ଦକ୍ଷତା ଭିତ୍ତିକ ଶିକ୍ଷଣ ମାଧ୍ୟମରେ ପରବର୍ତ୍ତୀ ଧାରଣାକୁ ଯିବା ପାଇଁ ଜଣେ ବିଦ୍ୟାର୍ଥୀର ପ୍ରସ୍ତୁତି ଜାଣିବା

ଦକ୍ଷତା ଭିତ୍ତିକ ଶିକ୍ଷଣରେ, ବିଦ୍ୟାର୍ଥୀମାନଙ୍କ ଉପରେ ଜ୍ଞାନ ପ୍ରୟୋଗ କରାଯାଏ ନାହିଁ । ଏଠାରେ, ବିଦ୍ୟାର୍ଥୀମାନେ ନିଜ ସକ୍ଷମ ଅନୁସାରେ ଜ୍ଞାନ ଓ କୌଶଳ ଦକ୍ଷତା ହାସଲ କରିବା ଉପରେ ଧ୍ୟାନ ଦିଅନ୍ତି ।

ଶ୍ରେଣୀଗୃହ ଭିତ୍ତିକ ପାରମ୍ପାରିକ ଶିକ୍ଷଣରେ, ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ, ପ୍ରତ୍ୟେକ ବିଦ୍ୟାର୍ଥୀ ପାଠ୍ୟକ୍ରମର କ୍ରେଡିଟ୍ ଅର୍ଜନ କରନ୍ତି ଏବଂ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୁଅନ୍ତି, କିନ୍ତୁ ସମସ୍ତ ବିଦ୍ୟାର୍ଥୀମାନେ ପାଠ୍ୟକ୍ରମରେ ସମାନ ସ୍ତରର ଦକ୍ଷତା ହାସଲ କରନ୍ତି ନାହିଁ । କେତେକ ସର୍ବୋତ୍ତମ A + ଗ୍ରେଡ୍ ସ୍କୋର କରୁଥିବାବେଳେ ଅନ୍ୟମାନେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ବିଭିନ୍ନ ଦକ୍ଷତା ହେତୁ C କିମ୍ବା କମ୍ ସ୍କୋର କରିଥାନ୍ତି । ତେଣୁ, ଏକ ନିର୍ଦ୍ଦିଷ୍ଟ ସମୟ ଅବଧିରେ କେତେକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଶିଖନ୍ତି ।

ଦକ୍ଷତା ଭିତ୍ତିକ ଶିକ୍ଷଣ ନିମ୍ନ ବ୍ୟବସ୍ଥିତ ଧାରଣାକୁ ବୁଝାଇଥାଏ :

  1. ନିର୍ଦ୍ଦେଶ
  2. ମୂଲ୍ୟାୟନ
  3. ଗ୍ରେଡିଂ
  4. ଶିକ୍ଷାଗତ ରିପୋର୍ଟ

ବିଦ୍ୟାର୍ଥୀମାନେ ଅଗ୍ରଗତି କଲାବେଳେ ଶିକ୍ଷାଲାଭ କରିଥିବା ଜ୍ଞାନ ଏବଂ କୌଶଳ ଚିତ୍ରଣ କରିବା ଆବଶ୍ୟକ ପଡିଥାଏ । ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସରଣ କରୁଥିବା ଆଧୁନିକ ବିଦ୍ୟାଳୟରେ, ଦକ୍ଷତା-ଆଧାରିତ ଶିକ୍ଷଣ ଏକାଡେମିକ୍ ପ୍ରତ୍ୟାଶାକୁ ଦର୍ଶାଇଥାଏ ଏବଂ ପାଠ୍ୟକ୍ରମ କିମ୍ବା ଗ୍ରେଡ୍ ସ୍ତର ପାଇଁ “ଦକ୍ଷତା” କିମ୍ବା “ବିଚକ୍ଷଣତା” ର ଅନେକ ବିଭାଗକୁ ପ୍ରତିପାଦିତ କରିଥାଏ । ମନୋନୀତ କ୍ଷେତ୍ର କିମ୍ବା କ୍ୟାରିୟର ପଥରେ ସଫଳ ହେବା ପାଇଁ ଜ୍ଞାନ ଏବଂ କୌଶଳ ଅର୍ଜନ କରିବା ଏହାର ସର୍ବନିମ୍ନ ଲକ୍ଷ୍ୟ । ଯେତେବେଳେ ନିର୍ଦ୍ଧାରିତ ଆଶା ପୂରଣ ହୁଏ ନାହିଁ, ବିଦ୍ୟାର୍ଥୀମାନଙ୍କୁ ଆବଶ୍ୟକ ଦକ୍ଷତା ସ୍ତର ହାସଲ କରିବାରେ ସାହାଯ୍ୟ କରିବାକୁ ଅତିରିକ୍ତ ଏକାଡେମିକ୍ ସହାୟତା ସହିତ ପରାମର୍ଶ ଏବଂ ପ୍ରଶିକ୍ଷଣ ଦିଆଯାଇଥାଏ ।

Embibe ପ୍ରଡକ୍ଟ/ଫିଚର୍ ବା ବୈଶିଷ୍ଟ୍ୟ: ଲର୍ଣ୍ଣ, ପ୍ରାକ୍ଟିସ୍, ଟେଷ୍ଟ, ସଲ୍ଭ ଓ୍ୱିଦ୍ ଅସ୍

ଲର୍ଣ୍ଣିଂ ଆଉଟକମ୍ ଉପରେ ଧ୍ୟାନ ଦେଇ, Embibe  ବିଜ୍ଞାନସମ୍ମତ ପ୍ରସ୍ତୁତ ‘ଲର୍ଣ୍ଣ’, ‘ପ୍ରାକ୍ଟିସ୍’ ଏବଂ ‘ଟେଷ୍ଟ’ ବୈଶିଷ୍ଟ୍ୟ ମାଧ୍ୟମରେ ସେମାନଙ୍କ ଉଦ୍ଦେଶ୍ୟ ଏବଂ କୌଶଳ ଉପରେ ନଜର ରଖି ଏହାର ବିଦ୍ୟାର୍ଥୀମାନଙ୍କ ପାଇଁ ଦକ୍ଷତା-ଆଧାରିତ ଶିକ୍ଷଣକୁ ପ୍ରଭାବୀ ଢଙ୍ଗରେ ବ୍ୟବହାର କରେ । Embibe, AI ଆଧାରିତ ପ୍ଲାଟଫର୍ମ, ଶିକ୍ଷଣ ପ୍ରକ୍ରିୟାର ବିଭିନ୍ନ ସ୍ତରରେ ବ୍ୟକ୍ତିଗତ ଦକ୍ଷତାକୁ ସଠିକ ଭାବେ ରେକର୍ଡ କରେ । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ପୂର୍ବ ନିର୍ଦ୍ଧାରିତ କ୍ୟାରିୟର ଲକ୍ଷ୍ୟ ବା ଲକ୍ଷ୍ୟସ୍ଥଳକୁ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ଏହା ସଠିକତା ନିରୂପଣ, ବିଶ୍ଳେଷଣ ଏବଂ ସଫଳତାର ଯୋଜନା, ରଣନୀତି ଏବଂ ଉପକରଣ ଯୋଗାଇବାରେ ସାହାଯ୍ୟ କରେ ।

Embibeର ଏକ ପ୍ରମୁଖ ବୈଶିଷ୍ଟ୍ୟ, ‘ପ୍ରାକ୍ଟିସ୍’, ଯାହା ଦକ୍ଷତା-ଆଧାରିତ ଶିକ୍ଷଣ ପଦ୍ଧତିରେ କାର୍ଯ୍ୟ କରେ, ବିଦ୍ୟାର୍ଥୀମାନଙ୍କୁ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଧାରାରେ ଉତ୍କର୍ଷ କରିବାରେ ସାହାଯ୍ୟ କରିବା ପାଇଁ ପ୍ରଶ୍ନର ଉପଯୁକ୍ତ ସ୍ତରକୁ ସଠିକ୍ ଭାବରେ ସଜ୍ଜାଇବା ଏବଂ କଠିନତାକୁ ବୃଦ୍ଧି କରାଇ ସ୍ୱୟଂ କ୍ରିୟାଶୀଳ ଶିକ୍ଷଣ ପାଇଁ ସୁଯୋଗ ଦେଇଥାଏ ।

ଏକ ଦୃଢ ଦକ୍ଷତା-ଆଧାରିତ ଶିକ୍ଷଣ ମଡେଲକୁ ସୁନିଶ୍ଚିତ କରିବାକୁ, Embibe ଏହାକୁ ଅଧିକ ପ୍ରତିଯୋଗିତାମୂଳକ ଏବଂ ଲକ୍ଷ୍ୟ-ଆଧାରିତ କରିବା ପାଇଁ ବିଭିନ୍ନ ମାନଦଣ୍ଡକୁ ନେଇ କାର୍ଯ୍ୟ କରିଛି । ସ୍ୱୟଂକ୍ରିୟ ସମସ୍ୟାର ସମାଧାନ କ୍ଷମତା ପାଇଁ ସୁଯୋଗ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାଏ । ରିଅଲ୍-ଟାଇମ୍ ରିପୋର୍ଟ, ଧାରଣା-ଜ୍ଞାନର ଦୁର୍ବଳତା ଖୋଜିବା, ବିଷୟ-ସ୍ତରର ଦକ୍ଷତା ନିର୍ଣ୍ଣୟ କରିବା, ଉନ୍ନତି କ୍ଷେତ୍ର ଉପରେ ସଂଶୋଧନ ଯୋଜନା, ପ୍ରଶ୍ନ-ସ୍ତରର ବିଶ୍ଳେଷଣ ଏବଂ ଧାରଣା-ସ୍ତରରେ ବିସ୍ତୃତ ଶିକ୍ଷଣ ସାମଗ୍ରୀ ଦକ୍ଷତା-ଆଧାରିତ ଶିକ୍ଷଣକୁ ବୃଦ୍ଧି କରିଥାଏ ।

‘ସଲ୍ଭ ଓ୍ୱିଦ୍ ଅସ୍’ ହେଉଛି ସମସ୍ୟାର ସମାଧାନର Embibeର ଅନନ୍ୟ ପାରସ୍ପରିକ ଉପାୟ । Embibe ପାଠ୍ୟକ୍ରମକୁ ସୂକ୍ଷ୍ମ ବିଷୟ, ଧାରଣା ଏବଂ ଦକ୍ଷତା ମଧ୍ୟରେ ବିଭକ୍ତ କରିଛି । ଏହା ଗଭୀର ଭାବେ ଦୃଢ ଓ ଦୁର୍ବଳ ଧାରଣା ବୁଝିବାରେ ଏବଂ ଆବଶ୍ୟକ ବ୍ୟକ୍ତିଗତ ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରେ । ‘ସଲ୍ଭ ଓ୍ୱିଦ୍ ଅସ୍’ ଗୁରୁତ୍ୱପୂର୍ଣ୍ଣ ଧାରଣାଗୁଡ଼ିକୁ ବୁଝିବାରେ ସାହାଯ୍ୟ କରେ, ଯେଉଁଥି ପାଇଁ ଜଣେ ବିଦ୍ୟାର୍ଥୀ ପ୍ରଶିକ୍ଷକ ଆବଶ୍ୟକ କରନ୍ତି । ଯଦି ଜଣେ ବିଦ୍ୟାର୍ଥୀ ପ୍ରଶ୍ନସ୍ତରରେ ହିଣ୍ଟ୍ ଦେଖିବା ପରେ ମଧ୍ୟ ଏକ ପ୍ରଶ୍ନର ସମାଧାନ କରିବାରେ ଅସମର୍ଥ, ତେବେ ସେମାନେ ‘ସଲ୍ଭ ଓ୍ୱିଦ୍ ଅସ୍’ ର ସାହାଯ୍ୟ ନେଇପାରିବେ, ଯାହା ସମାଧାନ/ଉତ୍ତରରେ ପହଞ୍ଚିବା ପାଇଁ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ମାର୍ଗଦର୍ଶନ କରିଥାଏ । Embibe ଆଗକୁ ସୋପାନ ସ୍ତରରେ ଛୋଟ ଛୋଟ ହିଣ୍ଟ୍ ପ୍ରଦାନ କରିଥାଏ ଏବଂ ଶେଷରେ ସମସ୍ୟାର ଏକ ବିସ୍ତୃତ ସମାଧାନ ପ୍ରଦାନ କରିଥାଏ ।