ଥୀ ସୃଷ୍ଟି କରିଥାଏ ।
କ୍ରିଟିକାଲ୍ ପେଡାଗୋଜି ଜଣେ ବିଦ୍ୟାର୍ଥୀଙ୍କୁ ପାଠ୍ୟପୁସ୍ତକରୁ ଚିନ୍ତାଧାରା ସୃଷ୍ଟି କରିବା ଆଡକୁ ନେଇଥାଏ ଏବଂ ସମସ୍ୟାର ସମାଧାନ କରିବାକୁ ଶିଖିବାରେ ସାହାଯ୍ୟ କରେ ।
Embibe ପ୍ରଡକ୍ଟ/ଫିଚର: ସର୍ଚ୍ଚ, ନିଜସ୍ଵ ଟେଷ୍ଟ ସୃଷ୍ଟି କରନ୍ତୁ, 24×7 ଏକ୍ସପର୍ଟ ଆସିଷ୍ଟାନ୍ସ
କ୍ରିଟିକାଲ୍ ପେଡାଗୋଜିର ପ୍ରାକ୍ସିସ୍, ଅପ୍ରତ୍ୟେକ୍ଷ ପାଠ୍ୟକ୍ରମ ଏବଂ ଚେତନା ଜାଗୃତି ସହିତ Embibe ଶିକ୍ଷାଦାନର ଆଭିମୁଖ୍ୟ ଶ୍ରେଷ୍ଠ ସ୍ୱରୂପ ପ୍ରଦାନ କରିଥାଏ । ବିଦ୍ୟାର୍ଥୀମାନେ 2D, 3D ସାମଗ୍ରୀ ଏବଂ ଇଣ୍ଟରାକ୍ଟିଭ୍ ଅଭ୍ୟାସବଳୀ ସହିତ ଏକ ବିସ୍ତୃତ ଶିକ୍ଷଣ ଅଭିଜ୍ଞତାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି । ବିଦ୍ୟାର୍ଥୀମାନେ ‘ଲର୍ଣ୍ଣ’, ‘ପ୍ରାକ୍ଟିସ୍’, ‘ଟେଷ୍ଟ’ ଏବଂ ‘ଟେଷ୍ଟ ବିଶ୍ଳେଷଣ’ ସହିତ ଧାରଣା ମାଧ୍ୟମରେ ମାର୍ଗଦର୍ଶନ ପାଆନ୍ତି ।
Embibe ‘ସର୍ଚ୍ଚ’ ବୈଶିଷ୍ଟ୍ୟ ବିଦ୍ୟାର୍ଥୀମାନଙ୍କୁ ତୁରନ୍ତ ସେମାନଙ୍କର ଇଚ୍ଛିତ ଭିଡିଓ, ପ୍ରାକ୍ଟିସ୍ ପ୍ରଶ୍ନ କିମ୍ବା ଇଚ୍ଛିତ ଅଧ୍ୟାୟ କିମ୍ବା ଟପିକ୍ ଗୁଡିକୁ ନେଭିଗେଟ୍ କରିବାରେ ସାହାଯ୍ୟ କରିଥାଏ ।
Embibe ରେ ଏକାଧିକ ପ୍ରକାରର ଟେଷ୍ଟ ବିକଳ୍ପ ରହିଛି ଯେଉଁଥିରେ ଅଧ୍ୟାୟ ଟେଷ୍ଟ, ପାର୍ଟ ଟେଷ୍ଟ, ସମ୍ପୂର୍ଣ୍ଣ ଟେଷ୍ଟ, ପୂର୍ବ ବର୍ଷ ଟେଷ୍ଟ ଏବଂ କଷ୍ଟମ୍ ଟେଷ୍ଟ ଆଦି ଅନ୍ତର୍ଭୁକ୍ତ । ପରୀକ୍ଷା ଅବଧିରେ ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟକୁ ବିଚାର କରି ଏହି ଟେଷ୍ଟ ବିକଳ୍ପ ସୃଷ୍ଟି ହୋଇଛି । ‘ନିଜସ୍ଵ ଟେଷ୍ଟ ସୃଷ୍ଟି କରନ୍ତୁ’ ହେଉଛି Embibe ର ଏକ ଅନନ୍ୟ ବୈଶିଷ୍ଟ୍ୟ ଯାହା କଷ୍ଟମାଇଜ୍ ଟେଷ୍ଟ କରିବାକୁ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ । ପସନ୍ଦ-ଆଧାରିତ କିମ୍ବା ଲକ୍ଷ୍ୟ-ଆଧାରିତ ଟେଷ୍ଟ ସୃଷ୍ଟି କରିବାକୁ ବିଷୟ, ଅଧ୍ୟାୟ, କଠିନତା ସ୍ତର, ଅବଧି ଏବଂ ମାର୍କିଂ ସ୍କିମ୍ ବାଛିବା ପାଇଁ ଏଥିରେ ସୁବିଧା ଥାଏ । କଷ୍ଟମ୍ ଟେଷ୍ଟ ପ୍ରକୃତରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଅନନ୍ୟ ବୋଲି ବିବେଚନା କରେ ଏବଂ ଏହିପରି ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରେ ।
ଆହୁରି ମଧ୍ୟ, Embibe ରେ 24X7 ‘ଲାଇଭ୍ ଫ୍ୟାକଲ୍ଟି ସପୋର୍ଟ’ ଅଛି । ଆମର ଚାଟ୍ ସପୋର୍ଟ ବ୍ୟବହାର କରି ବିଦ୍ୟାର୍ଥୀମାନେ ସେମାନଙ୍କର ଏକାଡେମିକ୍ ପ୍ରଶ୍ନଗୁଡିକ ପୋଷ୍ଟ କରିପାରିବେ, ଉପାୟ-ଅପ୍ରତ୍ୟେକ୍ଷ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିପାରିବେ ଏବଂ Embibeର ଆମର ଏକ୍ସପର୍ଟମାନେ କିଛି ମିନିଟ୍ ମଧ୍ୟରେ ସେମାନଙ୍କର ସନ୍ଦେହ ଦୂର କରିପାରିବେ । କୋଣସି ସନ୍ଦେହ ଯେପରି ସମାଧାନ ନ ହୋଇ ରହିନଯାଏ ଏବଂ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ଯେପରି ନିଜ ବିଷୟ ଉପରେ ଆତ୍ମବିଶ୍ୱାସ ରୁହେ, ତାହା ସୁନିଶ୍ଚିତ କରିବାକୁ Embibeରେ ଆମେ କଠିନ ପରିଶ୍ରମ କରୁଛୁ ।