ବିଦ୍ୟାର୍ଥୀଙ୍କୁ ‘ଆଚିଭ୍’ରେ ସହାୟତା ପାଇଁ ଡିପ୍ ନଲେଜ୍ ଟ୍ରେସିଂ

ଜଣେ ବିଦ୍ୟାର୍ଥୀର ଜ୍ଞାନ ସ୍ତରକୁ ବୁଝିବା ମଧ୍ୟ ଏକ ପ୍ରକ୍ରିୟା । ସେମାନଙ୍କର ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା ଚାର୍ଟ ପ୍ରସ୍ତୁତ କରିବାକୁ ଆମେ ଏହି ଜ୍ଞାନକୁ ବ୍ୟବହାର କରିଥାଉ ।

‘ଲର୍ଣ୍ଣ’, ‘ପ୍ରାକ୍ଟିସ୍’ ଏବଂ ‘ଟେଷ୍ଟ’ର ପ୍ରକ୍ରିୟା ମଧ୍ୟରେ ବିଦ୍ୟାର୍ଥୀଙ୍କ ତଥ୍ୟ ଦ୍ୱାରା ଚାଳିତ ପ୍ରତ୍ୟେକ ଲକ୍ଷ୍ୟକୁ ଅନୁଧ୍ୟାନ କରି ‘ଆଚିଭ୍’ ‘ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା’ ସୃଷ୍ଟି କରିଥାଏ । କନସେପ୍ଟ ମାଷ୍ଟରୀ ପାଇଁ Embibe ଡିପ୍ ନଲେଜ୍ ଟ୍ରେସିଂ ଆଲଗୋରିଦମ ଉପରେ ‘ଆଚିଭ୍’ର ମୂଳଦୁଆ ପ୍ରତିଷ୍ଠା ହୋଇଛି ।  ନିମ୍ନଲିଖିତଗୁଡ଼ିକ ହେଉଛି ‘ଆଚିଭ୍’ର ପ୍ରମୁଖ ବୈଶିଷ୍ଟ୍ୟ:

  1. Embibeର  AI-ଆଧାରିତ ସ୍ୱୟଂକ୍ରିୟ ଟେଷ୍ଟ ଜେନେରେଟର ମାଧ୍ୟମରେ ପ୍ରସ୍ତୁତ ଡାଇଗ୍ନୋଷ୍ଟିକ୍ ମୂଲ୍ୟାଙ୍କନ ମାଧ୍ୟମରେ ଜଣେ ବିଦ୍ୟାର୍ଥୀର ସାମର୍ଥ୍ୟ ଓ ଦୁର୍ବଳତାକୁ ‘ଆଚିଭ୍’ ନିରୂପଣ କରିଥାଏ ।
  2. ଏହା ଏକ କିମ୍ବା ଏକାଧିକ ଆଚିଭମେଣ୍ଟ ଲକ୍ଷ୍ୟକୁ ବାଛିଥାଏ, ଯେଉଁଥିରେ ଆବଶ୍ୟକୀୟ ପୂର୍ବଜ୍ଞାନର ଦକ୍ଷତା, ବର୍ତ୍ତମାନ ପରୀକ୍ଷା / ଅଧ୍ୟାୟ / ବିଷୟରେ ଦକ୍ଷତା ହାସଲ କରିବା, ଭବିଷ୍ୟତର ଜୀବନ ଲକ୍ଷ୍ୟ ଏବଂ କୌଶଳ ପାଇଁ ମୂଳଦୁଆକୁ ସୁଦୃଢ କରିବା ଆଦି ଅନ୍ତର୍ଗତ । 
  3. ଏହା ଆଚିଭମେଣ୍ଟ ଲକ୍ଷ୍ୟକୁ ଏକାଧିକ ସୋପାନରେ ବିଭକ୍ତ କରିଥାଏ ଏବଂ Embibe ର ମାଲିକାନା ଆଚିଭମେଣ୍ଟ ଇଞ୍ଜିନ ଆଧାରରେ ପ୍ରତ୍ୟେକ ସୋପାନ ପାଇଁ ଏକ ଯାତ୍ରା ପ୍ରସ୍ତୁତ କରିଥାଏ ।
  4. ପ୍ରତ୍ୟେକ ସୋପାନ ହେଉଛି ଶିକ୍ଷଣ ବିଷୟବସ୍ତୁର ଏକ ସେଟ୍, ଯେପରି ଭିଡିଓ କିମ୍ବା ପ୍ରଶ୍ନ ଭଳି ପ୍ରାକ୍ଟିସ୍ ବିଷୟବସ୍ତୁର ଏକ ସେଟ୍ ଇତ୍ୟାଦି ।
  5. କନସେପ୍ଟ ଉପରେ ବିଦ୍ୟାର୍ଥୀମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଆଧାରରେ ଏସବୁ ପ୍ରତ୍ୟେକ ସେଟ୍ ବ୍ୟକ୍ତିଗତ ଏବଂ କ୍ରିୟାଶୀଳ ଭାବରେ ସୃଷ୍ଟି ହୋଇଥାଏ । ସୋପାନର କ୍ରିୟାଶୀଳ ପୁନଃ – କାଲିବ୍ରେସନ୍ ଏକ ଧାରାର ପୂର୍ବ ସୋପାନର କାର୍ଯ୍ୟଦକ୍ଷତା ଉପରେ ଆଧାରିତ ।
  6. ଶେଷରେ ଏହା ବିଦ୍ୟାର୍ଥୀଙ୍କ ସାମର୍ଥ୍ୟ ଓ ଦୁର୍ବଳତାକୁ ପୁନଃ ମୂଲ୍ୟାୟନ କରିଥାଏ ।

ମେସିନ୍ ଲର୍ଣ୍ଣିଂ ପଦ୍ଧତିଗୁଡିକର ନିୟମ ହେଉଛି ଏଗୁଡିକ ନିର୍ଦ୍ଦେଶାବଳୀ ସେଟିଂରେ ହିଁ ପ୍ରୟୋଗ କରାଯାଏ । ସାମର୍ଥ୍ୟ ଓ ଦକ୍ଷତା, ଗ୍ରେଡ୍ ଟେଷ୍ଟ, ସାମାଜିକ ବିଦ୍ୱତାପୂର୍ଣ୍ଣ ଉଦାହରଣଗୁଡିକ ବୁଝିବା, ଉପଲବ୍ଧ ଉତ୍ତରଗୁଡିକର ମୂଲ୍ୟାଙ୍କନ କରିବା, ଉପଯୁକ୍ତ ଶିକ୍ଷଣୀୟ ସମ୍ପଦକୁ ସୁପାରିଶ କରିବା ଏବଂ ତୁଳନାତ୍ମକ ଶିକ୍ଷଣ ଗୁଣ କିମ୍ବା ଏକାଡେମିକ୍ ଆଗ୍ରହ ଥିବା ବିଦ୍ୟାର୍ଥୀମାନଙ୍କୁ ଏକତ୍ର କରିବା କିମ୍ବା ଭାଗିଦାରୀ ପାଇଁ ସେଗୁଡିକ ବ୍ୟବହୃତ ହୁଏ ।

‘ଆଚିଭ୍’ ଡିପ୍ ନଲେଜ୍ ଟ୍ରେସିଂ କୌଶଳ ଉପରେ ଆଧାରିତ । AI- ଆଧାରିତ ଶିକ୍ଷା ବିଶ୍ୱ ସ୍ତରୀୟ ଶିକ୍ଷାଦାନ ଓ ନିର୍ଦ୍ଦେଶନାରେ ଓପେନ୍ ଆକସେସ୍ ଦେଇଥାଏ ଏବଂ ଶିକ୍ଷାର ବର୍ଦ୍ଧିତ ମୂଲ୍ୟକୁ ହ୍ରାସ କରିଥାଏ । ଭବିଷ୍ୟତର ପାରସ୍ପରିକ କାର୍ଯ୍ୟକଳାପରେ ବିଦ୍ୟାର୍ଥୀମାନେ କିପରି ସଠିକ୍ ଭାବରେ ପ୍ରଦର୍ଶନ କରିବେ ତାହା ପୂର୍ବାନୁମାନ କରିବା ପାଇଁ ନଲେଜ୍ ଟ୍ରେସିଂ ହେଉଛି ବିଦ୍ୟାର୍ଥୀମାନଙ୍କ ଜ୍ଞାନକୁ ଯୁଗପୋଯୋଗୀ ଭାବେ ପ୍ରତିରୂପଣ କରୁଛି । ଏହି କାର୍ଯ୍ୟରେ ଉନ୍ନତିର ଅର୍ଥ କହିଲେ ବୁଝାଯାଏ ଯେ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ଓ ବିଷୟବସ୍ତୁ ଆଧାରରେ ସଂସାଧନଗୁଡିକ ପରାମର୍ଶ ଦେବା । ବିଷୟବସ୍ତୁ ଅତି ସହଜ କିମ୍ବା ଅତ୍ୟଧିକ କଠିନ ହେବ ବୋଲି ପୂର୍ବାନୁମାନ କରାଯାଇ ସେଗୁଡିକ ଛାଡିଦିଆଯାଇପାରେ କିମ୍ବା ହଟାଇ ଦିଆଯାଇପାରେ ।

ଦୁଇଟି ଷ୍ଟାଣ୍ଡାର୍ଡ ବିଚ୍ୟୁତି କ୍ରମରେ ସାଧାରଣ ବିଦ୍ୟାର୍ଥୀଙ୍କୁ ମୁହାଁମୁହିଁ ଶିକ୍ଷାର ସୁବିଧା ପ୍ରଦାନ କରିପାରିବ । ମେସିନ୍ ଲର୍ଣ୍ଣିଂ ସମାଧାନଗୁଡିକ ବିଶ୍ୱର ଯେ କୌଣସି ବ୍ୟକ୍ତିଙ୍କୁ ମାଗଣାରେ ଉଚ୍ଚମାନର ବ୍ୟକ୍ତିଗତ ଶିକ୍ଷଣର ସୁବିଧା ପ୍ରଦାନ କରିପାରିବ ।

Embibe ର ‘ଆଚିଭ୍’ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ସମାର୍ଥ୍ୟ ଏବଂ ଦୁର୍ବଳତା ଅନୁସନ୍ଧାନ କରିବାରେ ସାହାଯ୍ୟ କରେ । ଏହା ସେମାନଙ୍କୁ ଏହି ଥିମ୍ ଗୁଡିକରେ ଅଧିକ ଶକ୍ତି ବିନିଯୋଗ କରି ଦୁର୍ବଳ ଥିବା ବିଷୟରେ ସାମର୍ଥ୍ୟ ବଢାଇପାରିବେ ଏବଂ ସେମାନେ କେତେ ଉନ୍ନତି କଲେ ଅଧିକ ଟେଷ୍ଟ ଦେଇ ତାହା ଜାଣିପାରିବେ । Embibe ବିଦ୍ୟାର୍ଥୀଙ୍କ ଦୁର୍ବଳ ଥିମ୍ ଜାଣିପାରେ ଏବଂ ସେମାନଙ୍କୁ ସେମାନଙ୍କର ଦୁର୍ବଳତାକୁ ପରାସ୍ତ କରିବାକୁ ସାମଗ୍ରୀ ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥାଏ । ସେହିପରି ଭାବରେ, ସେମାନଙ୍କର ଦୁର୍ବଳତାକୁ ଦୂରାଇବାକୁ ବିଦ୍ୟାର୍ଥୀମାନେ କେତେ ପ୍ରୟାସ କରୁଛନ୍ତି ତାହା ହୃଦୟଙ୍ଗମ କରିବାକୁ ଏକ ସତ୍ୟତା ସ୍କୋର ବ୍ୟବସ୍ଥା ମଧ୍ୟ ରହିଥାଏ ।

Embibe ବିଦ୍ୟାର୍ଥୀମାନେ ଦେଉଥିବା ଟେଷ୍ଟ ଉପରେ ବିଭିନ୍ନ ପ୍ରକାରର ବିଶ୍ଳେଷଣ ପ୍ରଦାନ କରେ:

ସାମଗ୍ରିକ ବିଶ୍ଳେଷଣ: ଜଣେ ବିଦ୍ୟାର୍ଥୀ କିପରି ଏକ ଟେଷ୍ଟ ଦେବାକୁ ଚେଷ୍ଟା କରେ ।  ସେମାନଙ୍କର ବେପରୁଆ ଆଚରଣ, ତରତର ହେବା, ଠିକ୍ ଭାବେ କରିବା ଆଧାରରେ ଏହା ଭିନ୍ନ ଭିନ୍ନ ହୋଇପାରେ ।

ପ୍ରଶ୍ନ ଅନୁଯାୟୀ ବିଶ୍ଳେଷଣ: ଏହା ପ୍ରତ୍ୟେକ ପ୍ରଶ୍ନର ବିଶ୍ଳେଷଣ ପ୍ରଦାନ କରିଥାଏ, ଯେଉଁଥିରେ ଜଣେ ବିଦ୍ୟାର୍ଥୀ ଛଅଟି ଶ୍ରେଣୀରେ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଥାନ୍ତି, ଯଥା – ବହୁତ ଶୀଘ୍ର ଭୁଲ୍, ସଫଳ ପ୍ରୟାସ, ଅଧିକ ସମୟରେ ଭୁଲ୍, ଅଧିକ ସମୟରେ ସଠିକ୍, ବ୍ୟର୍ଥ ପ୍ରୟାସ, ଭୁଲ୍ ଏବଂ ପ୍ରୟାସ କରିନାହାଁନ୍ତି ।

ଦକ୍ଷତା ଅନୁଯାୟୀ ବିଶ୍ଳେଷଣ: ପ୍ରଶ୍ନଗୁଡିକ ବିଭିନ୍ନ ବ୍ଲୁମ୍ ସ୍ତରରେ ଶ୍ରେଣୀଭୁକ୍ତ ହୋଇଛି, ଯେପରିକି ପ୍ରୟୋଗ, ବୋଧ, ଘୋଷା ଶିଖିବା ଏବଂ ବିଶ୍ଳେଷଣ । ବିଦ୍ୟାର୍ଥୀଙ୍କ ପ୍ରୟାସର ପ୍ରଭାବ ଉପରେ ଆଧାର କରି ସେମାନଙ୍କର ଦକ୍ଷତା ସ୍ତରୀୟ ବିଶ୍ଳେଷଣ ପ୍ରଦାନ କରାଯାଇଥାଏ ।