ଟେଷ୍ଟ କେବଳ ମୂଲ୍ୟାୟନ କରେ ନାହିଁ ବରଂ ନିଦାନ କରିଥାଏ!

ଶିକ୍ଷଣର ବ୍ୟବଧାନ ଗୁଡିକୁ ବୁଝିବା ବ୍ୟତୀତ ଆମର ଟେଷ୍ଟ ମଧ୍ୟ ଟେଷ୍ଟ ଗ୍ରହଣ ଆଚରଣକୁ ଚିହ୍ନଟ କରେ ଯାହା ଜଣେ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Embibeର ‘ଟେଷ୍ଟ୍’ ରେ 21000 ରୁ ଅଧିକ ବିଭିନ୍ନ ପ୍ରକାରର ଟେଷ୍ଟ ଅନ୍ତର୍ଭୁକ୍ତ, ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଟେଷ୍ଟ, ଅଧ୍ୟାୟ ଟେଷ୍ଟ, ବିଷୟ ଟେଷ୍ଟ, କ୍ୱିକ୍ ଟେଷ୍ଟ ଏବଂ ଉପଭୋକ୍ତା-ସୃଷ୍ଟ ଟେଷ୍ଟ । ଏହି ଟେଷ୍ଟଗୁଡ଼ିକ ଶିକ୍ଷଣ ଯାତ୍ରା ପୂର୍ବରୁ ଏବଂ ପରେ ମାଇକ୍ରୋ କିମ୍ବା ମାକ୍ରୋ ଡାଇଗ୍ନୋଷ୍ଟିକ୍ ଭାବରେ କାର୍ଯ୍ୟ କରେ । ପ୍ରତ୍ୟେକ ଲକ୍ଷ୍ୟ ଏବଂ ପରୀକ୍ଷା ପାଇଁ ପୂର୍ବ ବର୍ଷର ସମସ୍ତ ଟେଷ୍ଟ ଏବଂ Embibe ଦ୍ୱାରା ବର୍ଷ ବର୍ଷ ଧରି ସଂଗୃହୀତ କୋଟି କୋଟି ପ୍ରୟାସ ତଥ୍ୟ ମାଧ୍ୟମରେ ଆଲଗୋରିଦମଗୁଡିକ ବେଞ୍ଚମାର୍କ କରି ସମସ୍ତ ଟେଷ୍ଟକୁ ଯାଞ୍ଚ କରାଯାଇଥାଏ । ତେଣୁ, ଆମେ ଯେକୌଣସି ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥିବା ଟେଷ୍ଟର ସଠିକତା ଏବଂ ଗୁଣବତ୍ତା ନିଶ୍ଚିତ କରିଥାଉ ।

ନିମ୍ନଲିଖିତଗୁଡ଼ିକ ହେଉଛି ‘ଟେଷ୍ଟ’ର ପ୍ରମୁଖ ବୈଶିଷ୍ଟ୍ୟ:

  1. ପ୍ରି-ପ୍ୟାକେଜ୍ ଟେଷ୍ଟ ବିଶିଷ୍ଟ ବୃହତ ଓ ବିସ୍ତୃତ ସେଟ୍ 
  2. ଟେଷ୍ଟ ଦକ୍ଷତା ଏବଂ ଯୋଜନାକୁ ବୃଦ୍ଧି କରିବା ପାଇଁ ବ୍ୟାପକ ଭାବେ ବ୍ୟକ୍ତିଗତ, କ୍ଷୁଦ୍ରନିଷ୍ଠ ଆଧାରିତ ଏବଂ ଅସୀମିତ ‘ଆପଣ ନିଜସ୍ଵ ଟେଷ୍ଟ ସୃଷ୍ଟି କରନ୍ତୁ’ 
  3. AI ଆଧାରିତ ‘ଆଡଭାନ୍ସ ଟେଷ୍ଟ ଜେନେରେଟର’ ଯାହା Embibeର ‘ଟେଷ୍ଟ’ ଭିତ୍ତିଭୂମି ଗଠନ କରେ ।
  4. ସର୍ବଭାରତୀୟ ସ୍ତରରେ ପ୍ୟାଟେଣ୍ଟେଡ୍ ଆଚରଣ ବିଶ୍ଳେଷଣ ଆଲଗୋରିଦମ ଯାହା ବ୍ୟବହାରକାରୀମାନଙ୍କୁ ଟେଷ୍ଟ- ନେବାକୁ ଯୋଜନା କରିବାରେ ଏବଂ ସେମାନଙ୍କର ସ୍କୋରରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । 
  5. ଧାରଣାରେ ଦୁର୍ବଳତା ଓ ସାମର୍ଥ୍ୟ ସମେତ ଗଭୀର ଟେଷ୍ଟ ଏବଂ ରାଙ୍କ ବିଶ୍ଳେଷଣ, ଯାହା ‘ଲର୍ଣ୍ଣ’ ଓ ‘ପ୍ରାକ୍ଟିସ୍’ ମାଧ୍ୟମରେ ଉନ୍ନତି ଯୋଜନାକୁ ସକ୍ଷମ କରାଇଥାଏ । 
  6. ପ୍ରକୃତ ପରୀକ୍ଷା ଭଳି ସଠିକ୍ ପରୀକ୍ଷା ପ୍ରସ୍ତୁତି କରି ବିଦ୍ୟାର୍ଥୀମାନଙ୍କ ମନରୁ ପରୀକ୍ଷାର ଭୟ ଛାନିଆ ହେବା ଗୁଣକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
  7. ବିଦ୍ୟାର୍ଥୀଙ୍କ ଦୁର୍ବଳତାକୁ ଦୂର କରିବା ପାଇଁ ପ୍ରୟାସକୁ ଅନୁଶାସନ କରିବା ପାଇଁ ‘ସାଧୁତା ସ୍କୋର’ ବ୍ୟବସ୍ଥା ଥାଏ ।

ସମସ୍ତ ଗୁରୁତ୍ୱପୂର୍ଣ ବୈଶିଷ୍ଟ୍ୟଗୁଡିକର ସାହାଯ୍ୟରେ Embibe ଏକବିଂଶ ଶତାବ୍ଦୀର ବିଜ୍ଞାନକୁ ବ୍ୟବାହାର କରି  ବିଶ୍ୱର ସବୁଠାରୁ କଠିନ ପରୀକ୍ଷାରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ସଠିକତା ଏବଂ ସାମର୍ଥ୍ୟକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି ।

ଅଧିକନ୍ତୁ, ପ୍ୟାରେଣ୍ଟ୍ ଆପ୍ ସହିତ ଅଭିଭାବକମାନେ ମଧ୍ୟ ଯେକୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ନିଜ ପିଲାଙ୍କ ଲାଗି ଟେଷ୍ଟ ସ୍ଥିର କରିପାରିବେ ଏବଂ ପିଲାର ଶିକ୍ଷା ଉପରେ ନଜର ରଖିପାରିବେ । 

Embibe ବିଦ୍ୟାର୍ଥୀମାନଙ୍କୁ ଏକାଧିକ ପ୍ରକାରର ଟେଷ୍ଟ ବିକଳ୍ପ ଯୋଗାଇଥାଏ: 

  • ‘ସମ୍ପୂର୍ଣ୍ଣ ଟେଷ୍ଟ’ ବିଦ୍ୟାର୍ଥୀମାନଙ୍କୁ ଗୋଟିଏ ଥରରେ ନିର୍ଦ୍ଦିଷ୍ଟ ବିଷୟର ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଉପରେ ଟେଷ୍ଟ ଦେବାକୁ ସାହାଯ୍ୟ କରେ । 
  • ‘ଅଧ୍ୟାୟ ଟେଷ୍ଟ’ ବିଦ୍ୟାର୍ଥୀମାନଙ୍କୁ ଏକ ବିଷୟର ଅଧ୍ୟାୟ-ଅନୁଯାୟୀ ଟେଷ୍ଟ କରିବାକୁ କରାଯାଇଥାଏ ।
  • ‘କଷ୍ଟମ୍ ଟେଷ୍ଟ’ ବିଦ୍ୟାର୍ଥୀମାନଙ୍କୁ ବିଷୟ, ଅଧ୍ୟାୟ, କଠିନତା ସ୍ତର, ମାର୍କିଂ ସ୍କିମ୍, ନକାରାତ୍ମକ ମାର୍କିଂ ଏବଂ ଟେଷ୍ଟ ଅବଧି ଚୟନ କରି ନିଜସ୍ଵ ଟେଷ୍ଟ ସୃଷ୍ଟି କରିବାକୁ ଅନୁମତି ଦେଇଥାଏ ।

ବିଦ୍ୟାର୍ଥୀମାନେ ଏହି ଟେଷ୍ଟ ଦେଇ ପ୍ରତ୍ୟେକ ଅଧ୍ୟାୟରେ ସେମାନଙ୍କର ଦକ୍ଷତା ଯାଞ୍ଚ କରିପାରିବେ ।

ଉପରୋକ୍ତ ବିଷୟଗୁଡିକ ବ୍ୟତୀତ, Embibe ବିଦ୍ୟାର୍ଥୀମାନଙ୍କୁ ବିଶେଷ ଭାବରେ ପ୍ରବେଶିକା / ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପୂର୍ବ ବର୍ଷର ପେପର ଏବଂ ପାର୍ଟ ଟେଷ୍ଟ ଯୋଗାଇଥାଏ ।

ବିଦ୍ୟାର୍ଥୀମାନେ Embibeର ‘ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା’ ମାଧ୍ୟମରେ ସେମାନଙ୍କ ପରୀକ୍ଷାରେ ଆଶ୍ଚର୍ଯ୍ୟଜନକ ଫଳାଫଳ ହାସଲ କରିପାରିବେ । ଏହା ହେଉଛି Embibeର ଏକ ପ୍ରିମିୟମ୍ ବୈଶିଷ୍ଟ୍ୟ ଯାହା ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଏବଂ କୌଶଳ-ସେଟ୍ କୁ ଅନୁକରଣ କରୁଥିବା ମାର୍ଗଦର୍ଶନ କରିଥାଏ । ସେମାନେ ଭଲ କରିବାକୁ ଚାହୁଁଥିବା ଧାରଣା ଉପରେ ପ୍ରାକ୍ଟିସ୍ ପ୍ରଶ୍ନ ଏବଂ ଭିଡିଓଗୁଡ଼ିକୁ ନେଇ ଏହା ଗଠିତ ।

‘ପ୍ରାକ୍ଟିସ୍’ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଅଭ୍ୟାସ କରିବା ପାଇଁ ସେମାନଙ୍କ ପାଠ୍ୟକ୍ରମରେ ଟପିକ୍ ଏବଂ ଧାରଣା ଉପରେ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରଶ୍ନ ପ୍ରଦାନ କରିଥାଏ । ବିସ୍ତୃତ ସମାଧାନଗୁଡିକ Embibeରେ ଏକ୍ସପର୍ଟ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ବିଦ୍ୟାର୍ଥୀମାନେ ଏହି ପ୍ରାକ୍ଟିସ୍ ପ୍ରଶ୍ନଗୁଡିକ ଅଧ୍ୟାୟ-ଅନୁଯାୟୀ କିମ୍ବା ଟପିକ୍-ଅନୁଯାୟୀ ‘ଭିଡିଓ ଓ ସମାଧାନ ବିଶିଷ୍ଟ ବହି’ ମାଧ୍ୟମରେ ପ୍ରବେଶ କରିପାରିବେ ।

ବିଦ୍ୟାର୍ଥୀମାନେ ଦେଉଥିବା ଟେଷ୍ଟ ଉପରେ Embibe ବିଭିନ୍ନ ପ୍ରକାରର ବିଶ୍ଳେଷଣ ପ୍ରଦାନ କରିଥାଏ:

ସାମଗ୍ରିକ ବିଶ୍ଳେଷଣ: ଜଣେ ବିଦ୍ୟାର୍ଥୀ କିପରି ଟେଷ୍ଟ ଦେବାକୁ ପ୍ରୟାସ କରେ, ସେହି ଆଧାରରେ, ସେମାନଙ୍କର ବେପରୁଆ ଆଚରଣ, ତରତର ହେବା, ଠିକ୍ ଭାବେ କରିବା ଇତ୍ୟାଦି ଠାରୁ ଭିନ୍ନ ହୋଇପାରେ । 

ପ୍ରଶ୍ନ ଅନୁଯାୟୀ ବିଶ୍ଳେଷଣ: ଏହା ପ୍ରତ୍ୟେକ ପ୍ରଶ୍ନର ଏକ ବିଶ୍ଳେଷଣ ପ୍ରଦାନ କରେ ଯେଉଁଥିରେ ଜଣେ ବିଦ୍ୟାର୍ଥୀ ଛଅଟି ଶ୍ରେଣୀ ଅଧୀନରେ ଚେଷ୍ଟା କରିଛନ୍ତି, ଯଥା – ବହୁତ ଶୀଘ୍ର ଭୁଲ୍, ସଫଳ ପ୍ରୟାସ, ଅଧିକ ସମୟରେ ଭୁଲ୍, ଅଧିକ ସମୟରେ ସଠିକ୍, ବ୍ୟର୍ଥ ପ୍ରୟାସ, ଭୁଲ୍ ଏବଂ ପ୍ରୟାସ କରିନାହାଁନ୍ତି । 

ଦକ୍ଷତା ଅନୁଯାୟୀ ବିଶ୍ଳେଷଣ: ପ୍ରଶ୍ନଗୁଡିକ ବିଭିନ୍ନ ପ୍ରଦର୍ଶନର ସ୍ତର ଅନୁଯାୟୀ ଶ୍ରେଣୀଭୁକ୍ତ କରାଯାଇଛି, ଯେପରି ପ୍ରୟୋଗ, ବୋଧ, ଘୋଷା ଶିକ୍ଷା ଏବଂ ବିଶ୍ଳେଷଣ । ବିଦ୍ୟାର୍ଥୀଙ୍କ ପ୍ରୟାସର ପ୍ରଭାବ ଉପରେ ଆଧାର କରି ସେମାନଙ୍କର ଦକ୍ଷତା ସ୍ତରର ବିଶ୍ଳେଷଣ ପ୍ରଦାନ କରାଯାଇଥାଏ ।