କନସେପ୍ଟକୁ ବୁଝିବା ପାଇଁ ଜଣେ ବିଦ୍ୟାର୍ଥୀଙ୍କ ଦକ୍ଷତାକୁ ସମର୍ଥନ କରିବା ଲାଗି ଇନଷ୍ଟ୍ରକ୍ସନାଲ୍ ସ୍କେଫୋଲ୍ଡିଂ ପ୍ରଦାନ କରିବାର ଆବଶ୍ୟକତାକୁ ଆକଳନ ନିମନ୍ତେ ତଥ୍ୟ ବ୍ୟବହାର କରିବା

ଇନଷ୍ଟ୍ରକ୍ସନାଲ୍ ସ୍କେଫୋଲ୍ଡିଂ ହେଉଛି ହସ୍ତକ୍ଷେପ ଏବଂ ସମର୍ଥନ ଯୋଗାଇବା ପାଇଁ ଏକ ବିଦ୍ୟାର୍ଥୀ-କେନ୍ଦ୍ରିକ ଉପାୟ ଯାହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ବିଶେଷ ଭାବରେ ପ୍ରସ୍ତୁତ ।

ସମସ୍ତ ବିଦ୍ୟାର୍ଥୀଙ୍କ ଦକ୍ଷତା ଓ ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ । ସେମାନଙ୍କର କେବଳ ଶିକ୍ଷଣ ଲକ୍ଷ୍ୟ ଭିନ୍ନ ନଥାଏ, ବରଂ ସେମାନଙ୍କ ମଧ୍ୟରେ ପାଠପଢାକୁ ନେଇ କିଏ ସବଳ ତ ଆଉ କିଏ ଦୁର୍ବଳ ଥାନ୍ତି । ପ୍ରଭାବଶାଳୀ ଶିକ୍ଷଣ ପାଇଁ ବିଦ୍ୟାର୍ଥୀଙ୍କ ବ୍ୟକ୍ତିଗତ ଆବଶ୍ୟକତା ପୂରଣ ହେବା ଆବଶ୍ୟକ । ଏଥିପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଧରଣର ସମାଧାନ ଆବଶ୍ୟକ । ସଂକ୍ଷେପରେ କହିବାକୁ ଗଲେ ଏଥିପାଇଁ ଶିକ୍ଷକ-କେନ୍ଦ୍ରିକ  ଶିକ୍ଷଣ ପ୍ରକ୍ରିୟା ପରିବର୍ତ୍ତେ ବିଦ୍ୟାର୍ଥୀ-କେନ୍ଦ୍ରିକ ହେବା ଦରକାର । ଜଣେ ପ୍ରଶିକ୍ଷକଙ୍କ ଦ୍ୱାରା ଶିକ୍ଷାର୍ଥୀଙ୍କୁ ସହାୟତା ପ୍ରଦାନ କରିବାର ଏହି ନିର୍ଦ୍ଦିଷ୍ଟ ପଦ୍ଧତିକୁ ଇନଷ୍ଟ୍ରକ୍ସନାଲ୍ ସ୍କେଫୋଲ୍ଡିଂ ବା ପ୍ରଶିକ୍ଷଣମୂଳକ ସହଯୋଗ ବୋଲି କୁହାଯାଏ ।

ଇନଷ୍ଟ୍ରକ୍ସନାଲ୍ ସ୍କେଫୋଲ୍ଡିଂ ହେଉଛି ଏକ ପଦ୍ଧତି ଯାହା ଜଣେ ବିଦ୍ୟାର୍ଥୀଙ୍କର ଶିକ୍ଷଣରେ ଉନ୍ନତି ଆଣିବା ସହିତ ବିଷୟ ଉପରେ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିଥାଏ । ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କୁ ନୂତନ ଜ୍ଞାନ କୌଶଳ ଶିକ୍ଷା ଦେଇ ସେମାନଙ୍କର ଦକ୍ଷତା ଓ ଜ୍ଞାନ ହାସଲ କରାଇଥାନ୍ତି । ଯେତେବେଳେ ବିଦ୍ୟାର୍ଥୀମାନେ ଦିଆଯାଇଥିବା ବିଷୟଗୁଡ଼ିକରେ ଉନ୍ନତି ଦେଖାଇବା ଆରମ୍ଭ କରନ୍ତି,  ଧୀରେ ଧୀରେ ସେମାନଙ୍କୁ ମିଳୁଥିବା ସହଯୋଗ ଆଉ ଦରକାର ପଡେ ନାହିଁ । ଏହି ଶିକ୍ଷଣ ଶୈଳୀ ବିଦ୍ୟାର୍ଥୀମାନଙ୍କ ଶିକ୍ଷଣରେ ଅଧିକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥାଏ । ଏକ ସ୍କେଫୋଲ୍ଡ ଶିକ୍ଷଣ ପରିବେଶରେ, ବିଦ୍ୟାର୍ଥୀମାନେ ପ୍ରଶ୍ନ ପଚାରିବା, ମତାମତ ଦେବା ଏବଂ ନୂତନ ବିଷୟ ଶିଖିବାରେ ସେମାନଙ୍କ ସାଥୀଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପ୍ରତିବନ୍ଧକ ନଥାଏ । ସ୍କେଫୋଲ୍ଡିଂ ଶିକ୍ଷଣର ଏକ ମୁଖ୍ୟ ସୁବିଧା ହେଉଛି ଏହା ଏକ ସହାୟକ ଶିକ୍ଷଣ ସ୍ଥିତିକୁ ପୂରଣ କରିଥାଏ । ଯେତେବେଳେ ଶିକ୍ଷକ ଜାଣିବେ ଯେ କୌଣସି ବିଦ୍ୟାର୍ଥୀ ଏକ ନିର୍ଦ୍ଦିଷ୍ଟ ଅବଧାରଣାକୁ ବୁଝିବାରେ ଅସମର୍ଥ, ସେତେବେଳେ ଏକ ସ୍କେଫୋଲ୍ଡିଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ହୁଏ ।

ଶିକ୍ଷାରେ ଦୁର୍ବଳ ଥିବା ବିଦ୍ୟାର୍ଥୀମାନଙ୍କୁ ଯେତେବେଳେ ଏକ ନୂତନ କୌଶଳ ଶିଖାଯାଏ, ସେତେବେଳେ ସେମାନେ ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଭାବରେ ଜଡିତ ହୁଅନ୍ତି ନାହିଁ । ଏହା ପରିବର୍ତ୍ତେ, ସେମାନେ କେବଳ ବିଷୟକୁ ଉପର ଠାଉରିଆ ଭାବେ ବୁଝିଥାନ୍ତି । ଏହା ଦେଖାଯିବାର କାରଣ ହେଉଛି ଶିକ୍ଷାରେ ଦୁର୍ବଳ ଥିବା ବିଦ୍ୟାର୍ଥୀମାନେ ସାଧାରଣତଃ ପ୍ରତ୍ୟେକ ସୋପାନରେ ଯେଉଁ ଧାରଣାକୁ ବୁଝି ତାକୁ ଗୁରୁତ୍ୱ ଦେବା କଥା, ତାହା କରନ୍ତି ନାହିଁ । ଏହିପରି ପରିସ୍ଥିତିକୁ ଦୂର କରିବା ପାଇଁ ଶିକ୍ଷକମାନେ ସେମାନଙ୍କ ବିଦ୍ୟାର୍ଥୀମାନଙ୍କ ଉପରେ ନଜର ରଖିବା ଉଚିତ୍ । ବିଦ୍ୟାର୍ଥୀମାନେ ନିଜେ କୌଣସି ବିଷୟରେ ଦକ୍ଷତା ପ୍ରଦର୍ଶନ କଲେ ହିଁ ଶିକ୍ଷକ ଜାଣିପାରିବେ ଯେ ବିଦ୍ୟାର୍ଥୀମାନେ ପାଠ ଶିକ୍ଷ। କରିଛନ୍ତି କି ନାହିଁ ।

ଇନଷ୍ଟ୍ରକ୍ସନାଲ୍ ସ୍କେଫୋଲ୍ଡିଂରେ ତିନୋଟି ଜରୁରୀ ବୈଶିଷ୍ଟ୍ୟ ଅଛି ଯାହା ପ୍ରଭାବଶାଳୀ ଶିକ୍ଷଣକୁ ସହଜ କରିଥାଏ:

  1. ଶିକ୍ଷକ ଏବଂ ବିଦ୍ୟାର୍ଥୀ ମଧ୍ୟରେ ପାରସ୍ପରିକ ଭାବ ଆଦାନପ୍ରଦାନ ହେବା ଉଚିତ୍ । ଏହି ପାରସ୍ପରିକ କ୍ରିୟା ଶିକ୍ଷକଙ୍କୁ ସେମାନଙ୍କର ଜ୍ଞାନ ଏବଂ କୌଶଳ ଦୃଷ୍ଟିରୁ ସେମାନଙ୍କ ସ୍ଥିତିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରେ ।
  1. ବିଦ୍ୟାର୍ଥୀଙ୍କର ତୁରନ୍ତ ବିକାଶ ପରିସରରେ ହିଁ ଶିକ୍ଷଣକାର୍ଯ୍ୟ ହେବା ଉଚିତ୍, ଯେଉଁଠାରେ ବିଦ୍ୟାର୍ଥୀଙ୍କର ବର୍ତ୍ତମାନର ଜ୍ଞାନଗତ ସ୍ତର ବିଷୟରେ ପୁଙ୍ଖାନୁପୁଙ୍ଖ ବୋଧଜ୍ଞାନ ଆବଶ୍ୟକ । ବିଦ୍ୟାର୍ଥୀଙ୍କର ସାଂପ୍ରତିକ ଜ୍ଞାନାତ୍ମକ, ଭାବନାତ୍ମକ ଓ ସ୍ୱେଚ୍ଛିକ ଅବସ୍ଥା ଆଧାରରେ ଏହି ବ୍ୟବସ୍ଥା ବିଦ୍ୟାର୍ଥୀଙ୍କୁ ବର୍ତ୍ତମାନ ସ୍ତରଠାରୁ କିଛି ଅଧିକ  କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ ।
  1. ଥରେ ବିଦ୍ୟାର୍ଥୀ ବିଶେଷଜ୍ଞଙ୍କ ସୁପାରିଶ ଅନୁଯାୟୀ କାର୍ଯ୍ୟ କରିବା ଆରମ୍ଭ କଲେ, ସେମାନେ ଉନ୍ନତି କରିବା ଆରମ୍ଭ କରନ୍ତି ଏବଂ ପାରଦର୍ଶୀ ହୁଅନ୍ତି । ତାପରେ, ଏ ପ୍ରକାର ସହଯୋଗ ଧୀରେ ଧୀରେ ଅପସାରିତ କରାଯାଏ, ଯାହା ଦ୍ୱାରା ବିଦ୍ୟାର୍ଥୀ ନିଜେ ନିଜେ ଏହା କରିପାରିବେ ।

ସ୍କେଫୋଲ୍ଡିଂ କାର୍ଯ୍ୟକ୍ଷମ ହେବା ପାଇଁ ଶିକ୍ଷକମାନେ ନିମ୍ନଲିଖିତ ବିଷୟରେ ସଚେତନ ହେବା ଉଚିତ୍:

  1. ଶିକ୍ଷଣ କାର୍ଯ୍ୟ ଚୟନ:  ଏମିତି ବିଷୟକାର୍ଯ୍ୟ ହେବା ଉଚିତ୍ ଯେମିତି ବିଦ୍ୟାର୍ଥୀମାନେ ସେମାନଙ୍କର ବିକାଶ କୌଶଳ ବ୍ୟବହାର କରିପାରିବେ । ବିଦ୍ୟାର୍ଥୀମାନଙ୍କୁ ପାଠରେ ବ୍ୟସ୍ତ ରଖିବା ପାଇଁ ଶିକ୍ଷଣ କାର୍ଯ୍ୟ ମଧ୍ୟ ଆକର୍ଷଣୀୟ ଏବଂ ରୋମାଞ୍ଚକର ହେବା ଉଚିତ । କାର୍ଯ୍ୟଟି କଦାପି ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟଧିକ ସହଜ କିମ୍ବା କଷ୍ଟସାଧ୍ୟ ହେବା ଉଚିତ୍ ନୁହେଁ ।
  2. ଆଗୁଆ ଭୁଲ ସମ୍ପର୍କରେ ଜାଣିବା :  ଟାସ୍କ ଚୟନ ପରେ, ଶିକ୍ଷକ ଟାସ୍କରେ କାମ କରିବା ସମୟରେ ତ୍ରୁଟି ହେବାର ସମ୍ଭାବନାକୁ ଅନୁମାନ କରିବା ଆବଶ୍ୟକ । ତ୍ରୁଟି ସମ୍ପର୍କରେ ଆଗୁଆ ଆକଳନ ଦ୍ୱାରା ଶିକ୍ଷକ ବିଦ୍ୟାର୍ଥୀମାନଙ୍କୁ ପ୍ରଭାବହୀନ ଦିଗରୁ ଦୂରେଇ ରଖିବା ପାଇଁ ସକ୍ଷମ ହୋଇଥାନ୍ତି ।
  3. ଶିକ୍ଷଣ ପ୍ରକ୍ରିୟାରେ ସ୍କେଫୋଲ୍ଡର ପ୍ରୟୋଗ: ଦୁଇଟି ପୃଥକ ଉପାୟରେ ସ୍କେଫୋଲ୍ଡଗୁଡିକ ସଂଗଠିତ ହୋଇପାରେ । ଏହା “ସରଳ କୌଶଳ ଅର୍ଜନ” କିମ୍ବା “ଉତ୍ପନ୍ନ ଓ କ୍ରିୟାଶୀଳ” ହୋଇପାରେ ।
  4. ଭାବନାତ୍ମକ ବିଷୟ ବିଚାର : ସ୍କେଫୋଲ୍ଡିଂ ଏକ ଜ୍ଞାନଗତ କୌଶଳରେ ସୀମିତ ନୁହେଁ ଏବଂ ଏହା ଭାବପ୍ରବଣତାକୁ ମଧ୍ୟ ସମର୍ଥନ କରିପାରିବ । ଉଦାହରଣ ସ୍ୱରୂପ, ଏକ ନିର୍ଦ୍ଦିଷ୍ଟ ପାଠ୍ୟକାର୍ଯ୍ୟ ସମୟରେ  ସ୍କେଫୋଲ୍ଡର୍ ବା ଶିକ୍ଷକ ବିଦ୍ୟାର୍ଥୀମାନଙ୍କ ନିକଟରେ ନୈରାଶ୍ୟ ଏବଂ ଅନାଗ୍ରହ ଭାବ ଅନୁଭବ କରପାରନ୍ତି । ତେଣୁ ଉତ୍ସାହିତ କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍କେଫୋଲ୍ଡିଂ ଉପାଦାନ ।

Embibe ପ୍ରଡକ୍ଟ/ଫିଚର: ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା, ନେକ୍ସଟ୍ କ୍ୱୋଶ୍ଚିନ୍ ଇଂଜିନ୍

‘ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା’ ମାଧ୍ୟମରେ Embibe ରେ, ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ସେମାନଙ୍କର ଶିକ୍ଷଣ କ୍ଷମତା ଅନୁଯାୟୀ ବ୍ୟକ୍ତିଗତ ଶିକ୍ଷା ପ୍ରଦାନ କରାଯାଇଥାଏ । ବିଭିନ୍ନ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ଶିକ୍ଷଣ ଆବଶ୍ୟକତା ଉପରେ ନିର୍ଭର କରି ଉପଯୁକ୍ତ କଠିନତା ସ୍ତରର ବିଭିନ୍ନ ପ୍ରଶ୍ନ ପ୍ରଦାନ କରାଯାଇଥାଏ । ବିଦ୍ୟାର୍ଥୀମାନେ ଯେକୌଣସି ଅଧ୍ୟାୟ ପାଇଁ ଏବଂ ଯେକୌଣସି ସମୟରେ ସେମାନଙ୍କର ନିଜସ୍ୱ ଟେଷ୍ଟ ପ୍ରସ୍ତୁତ କରିପାରିବେ । ଏହା ଦ୍ୱାରା, ସେମାନେ ପ୍ରତ୍ୟେକ ଅଧ୍ୟାୟରେ ସେମାନଙ୍କର ଦକ୍ଷତାକୁ ନିଜେ ଜାଣିପାରିବେ । ଆମର ‘ସଲ୍ଭ୍ ୱିଦ୍ ଅସ୍’ ବୈଶିଷ୍ଟ୍ୟ ସବୁ ପ୍ରଶ୍ନରେ ଏକ ଉତ୍ତର ପାଇଁ ସୂଚନା ବା ହିଣ୍ଟ୍ ପ୍ରଦାନ କରିଥାଏ ଏବଂ ବିଦ୍ୟାର୍ଥୀମାନଙ୍କୁ ପ୍ରଶ୍ନର ସମାଧାନରେ ସାହାଯ୍ୟ କରିବାକୁ ସୋପାନ ସ୍ତରରେ ମଧ୍ୟ ହିଣ୍ଟ ପ୍ରଦାନ କରିଥାଏ । ଯଦି ବିଦ୍ୟାର୍ଥୀମାନେ ତଥାପି ଏହାର ସମାଧାନ କରିବାକୁ ସକ୍ଷମ ନୁହଁନ୍ତି, ପ୍ରତ୍ୟେକ ପ୍ରଶ୍ନ ପାଇଁ ବିସ୍ତୃତ ସମାଧାନ ପ୍ରଦାନ କରାଯାଇଥାଏ । ଏହା ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ସତେ ଯେମିତି ଜଣେ ଶିକ୍ଷକ ଓ ମେଣ୍ଟର ଭାବେ କାର୍ଯ୍ୟ କରିଥାଏ ।

Embibe ବିଦ୍ୟାର୍ଥୀମାନଙ୍କୁ 24/7 ସକ୍ରିୟ ‘ଲାଇଭ୍ ଚାର୍ଟ ସପୋର୍ଟ’ ସ୍କେଫୋଲ୍ଡିଂ ଯୋଗାଇଥାଏ ଯେଉଁଠାରେ ବିଦ୍ୟାର୍ଥୀମାନେ ସେମାନଙ୍କର ଏକାଡେମିକ୍ ପ୍ରଶ୍ନଗୁଡିକ ପୋଷ୍ଟ କରିପାରିବେ । Embibe ର ଏକ୍ସପର୍ଟମାନେ ସାଧାରଣତଃ କିଛି ମିନିଟ୍ ମଧ୍ୟରେ ଚାଟ୍ ସପୋର୍ଟ ମାଧ୍ୟମରେ ସନ୍ଦେହ ଦୂର କରନ୍ତି । Embibe ରେ, ଆମର ଲକ୍ଷ୍ୟ ହେଉଛି ଶିକ୍ଷା ମାଧ୍ୟମରେ ବିଶ୍ୱକୁ ଏକ ଉନ୍ନତ ସ୍ଥାନ କରିବା ଏବଂ ଆମର ଟିମ୍ ସଦସ୍ୟମାନେ ବିଦ୍ୟାର୍ଥୀମାନଙ୍କର ପ୍ରଶ୍ନର ସମାଧାନ ପାଇଁ କଠିନ ପରିଶ୍ରମ ଏ ଦିଗରେ କାମ ଜାରି ରଖିଛନ୍ତି ।