ଗାନିଏଙ୍କ ନଅ ଇଭେଣ୍ଟ ଅଫ୍ ଇନଷ୍ଟ୍ରକସନ୍ ବା ନିର୍ଦ୍ଦେଶ ଘଟଣା ଆଧାରରେ ଜଣେ ବିଦ୍ୟାର୍ଥୀଙ୍କ ମାନସିକ ସ୍ଥିତିକୁ ମେଳାଇବା ପାଇଁ ଶିକ୍ଷଣ ପ୍ରଦାନ ପ୍ରସ୍ତୁତି

ଗାନିଏଙ୍କ ନଅ ଇଭେଣ୍ଟ ଅଫ୍ ଇନଷ୍ଟ୍ରକ୍ସନ୍ ଶିକ୍ଷଣ ଲାଗି ମାନସିକ ସ୍ଥିତିକୁ ପ୍ରସ୍ତୁତ କରେ ଏବଂ ନିର୍ଦ୍ଦେଶାତ୍ମକ ଶ୍ରେଣୀଗୁଡ଼ିକ ପାଇଁ ଯୋଜନା ଓ କାର୍ଯ୍ୟକଳାପ ପ୍ରସ୍ତୁତ କରିବା ପାଇଁ ଏହା ଏକ ଢାଞ୍ଚା ଭାବରେ ବ୍ୟବହୃତ ହୁଏ ।

ଅନୁସନ୍ଧାନ ଏବଂ ନିର୍ଦ୍ଦେଶର ଘଟଣାଗୁଡ଼ିକର ନାମକରଣ ପାଇଁ ଗାନିଏ ନଅ-ସୋପାନ ବିଶିଷ୍ଟ ପ୍ରକ୍ରିୟା ଉପସ୍ଥାପନ କରିଥିଲେ ଯାହାକି ସର୍ତ୍ତଗୁଡିକର ସମ୍ପର୍କ ଓ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟରେ ଶିକ୍ଷଣ ସମସ୍ୟାର ସମାଧାନ କରିଥିଲା । ଶିକ୍ଷଣ ଏବଂ ବିସ୍ମରଣର ପ୍ରଣାଳୀ ଉପରେ କାର୍ଯ୍ୟ କରୁଥିବା ଏକାଧିକ ଗବେଷକମାନଙ୍କ ଠାରୁ Embibe ବହୁଳ ଭାବେ ପ୍ରେରିତ ହୋଇଛି ।

ଏହି ମଡେଲ୍ ଶିକ୍ଷଣ ପାଇଁ ମାନସିକ ଅବସ୍ଥାକୁ ନିରୀକ୍ଷଣ କରିଥାଏ ଏବଂ ଏହା ଦ୍ୱାରା ପ୍ରଭାବୀ ଶିକ୍ଷଣକୁ ସୁନିଶ୍ଚିତ କରିଥାଏ । ଏହି ମଡେଲ୍ ଅନୁଯାୟୀ, ନଅଟି କ୍ରମାଗତ ଇଭେଣ୍ଟ ଅଛି, ଯେଉଁଗୁଡିକ ପ୍ରତ୍ୟେକ ଶିକ୍ଷଣ ପ୍ରକ୍ରିୟାକୁ ସହଯୋଗ କରୁଥିବା ଯୋଗାଯୋଗକୁ ପରିଚାଳନା କରିଥାଏ । ଗାନିଏଙ୍କ ନଅ ଇଭେଣ୍ଟ ଅଫ୍ ଇନଷ୍ଟ୍ରକସନ୍ ବା ନିର୍ଦ୍ଦେଶ ଘଟଣା ପ୍ରାୟତଃ ନିର୍ଦ୍ଦେଶାତ୍ମକ ଶ୍ରେଣୀ ପାଇଁ ଯୋଜନା କୌଶଳ ଓ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଏକ ଢାଂଚା ଭାବରେ ବ୍ୟବହୃତ ହୁଏ ।

ଗାନିଏଙ୍କ ଅନୁଯାୟୀ ନିର୍ଦ୍ଦେଶର ନଅଟି ସୋପାନ ହେଉଛି :

  1. ବିଦ୍ୟାର୍ଥୀଙ୍କ ଦୃଷ୍ଟି ଆକର୍ଷଣ କରିବା – ଗ୍ରହଣ: ପ୍ରଥମ ସୋପାନ ହେଉଛି ବିଦ୍ୟାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା – ଉତ୍ସାହ, ଚିନ୍ତାଉଦ୍ରେକକାରୀ ପ୍ରଶ୍ନ, ନୂତନତା ଏବଂ ସୁଗମପୂର୍ବାଭ୍ୟାସ କାର୍ଯ୍ୟକଳାପ ଯୋଗାଇ ସେମାନଙ୍କୁ ଶିଖିବାକୁ ପ୍ରସ୍ତୁତ କରେ ।
  2. ଉଦ୍ଦେଶ୍ୟ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ସୂଚନା – ପ୍ରତ୍ୟାଶା: ଦ୍ୱିତୀୟ ସୋପାନରେ, ବିଶେଷଜ୍ଞ ଓ ଅଧ୍ୟାପକମାନେ ଅଧିବେଶନ ଏବଂ ସମାପ୍ତି ସମୟରେ ମୂଲ୍ୟାଙ୍କନ ବିଷୟରେ ଯୋଜନା ପ୍ରସ୍ତୁତ କରନ୍ତି ।
  3. ପୂର୍ବ ଶିକ୍ଷାର ଉତ୍ସାହକୁ ସ୍ମରଣ କରିବା – ପୁନର୍ପ୍ରାପ୍ତି: ଏହାକୁ ଅତ୍ୟାବଶ୍ୟକ ସଂଶୋଧନ ସ୍ଥଳୀ ବୋଲି କୁହାଯାଇପାରେ, ଯେଉଁଠାରେ ଅଧ୍ୟାପକ, ବିଶେଷଜ୍ଞ ଏବଂ କାର୍ଯ୍ୟକାରୀ ଦଳ ବିଦ୍ୟାର୍ଥୀମାନଙ୍କୁ ପୂର୍ବରୁ ମିଳିଥିବା ଜ୍ଞାନ ସହିତ ପ୍ରଦତ୍ତ ସାମଗ୍ରୀକୁ ସମ୍ପର୍କିତ କରିବା ଏବଂ ଏକାସାଙ୍ଗରେ ଲକ୍ଷ୍ୟ ସ୍ଥଳୀ ସହିତ ଲିଙ୍କ୍ କରିବାରେ ସାହାଯ୍ୟ କରନ୍ତି ।
  4. ପ୍ରୋତ୍ସାହନ ସାମଗ୍ରୀ ଉପସ୍ଥାପନା – ରଚନାତ୍ମକ ଧାରଣା: ଏହି ସେପାନରେ, ବିଶେଷଜ୍ଞମାନେ ବିଦ୍ୟାର୍ଥୀମାନଙ୍କୁ ସର୍ବୋତ୍ତମ ସାମଗ୍ରୀ ପ୍ରଦାନ କରନ୍ତି ଯାହା ସେମାନଙ୍କ ପାଠପଢାର ସ୍ତର ଏବଂ ଜୀବନର ମୂଳ ଲକ୍ଷ୍ୟ ସହିତ ମେଳ ଖାଉଥାଏ ।
  5. ଶିକ୍ଷଣ ମାର୍ଗଦର୍ଶନ ପ୍ରଦାନ – ଅର୍ଥଗତ ଏନକୋଡିଂ: ଏହି ସୋପାନର, ବିଭିନ୍ନ ବିଦ୍ୟାର୍ଥୀଙ୍କ ଦକ୍ଷତା ଆକଳନ କରିପାରୁଥିବା ବିଶେଷଜ୍ଞ ଓ ଅଧ୍ୟାପକମାନେ ସେମାନଙ୍କର ଲକ୍ଷ୍ୟ ଏବଂ ଆବଶ୍ୟକତା ଅନୁଯାୟୀ ଆବଶ୍ୟକ ଶିକ୍ଷା ଓ ସହାୟତା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି । ଅଭିନବ ଶିକ୍ଷଣ ପ୍ରକ୍ରିୟାରେ କିଛି କେସ୍ ଷ୍ଟଡିଜ୍ ଏବଂ ବିଭିନ୍ନ ତତ୍ତ୍ଵର ଧାରଣା ଭଳି ମାର୍ଗଦର୍ଶନ ବ୍ୟବସ୍ଥା ରହିଥାଏ । ବିଶିଷ୍ଟ ଅଧ୍ୟୟନ ପରି ଗାଇଡ୍ ମେକାନିଜିମ୍ ସହିତ ସାହାଯ୍ୟ କରେ ।
  6. ପ୍ରଦର୍ଶନକୁ ଚିହ୍ନଟ କରିବା – ଉତ୍ତର ଦେବା: ବିଦ୍ୟାର୍ଥୀମାନଙ୍କୁ ଯିବାକୁ ଦେବାର ପ୍ରାରମ୍ଭିକ ପର୍ଯ୍ୟାୟ ପରେ ଶିକ୍ଷକମାନେ ଆଗକୁ ବଢନ୍ତି ଏବଂ ବିଦ୍ୟାର୍ଥୀମାନଙ୍କୁ ପ୍ରଶ୍ନ, କୁଇଜ୍, ଆସାଇନମେଣ୍ଟ ଏବଂ ମକ୍ ଟେଷ୍ଟ୍ ଆଦି ପ୍ରଦାନ କରନ୍ତି ଯାହା ସେମାନଙ୍କୁ ଅଧିକ ଦୃଢ କରିଥାଏ । ଏହା ସେମାନଙ୍କୁ ନୂତନ ଭାବରେ ମିଳିଥିବା ଜ୍ଞାନ ଏବଂ କୌଶଳ ଏକ ଗଭୀର ବୋଧଶକ୍ତି ପ୍ରଦାନ କରିଥାଏ ।
  7. ମତାମତ ପ୍ରଦାନ – ସୁଦୃଢୀକରଣ: ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ସମାପ୍ତ ହେବା ପରେ ଏବଂ ବୁଷ୍ଟ ଅପ୍ ପ୍ୟାକ୍ ବିଦ୍ୟାର୍ଥୀଙ୍କ ଜ୍ଞାନ ଏବଂ ବୋଧଶକ୍ତି ସହିତ ଯୋଡି ହୋଇଗଲେ, ଶିକ୍ଷକମାନେ ମତାମତ ପର୍ଯ୍ୟାୟକୁ ଯାଆନ୍ତି । ଏଠାରେ ବିଶେଷଜ୍ଞମାନେ ବିଦ୍ୟାର୍ଥୀର ଦୁର୍ବଳତା ଏବଂ ବିଚକ୍ଷଣତା ବିଷୟରେ ଆଲୋଚନା କରନ୍ତି, ଯାହା ବିଦ୍ୟାର୍ଥୀଙ୍କୁ ଉନ୍ନତ ହେବା ପାଇଁ ଅଧିକ ସହାୟକ ହୋଇଥାଏ ।
  8. କାର୍ଯ୍ୟଦକ୍ଷତାକୁ ଆକଳନ କରିବା – ପୁନରୁଦ୍ଧାର: ଥରେ ବୁଝିବା, ଅପଗ୍ରେଡ୍, ଏବଂ ଫିଡବ୍ୟାକ୍ ର ଯାନ୍ତ୍ରିକ ପ୍ରଣାଳୀ ଅତିକ୍ରମ କଲା ପରେ, ବିଶେଷଜ୍ଞ ଏବଂ ଅଧ୍ୟାପକମାନେ ଫିଲର୍ ତିଆରି କରିବାକୁ ଆଗେଇ ଆସନ୍ତି ଏବଂ ସେମାନଙ୍କ ଲକ୍ଷ୍ୟକୁ ଉନ୍ନତ କରି ଆଗକୁ ବଢିବାକୁ ସାହାଯ୍ୟ କରନ୍ତି । ଏହା ମଧ୍ୟ ଅଧ୍ୟାପକ ଏବଂ ପ୍ରଶିକ୍ଷକମାନଙ୍କୁ ଆବଶ୍ୟକତା ଅନୁଯାୟୀ ଅଗ୍ରଗତିର ମୂଲ୍ୟାଙ୍କନ କରିବାକୁ ସୁଯୋଗ ପ୍ରଦାନ କରିଥାଏ ।
  1. ପ୍ରତିଧାରଣ ଓ ସ୍ଥାନାନ୍ତର ବୃଦ୍ଧି – ସାମାନ୍ୟକରଣ: ଏଠାରେ, ବିଶେଷଜ୍ଞମାନେ ବର୍ଦ୍ଧିତ ଉତ୍ସଗୁଡିକ ପ୍ରଦାନ କରନ୍ତି ଏବଂ ବାସ୍ତବ ଜୀବନର ପରିସ୍ଥିତି ସହିତ ବିଦ୍ୟାର୍ଥୀମାନଙ୍କୁ ଧାରଣା ବୁଝିବାରେ ଆତ୍ମ-ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରନ୍ତି । ଏହି ସ୍ଥିତିରେ ବିଦ୍ୟାର୍ଥୀମାନେ ଏକାଧିକ ଉତ୍ସ ସହିତ ସଜ୍ଜିତ ଥାନ୍ତି, ଯାହା ସେମାନଙ୍କୁ ପୁସ୍ତକର ଶିକ୍ଷା ସହିତ ବାସ୍ତବ-ବିଶ୍ୱ ଧାରଣା ସ୍ଥାନାନ୍ତର ଏବଂ ସହ-ସମ୍ପର୍କିତ କରିବାକୁ ସୁଯୋଗ ପ୍ରଦାନ କରିଥାଏ ।

Embibe ପ୍ରଡକ୍ଟ/ ଫିଚର: Embibe ଏକ୍ସପ୍ଲେନର୍, ପ୍ରାକ୍ଟିସ୍, ଟେଷ୍ଟ

ଲର୍ଣ୍ଣ-ଅନଲର୍ଣ୍ଣ, ପ୍ରାକ୍ଟିସ୍-ଟେଷ୍ଟ ଏବଂ ଆଚିଭମେଣ୍ଟର ତିନି ମୌଳିକ ଗଠନ ସହିତ Embibe ସମଗ୍ର ସିଦ୍ଧାନ୍ତ ଓ ପଦକ୍ଷେପଗୁଡ଼ିକୁ ଡିକୋଡ୍ କରିଥାଏ । ବିଦ୍ୟାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉପାୟ ଠାରୁ ଆରମ୍ଭ କରି Embibeର ପ୍ରତ୍ୟେକ ଭିଡିଓ ଏହି ନଅଟି ଇଭେଣ୍ଟରେ କାମ କରେ, ତା’ପରେ ପୂର୍ବ ଧାରଣା ବିଷୟରେ ଟିକିଏ ବୁଝାଇବା ସହିତ ଭିଡିଓଗୁଡିକର ଉଦ୍ଦେଶ୍ୟ ପ୍ରଦାନ କରିଥାଏ । ଗଭୀର 3D ଭିଜୁଆଲ୍ ଶିକ୍ଷଣ ସାମଗ୍ରୀ ବିଦ୍ୟାର୍ଥୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଧାରଣା ଶିଖିବା ପାଇଁ ସର୍ବୋତ୍ତମ ଉତ୍ସାହ ପ୍ରଦାନ କରେ । ଆଡାପ୍ଟିଭ୍ ଅଭ୍ୟାସ ବିଦ୍ୟାର୍ଥୀମାନଙ୍କୁ ନିଜର ଦକ୍ଷତା ସ୍ତର ଅନୁଯାୟୀ ଅଭ୍ୟାସ କରିବାକୁ ସକ୍ଷମ କରିଥାଏ । ବ୍ୟକ୍ତିଗତ ମୂଲ୍ୟାୟନ ବିଦ୍ୟାର୍ଥୀର ଦୁର୍ବଳ ବିଷୟ, ପଢିଥିବା ବିଷୟ ଏବଂ ଦକ୍ଷତା ହାସଲ କରିଥିବା ବିଷୟଗୁଡିକର ଏକ ସୂକ୍ଷ୍ମ ସମୀକ୍ଷା ପ୍ରଦାନ କରିଥାଏ । ଏହି ଫିଡବ୍ୟାକ୍ ବିଦ୍ୟାର୍ଥୀଙ୍କ ଦୁର୍ବଳ ଧାରଣାକୁ ଦୃଢ କରିବାରେ ସାହାଯ୍ୟ କରେ ଏବଂ ଶିକ୍ଷଣର ବ୍ୟବଧାନକୁ ଦୂର କରିବାରେ ସହାୟକ ହୋଇଥାଏ ।