ପ୍ରତ୍ୟେକ କନସେପ୍ଟରେ ଜଣେ ବିଦ୍ୟାର୍ଥୀଙ୍କ ଦକ୍ଷତା ଟ୍ରାକିଂର କଠିନ ସମସ୍ୟାର ସମାଧାନ

ବିଦ୍ୟାର୍ଥୀମାନଙ୍କୁ କନସେପ୍ଟ ମାଷ୍ଟରୀ ହାସଲ କରିବାରେ ସାହାଯ୍ୟ କରିବା ପାଇଁ Embibe କିପରି ତଥ୍ୟ ବ୍ୟବହାର କରେ ତାହା ବୁଝନ୍ତୁ!

ଯଦି ଜଣେ ମିଶାଣ ଜାଣନ୍ତି ନାହିଁ ତେବେ ସେ ଗୁଣନ କରିପାରିବେ ନାହିଁ । ଗଣିତ ଓ ବିଜ୍ଞାନରେ କନସେପ୍ଟଗୁଡ଼ିକ ପରସ୍ପର ସହିତ ଜଡିତ । ଯେଉଁ ବିଦ୍ୟାର୍ଥୀ ଗୋଟିଏ କନସେପ୍ଟ ବା ଧାରଣାକୁ ବୁଝିଥାନ୍ତି, ତା ପରବର୍ତ୍ତୀ କନସେପ୍ଟକୁ ସହଜରେ ଏବଂ ଶୀଘ୍ର ଜାଣିପାରିବେ । ବିଦ୍ୟାର୍ଥୀଙ୍କ ଜ୍ଞାନ ସ୍ତରକୁ ଅନୁକୂଳନ କରି ବ୍ୟକ୍ତିଗତ ଶିକ୍ଷଣ ପ୍ରଦାନ କରିବା ହେଉଛି Embibeର ମୂଳ ଲକ୍ଷ୍ୟ । କନସେପ୍ଟ ସ୍ତରରେ ପ୍ଲାଟଫର୍ମ ସହିତ ବିଦ୍ୟାର୍ଥୀମାନଙ୍କ ପାରସ୍ପରିକ କାର୍ଯ୍ୟକଳାପ ଉପରେ ନଜର ରଖି ଜ୍ଞାନ ସ୍ତରକୁ ଜାଣିହୋଇଥାଏ । ଏହି ପାରସ୍ପରିକ କ୍ରିୟାଗୁଡିକ ହେଉଛି ଭିଡିଓ ଦେଖିବା, ପ୍ରଶ୍ନ ପ୍ରାକ୍ଟିସ୍ କରିବା, ଟେଷ୍ଟ ନେବା ଏବଂ ଟେଷ୍ଟ ଉପରେ ଫିଡବ୍ୟାକ୍ ଦେଖିବା ଇତ୍ୟାଦି । ଜଣେ ବିଦ୍ୟାର୍ଥୀ ଏକ ଧାରଣାରେ ଦକ୍ଷତା ହାସଲ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ‘କନସେପ୍ଟ ମାଷ୍ଟରୀ’ ହେଉଛି ଏହି ପାରସ୍ପରିକ ମଡେଲିଂର ପ୍ରକ୍ରିୟା ।

‘କନସେପ୍ଟ ମାଷ୍ଟରୀ’ ମଡେଲିଂ କରିବା ଅନ୍ତର୍ନିହିତ ଭାବରେ ଏକ ଜଟିଳ ପ୍ରକ୍ରିୟା କାରଣ ଏଥିରେ ମାନବ ବୋଧଶକ୍ତିର ମଡେଲିଂ ଏବଂ ମଣିଷ କିପରି ଜ୍ଞାନ ଆହରଣ କରେ, ତାହା ଆବଶ୍ୟକ ହୋଇଥାଏ । ଜଣେ ବ୍ୟକ୍ତି କିପରି ଜ୍ଞାନ ଗ୍ରହଣ କରେ, ତାହା ସାଧାରଣତଃ ପାରସ୍ପରିକ କ୍ରିୟା ମାଧ୍ୟମରେ ରେକର୍ଡ କରାଯାଇଥାଏ । ଆହୁରି ମଧ୍ୟ, ବିଭିନ୍ନ ଧାରଣା ଉପରେ ବିଦ୍ୟାର୍ଥୀମାନଙ୍କ ପାରସ୍ପରିକ କ୍ରିୟାର ପୂର୍ବ ରେକର୍ଡ ଯଥେଷ୍ଟ ନୁହେଁ । ଏହି ଆବଶ୍ୟକତାର ଅଭାବ ହେଲେ ବିଦ୍ୟାର୍ଥୀର ଦକ୍ଷତା ଓ ଦୁର୍ବଳତାରେ ଚିହ୍ନଟ ମଧ୍ୟ ଭୁଲ ହୋଇଯାଏ । ଅଧିକନ୍ତୁ, ଯଦି କେବଳ 1s ଓ 0s ରୁ ଜଣେ ବ୍ୟକ୍ତି କେତେ ସଫଳ ତାହା ଜଣାପଡିଯାଉଥାନ୍ତା, ତେବେ କୌଣସି ସଫଳ ବ୍ୟକ୍ତି ବିଦ୍ୟାଳୟରେ ବିଫଳ ହୋଇନଥାନ୍ତେ । ତେଣୁ, ଏହି ବ୍ୟବସ୍ଥାରେ ଏକାଧିକ ଆକାରରେ ଜ୍ଞାନକୁ ବିଶ୍ଳେଷଣ କରିବା ଆବଶ୍ୟକ ପଡେ ।

ଲର୍ଣ୍ଣ: ଯେକୌଣସି ଧାରଣାକୁ ଆୟତ୍ତ କରିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ଏହାକୁ ବୁଝିବା । ପ୍ରଦତ୍ତ ଚିନ୍ତାଧାରାକୁ ମନ ଭିତରେ ଚିତ୍ର ଅଙ୍କନ କରିବାର ଭିଜୁଆଲ୍ ଲର୍ଣ୍ଣିଂକୁ କେହି ସମକକ୍ଷ ହେବେ ନାହିଁ । ଜଟିଳ ଧାରଣାକୁ ଭିଜୁଆଲାଇଜ୍ କରି ଶିକ୍ଷଣକୁ ସରଳ କରି Embibe ର ‘ଲର୍ଣ୍ଣ’ ଦୁନିଆର ସର୍ବୋତ୍ତମ 3D ବିଶିଷ୍ଟ ବିଷୟବସ୍ତୁକୁ ନେଇ ଗଠିତ । ଶିକ୍ଷଣ ଅଭିଜ୍ଞତା ଏହି କ୍ଷେତ୍ରରେ ସବୁଠାରୁ ବ୍ୟାପକ ନଲେଜ୍ ଗ୍ରାଫ୍ ର ମୂଳଦୁଆକୁ ନେଇ ପ୍ରସ୍ତୁତ ହୋଇଛି, ଯେଉଁଥିରେ 74,000+ କନସେପ୍ଟ ଓ 2,03,000+ ଦକ୍ଷତା ଅନ୍ତର୍ଭୁକ୍ତ । Embibe ଏହାର ସମସ୍ତ ଶିକ୍ଷଣ ବିଷୟବସ୍ତୁକୁ 74,000+ କନସେପ୍ଟ ବିଶିଷ୍ଟ ନଲେଜ୍ ଗ୍ରାଫ୍ ର ଶିକ୍ଷାପଦ୍ଧତି ସହିତ ଏକୀକୃତ କରିଛି । ଏହା ଗ୍ରେଡ୍, ପରୀକ୍ଷା, ଏବଂ ଲକ୍ଷ୍ୟଗୁଡିକ ମଧ୍ୟରେ ଗଭୀର ବ୍ୟକ୍ତିଗତକରଣକୁ ସୁନିଶ୍ଚିତ କରିଥାଏ ।

ପ୍ରାକ୍ଟିସ୍: ଯେ କୌଣସି ଜିନିଷକୁ ଆୟତ୍ତ କରିବା ପାଇଁ ଅଭ୍ୟାସ ଆବଶ୍ୟକ । ‘କନସେପ୍ଟ ମାଷ୍ଟରୀ’ ପାଇଁ ମଧ୍ୟ ସମାନ କଥା । Embibeର ‘ପ୍ରାକ୍ଟିସ୍’ ବୈଶିଷ୍ଟ୍ୟ 1,400+ ବହିରୁ ସଂଗୃହିତ 10 ଲକ୍ଷରୁ ଅଧିକ ଇଣ୍ଟରାକ୍ଟିଭ୍ ପ୍ରଶ୍ନ ୟୁନିଟ୍ ଗୁଡ଼ିକୁ ବିଭିନ୍ନ  ଅଧ୍ୟାୟ ଓ ଟପିକ୍ ଭାବେ ଏକତ୍ର କରିଛି । ଏକ ଆଡାପ୍ଟିଭ୍ ପ୍ରାକ୍ଟିସ୍ ଢାଂଚା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଗଭୀର ଜ୍ଞାନ ଅନୁସନ୍ଧାନ ଆଲଗୋରିଦମ ମାଧ୍ୟମରେ ଅଭ୍ୟାସ ପଥକୁ ବ୍ୟକ୍ତିଗତ କରି ‘ପ୍ରାକ୍ଟିସ୍’ କୁ ଆହୁରି ଦୃଢ କରିଥାଏ । ସଲଭର ଏବଂ ଟେମ୍ପଲେଟ୍ ବ୍ୟବହାର କରି ଏହା ରନ୍-ଟାଇମରେ ପ୍ରଭାବଶାଳୀ ଭାବେ ବ୍ୟକ୍ତିଗତ ପ୍ରଶ୍ନ ସୃଷ୍ଟି କରିଥାଏ । ଜଣେ ବିଦ୍ୟାର୍ଥୀ ଏକ ପ୍ରଶ୍ନରେ କନସେପ୍ଟ କିମ୍ବା ଦକ୍ଷତାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିବା ବେଳେ ଏକ ବ୍ୟବସ୍ଥିତ ଢଙ୍ଗରେ ଶିକ୍ଷଣକାର୍ଯ୍ୟ ଭିଡିଓ ଓ ହିଣ୍ଟ୍ ମାଧ୍ୟମରେ ସହାୟତା କରିଥାଏ । ପ୍ରତ୍ୟେକ ପ୍ରଶ୍ନ ପରେ ‘ବହୁତ ଶୀଘ୍ର ସଠିକ୍’, ‘ସଫଳ ପ୍ରୟାସ’, ‘ଅଧିକ ସମୟରେ ସଠିକ୍’, ‘ବ୍ୟର୍ଥ ପ୍ରୟାସ’, ‘ଭୁଲ୍ ପ୍ରୟାସ’ ଏବଂ ‘ଅଧିକ ସମୟରେ ଭୁଲ୍ ପ୍ରୟାସ’ ଶ୍ରେଣୀଭୁକ୍ତ କରି ପ୍ରୟାସ ଗୁଣର କ୍ରମାଗତ ମତାମତ ବିଦ୍ୟାର୍ଥୀଙ୍କୁ ଅବଗତ ଓ ସଚେତନ ରଖେ ।

ଟେଷ୍ଟ : Embibe ଟେଷ୍ଟ ଯୋଗାଇଦେଉଛି,  ଯାହା ବିଦ୍ୟାର୍ଥୀଙ୍କ ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟକୁ ପୂରଣ କରେ । ଏଥିସହ, ବିଦ୍ୟାର୍ଥୀମାନେ ଟେଷ୍ଟ ଉପରେ ବିସ୍ତୃତ ଫିଡବ୍ୟାକ୍ ମଧ୍ୟ ପାଇଥା’ନ୍ତି ଯାହା ସେମାନଙ୍କର ଏକାଡେମିକ୍ ଏବଂ ଆଚରଣଗତ ଅଭାବକୁ ଚିହ୍ନଟ କରେ । ଉଦାହରଣ ସ୍ୱରୂପ, Embibeର  AI ଟେଷ୍ଟରେ ଅନ୍ତର୍ଭୁକ୍ତ ହୋଇଥିବା ବିଷୟଗୁଡ଼ିକୁ ‘ଆପଣ ଠିକ୍ କରିଥିବା ଅଧ୍ୟାୟ’, ‘ଆପଣ ଭୁଲ୍ କରିଥିବା ଅଧ୍ୟାୟ’ ଏବଂ ‘ଆପଣ ଚେଷ୍ଟା କରି ନଥିବା ଅଧ୍ୟାୟ’ରେ ଶ୍ରେଣୀଭୁକ୍ତ କରେ । ବିଦ୍ୟାର୍ଥୀମାନେ ସେମାନଙ୍କର ସାଧୁତା ସ୍କୋର ଏବଂ ଧାରଣାଗତ, ବ୍ୟବହାରିକ ଏବଂ ସମୟ ପରିଚାଳନା ସ୍କୋର ଆଦିକୁ  ଯାଞ୍ଚ କରିପାରିବେ ଏବଂ ଏଥିରେ ଆବଶ୍ୟକ ଉନ୍ନତି ଆଣିପାରିବେ ।

Embibe ରେ, ‘କନସେପ୍ଟ ମାଷ୍ଟରୀ’ ଲର୍ଣ୍ଣିଂ ଆଉଟକମ୍ ଇଞ୍ଜିନର ମୂଳଦୁଆ । ଜଣେ ବିଦ୍ୟାର୍ଥୀଙ୍କ ‘କନସେପ୍ଟ ମାଷ୍ଟରୀ’ ନିର୍ଣ୍ଣୟ କରିବା ପାଇଁ ସିଷ୍ଟମ 74,000 ରୁ ଅଧିକ ସଂଯୁକ୍ତ କନସେପ୍ଟ ସହିତ Embibeର ନଲେଜ୍ ଗ୍ରାଫକୁ ବ୍ୟବହାର କରିଥାଏ । ନଲେଜ୍ ଗ୍ରାଫ୍ ସିଷ୍ଟମ୍ କୁ ମୂଳ ଧାରଣା ଚିହ୍ନଟ କରିବାକୁ ଅନୁମତି ଦେଇଥାଏ, ଯେଉଁଠାରେ ବିଦ୍ୟାର୍ଥୀ ସେମାନଙ୍କ ଲକ୍ଷ୍ୟ ପାଇଁ ସେମାନଙ୍କର ବର୍ତ୍ତମାନର ‘କନସେପ୍ଟ ମାଷ୍ଟରୀ’ ର ଉନ୍ନତି କରିବାର ଆବଶ୍ୟକତା ଥାଏ । ପୁନଶ୍ଚ, ବ୍ଲୁମ୍ ଙ୍କ ଟ୍ୟାକ୍ସୋନୋମିଟି ଶିକ୍ଷଣ ସହିତ ଆଉ ଏକ ଦିଗ ସାମିଲ କରିବା ପାଇଁ  ଜ୍ଞାନକୁ ବୁଝିବା ଓ ପ୍ରୟୋଗ କରିବାରେ ବ୍ୟବହୃତ ହୋଇଥାଏ । ଅଧିକନ୍ତୁ, ପ୍ରଶ୍ନଗୁଡିକ ବିଦ୍ୟାର୍ଥୀଙ୍କ ଜ୍ଞାନ ସ୍ତର ସହିତ ଖାପ ଖୁଆଇବା ପାଇଁ କଠିନତା ସ୍ତର ସହିତ ଟ୍ୟାଗ୍ କରାଯାଇଥାଏ । ତେଣୁ, ଆମେ ଗତ ଆଠ ବର୍ଷ ମଧ୍ୟରେ ସଂଗୃହିତ କୋଟି କୋଟି ପାରସ୍ପରିକ କାର୍ଯ୍ୟର ପରିମାପ ଭାବରେ ନଲେଜ୍ ଗ୍ରାଫ୍, ବ୍ଲୁମଙ୍କ ଟ୍ୟାକ୍ସୋନୋମି, କଠିନତା ସ୍ତର ଏବଂ ଲ୍ୟାଟେଣ୍ଟ ଭେରିଏବଲ୍ ବ୍ୟବହାର କରି ‘କନସେପ୍ଟ ମାଷ୍ଟରୀ’ ମଡେଲିଂର ସମସ୍ୟାର ସମାଧାନ କରିଆସୁଛୁ ।