ସ୍ୱାଧୀନ ଭାବେ ଜ୍ଞାନ ହାସଲ ପାଇଁ ଅନସ୍କୁଲିଂ ପରିବେଶକୁ ସକ୍ଷମ କରିବା ଲାଗି ଇଣ୍ଟେଲିଜେଣ୍ଟ ସର୍ଚ୍ଚ ଗଠନ

'ଅନସ୍କୁଲିଂ' ଏକ ପାଠ୍ୟକ୍ରମ ମୁକ୍ତ ଅନୌପଚାରିକ ଶିକ୍ଷଣ ଶୈଳୀ ଯେଉଁଠାରେ ବିଦ୍ୟାର୍ଥୀମାନେ ପ୍ରାକୃତିକ ଜୀବନର ଅନୁଭୂତି ଏବଂ ଦୈନନ୍ଦିନ କାର୍ଯ୍ୟକଳାପର ମାଧ୍ୟମରେ ଶିଖିଥାନ୍ତି ।

“ଅନସ୍କୁଲିଂ” ଶବ୍ଦଟି 1970 ଦଶକରେ ଶିକ୍ଷାବିତ୍ ଜନ୍ ହୋଲ୍ଟଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା । ଏହା ଏକ ଅନୌପଚାରିକ ଶୈଳୀ ଯେଉଁଠାରେ ପିଲାମାନେ ପ୍ରାକୃତିକ ଜୀବନର ଅନୁଭୂତି ଏବଂ ଦୈନନ୍ଦିନ କାର୍ଯ୍ୟକଳାପର ମାଧ୍ୟମରେ ଶିଖିଥାନ୍ତି । ହୋମସ୍କୁଲ୍ ର ପାଠ୍ୟକ୍ରମମୁକ୍ତ କାର୍ଯ୍ୟାନ୍ୱୟନ ଭାବରେ ଅନସ୍କୁଲିଂକୁ ବିବେଚନା କରାଯାଇଥାଏ । ଜ୍ଞାନ ଆହରଣ ଏବଂ ଦକ୍ଷତା ବିକାଶ ଶିଖିବାର ପ୍ରାଥମିକ ମାଧ୍ୟମ ଭାବରେ ପିଲା-ମନୋନୀତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ । ଅନସ୍କୁଲିଂରେ, ପିଲାମାନେ ବିଭିନ୍ନ ଦୈନନ୍ଦିନ ଖେଳ, ଘରର ଦାୟିତ୍ୱ, ବ୍ୟକ୍ତିଗତ ସ୍ୱାର୍ଥ ଏବଂ କୌତୁହଳ, ଇଣ୍ଟର୍ନସିପ୍ ଏବଂ କାର୍ଯ୍ୟ ଅଭିଜ୍ଞତା, ଭ୍ରମଣ, ପୁସ୍ତକ, ଇଚ୍ଛାଧିନ ଶ୍ରେଣୀ, ପରିବାର, ପରାମର୍ଶଦାତା ଏବଂ ସାମାଜିକ ପାରସ୍ପରିକ କ୍ରିୟା ଭଳି  କାର୍ଯ୍ୟକଳାପ ଓ ଅଭିଜ୍ଞତା ମାଧ୍ୟମରେ ଶିଖନ୍ତି ।

ଅନସ୍କୁଲିଂ ସମର୍ଥକମାନେ ପାରମ୍ପାରିକ ବିଦ୍ୟାଳୟଗୁଡ଼ିକର ଉପଯୋଗିତା ଏବଂ ଶିକ୍ଷଣ ପାଇଁ ପାଠ୍ୟକ୍ରମ ଆଧାରିତ ଆଭିମୁଖ୍ୟ ଉପରେ ପ୍ରଶ୍ନ କରନ୍ତି । ସେମାନଙ୍କ ମତରେ  ପାରମ୍ପାରିକ ବିଦ୍ୟାଳୟର ସ୍ୱରୂପ ଓ ଆଭିମୁଖ୍ୟ ହେଉଛି କେବଳ ନିର୍ଦ୍ଦିଷ୍ଟ ସମୟରେ ଶିକ୍ଷଣକାର୍ଯ୍ୟ ହେବ, ଯାଗା ବିଦ୍ୟାର୍ଥୀମାନଙ୍କୁ ପ୍ରକୃତରେ ସାହାଯ୍ୟ କରେ ନାହିଁ । ମାନକ ଟେଷ୍ଟରେ ଗ୍ରେଡିଂ ପଦ୍ଧତି, ସେମାନଙ୍କ ବୟସ ପାଇଁ ଉଦ୍ଦିଷ୍ଟ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଓ ପାରସ୍ପରିକ ସମ୍ପର୍କ, ସେମାନଙ୍କୁ ସହାୟକ କି ନୁହେଁ ନଜାଣି ହୋମୱାର୍କ କରିବାକୁ ବାଧ୍ୟବାଧକତା, ପିଲାମାନଙ୍କୁ ଜଣେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଶୁଣିବା ଏବଂ ପାଳନ କରିବାକୁ ବାଧ୍ୟ କରିବା ଭଳି ପାରମ୍ପାରିକ ବ୍ୟବସ୍ଥା ପିଲାମାନଙ୍କୁ ସାହାଯ୍ୟ କରେ ନାହଁ ବୋଲି ଏମାନଙ୍କ ମତ ।  ପ୍ରତ୍ୟେକ ପିଲା ଅନନ୍ୟ, ତେଣୁ ସେମାନେ ବିଶ୍ୱାସ କରନ୍ତି ଯେ ଅନସ୍କୁଲିଂ ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିପାରିବ ।

ଅନସ୍କୁଲିଂରେ ଅଭିଭାବକମାନେ ଏସବୁ କରିବା ଉଚିତ୍:

  1. ସବୁ ପିଲାମାନଙ୍କୁ ସମାନ ଭାବେ ସମ୍ମାନ ଦିଅନ୍ତୁ ।
  2. ପିଲାକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ – ନିୟମ କାନୁନ୍ ଅପେକ୍ଷା “ଖୋଲା ପୁସ୍ତକ” ଭଳି ଜୀବନଯାପନ କରନ୍ତୁ ।
  3. ପିଲାଟି ଆଗ୍ରହୀ ଥିବା ଜିନିଷଗୁଡିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଏହାକୁ ବିଭିନ୍ନ ଉପାୟରେ କରନ୍ତୁ ।
  4. ଉଭୟ ଘରେ ଏବଂ ଘର ବାହାରେ ବିଭିନ୍ନ ପ୍ରକାରର ଅନୁଭୂତି ସହିତ ଏକ ପାରିବାରିକ ଜୀବନଯାପନ କରନ୍ତୁ । 
  5. ଘରର ଚାରିପାଖରେ ସମ୍ଭାବ୍ୟ ଉତ୍ସଗୁଡିକ ପ୍ରଦାନ କରନ୍ତୁ ଯାହା ରୋମାଞ୍ଚକର ଓ ଉତ୍ସାହଜନକ ।
  6. ପିଲାଙ୍କୁ ଆଲୋଚନାରେ ଜଡିତ କରିବା ଜରୁରୀ – ଯେମିତି ବାର୍ତ୍ତାଳାପରେ ସମୟ ବିତାଇବା; ଏହା ବୋଧହୁଏ ଅନସ୍କୁଲିଂ ପାଇଁ ଅଭିଭାବକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ “କାର୍ଯ୍ୟ” ।
  7. କାର୍ଯ୍ୟକଳାପରେ ଜଡିତ ହେବା, ମଜା କରିବା ଏବଂ ସେମାନଙ୍କ ଚାରିପାଖରେ ଥିବା ଚମତ୍କାର ଦୁନିଆକୁ ପ୍ରଶଂସା କରିବା ଜରୁରୀ । 
  8. ସେମାନଙ୍କର ଚିନ୍ତାଧାରା ଏବଂ ଆଚରଣ ବିଷୟରେ ଆତ୍ମ-ସଚେତନ ହେବାକୁ ଚେଷ୍ଟା କରନ୍ତୁ । 
  9. ଉଦ୍ଦେଶ୍ୟମୂଳକ ଭାବରେ ସେମାନଙ୍କର କଳ୍ପନାକୁ ବିସ୍ତାର କରନ୍ତୁ, ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ, ସେମାନଙ୍କର ଅନୁମାନ ଉପରେ ପ୍ରଶ୍ନ କରନ୍ତୁ, ସେମାନଙ୍କର ସ୍ୱୟଂଚାଳିତ ପ୍ରେରଣାକୁ ପରୀକ୍ଷା କରନ୍ତୁ ।
  10. ପିଲା କ’ଣ କରୁଛନ୍ତି ତାହା ଉପରେ ସତର୍କ ରୁହନ୍ତୁ ।
  11. ଶିଶୁର କାର୍ଯ୍ୟକଳାପର କାରଣକୁ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଏକ ଶିଶୁ “ଶିଖିବା ପାଇଁ ଜନ୍ମ ହୁଏ” ଏବଂ ସର୍ବଦା ଶିଖେ । 
  12. ପିଲାମାନଙ୍କର ଶିଖିବାର ବିଶେଷ ଉପାୟ ବିଷୟରେ ଜାଣନ୍ତୁ ।
  13. ଶିଶୁର ଆବେଗକୁ ସମର୍ଥନ କରନ୍ତୁ । 

ଅନସ୍କୁଲିଂର ସିଦ୍ଧାନ୍ତ :

  1. ଶିକ୍ଷଣ ପ୍ରକ୍ରିୟା ସବୁ ସମୟରେ ଚାଲିଥାଏ । ଯେହେତୁ ମସ୍ତିଷ୍କ କାର୍ଯ୍ୟ କରିବା ବନ୍ଦ କରେ ନାହିଁ, ତେଣୁ ସମୟକୁ ‘ଶିକ୍ଷଣ ଅବଧି’ ଏବଂ ‘ଅଣ-ଶିକ୍ଷଣ ଅବଧି’ରେ ଭାଗ କରିବା ଅସମ୍ଭବ । ଆମ ଚାରିପାଖରେ ଯାହାକିଛି ଘଟେ, ଯାହା ଆମେ ଶୁଣନ୍ତି, ଦେଖନ୍ତି, ସ୍ପର୍ଶ କରନ୍ତି, ଗନ୍ଧ ବାରିପାରନ୍ତି, ଏବଂ ସ୍ୱାଦ ଜାଣିପାରନ୍ତି, ତାହା ଆମକୁ ଶିକ୍ଷଣ ଆଡକୁ ନେଇଯାଇଥାଏ ।
  2. ଶିଖିବାକୁ ବାଧ୍ୟ କରିବାର କୌଣସି ଆବଶ୍ୟକତା ନାହିଁ । ଶିଖିବା କାହାର ଇଚ୍ଛା ବିରୁଦ୍ଧରେ କରାଯାଇପାରିବ ନାହିଁ । ବାଧ୍ୟବାଧକତା ଲୋକଙ୍କୁ ଖରାପ ଲାଗେ ଏବଂ ସେଠାରେ ପ୍ରତିରୋଧ ହୋଇଥାଏ ।
  3. ଶିଖିବାକୁ ଭଲ ଲାଗେ । ଏହା ସନ୍ତୋଷଜନକ ଏବଂ ଲାଭଦାୟକ ଅଟେ । ଅତିରିକ୍ତ ପ୍ରଶଂସା ଓ ପୁରସ୍କାର ଦ୍ୱାରା ଅବାଞ୍ଛିତ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ, ଯାହା ଶିକ୍ଷଣକୁ ସମର୍ଥନ କରେ ନାହିଁ । 
  4. ଯେତେବେଳେ ଜଣେ ବ୍ୟକ୍ତି ଦ୍ୱନ୍ଦ୍ୱ ଅନୁଭବ କରେ, ଶିଖିବା ବନ୍ଦ ହୋଇଯାଏ । ସମସ୍ତ ଶିକ୍ଷା ସାଧାରଣ ଜ୍ଞାନ ଉପରେ ଆଧାରିତ ହେବା ଜରୁରୀ । 
  5. ଯେତେବେଳେ ଜଣେ ବ୍ୟକ୍ତି ନିଶ୍ଚିତ ହୁଏ ଯେ ଶିକ୍ଷଣ କଷ୍ଟକର, ସେତେବେଳେ, ଶିକ୍ଷଣ କଷ୍ଟକର ହୋଇଯାଏ । ଦୁର୍ଭାଗ୍ୟବଶତଃ, ଅଧିକାଂଶ ଶିକ୍ଷାଦାନ ପ୍ରଣାଳୀ ଶିକ୍ଷଣ କଷ୍ଟକର ବୋଲି ଆକଳନ କରିଥାଏ ଏବଂ ଏହି କଥା ବିଦ୍ୟାର୍ଥୀମାନଙ୍କୁ “ଶିକ୍ଷା” ଦିଆଯାଏ ।
  6. ଶିକ୍ଷଣ ଅର୍ଥପୂର୍ଣ୍ଣ ହେବା ଜରୁରୀ । ଯେତେବେଳେ ଜଣେ ବ୍ୟକ୍ତି ମୁଖ୍ୟ ବିଷୟ ଦେଖନ୍ତି ନାହିଁ, ଯେତେବେଳେ ସେମାନେ ଜାଣନ୍ତି ନାହିଁ ଯେ ସୂଚନା କିପରି ସମ୍ପର୍କିତ  କିମ୍ବା ଏହା ‘ବାସ୍ତବ ଦୁନିଆ’ରେ କିପରି ଉପଯୋଗୀ, ସେତେବେଳେ ଶିକ୍ଷଣ ‘ବାସ୍ତବ’ ପରିବର୍ତ୍ତେ ଉପରଠାଉରିଆ ଓ ଅସ୍ଥାୟୀ ହୋଇଥାଏ ।
  7. ଶିକ୍ଷଣ ଆକସ୍ମିକ ହୋଇଥାଏ । ଏହାର ଅର୍ଥ ହେଉଛି ଯେତେବେଳେ ଆମେ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁ, ଆମେ ଉପଭୋଗ କରୁ, ଏସବୁ ସମୟରେ ଆମେ ଶିଖୁ । ତେଣୁ ଶିଖିବା ଏକ ପ୍ରକାର ‘ସାଇଡ୍ ବେନିଫିଟ୍’ ।
  8. ଶିକ୍ଷଣ ସାଧାରଣତଃ ଏକ ସାମାଜିକ କାର୍ଯ୍ୟକଳାପ, ଯାହା ଅନ୍ୟଠାରୁ ପୃଥକ ଭାବରେ ଘଟେ ନାହିଁ । ଆମେ ଅନ୍ୟ ଲୋକଙ୍କଠାରୁ ଶିଖୁ, ଯେଉଁମାନଙ୍କର କୌଶଳ ଏବଂ ଜ୍ଞାନ ଅଛି, ଯାହା ପ୍ରତି ଆମର ଆଗ୍ରହ ଥାଏ ।  ଆମେ ସେମାନଙ୍କଠାରୁ ବିଭିନ୍ନ ଉପାୟରେ ଶିଖିଥାଉ । 
  9. ଭାବନା ଓ ବୁଦ୍ଧିକୁ ନେଇ ସମସ୍ତ ଶିକ୍ଷଣ ହୋଇଥାଏ । 

Embibe ପ୍ରଡକ୍ଟ/ଫିଚର: ମଲ୍ଟିପଲ୍ କଣ୍ଟେଣ୍ଟ୍ ଟାଇପ୍

ଶିକ୍ଷଣ ଆଉ କେବଳ ମାର୍କ ବିଷୟରେ ସୀମିତ ହୋଇ ନାହିଁ ! ପାଠ୍ୟକ୍ରମ ବାହାରେ ଶିଖିବାର ମଜା ଅଲଗା । ବିଦ୍ୟାର୍ଥୀମାନଙ୍କୁ ଧାରଣା ବିଷୟରେ ସାମଗ୍ରିକ ଜ୍ଞାନ ଆହରଣ କରାଇବାକୁ Embibe ଇଚ୍ଛା କରେ । Embibeର ‘ଏକ୍ସପ୍ଲେନର୍’ ଭିଡିଓ ତଥା ୱେବରୁ କ୍ୟୁରେଟେଡ୍ ଭିଡିଓଗୁଡିକ ବିଦ୍ୟାର୍ଥୀମାନଙ୍କୁ ଯେକୌଣସି ବିଷୟ ଉପରେ ଅଧିକ ବୁଝିବାରେ ସାହାଯ୍ୟ କରେ । ଆମର ‘ସର୍ଚ୍ଚ’ ଦ୍ୱାରା ଚାଳିତ ‘ଲର୍ଣ୍ଣ’ ମଡ୍ୟୁଲ୍ ରେ ନିମ୍ନଲିଖିତ ପ୍ରକାରର ଏକ କିମ୍ବା ଅଧିକ ଭିଡିଓ ରହିଛି:

  1. DIY (ଡୁ ଇଟ୍ ୟୋରସେଲ୍ଫ୍) ଭିଡିଓ, 
  2. କୋବୋ ଭିଡିଓ,
  3. ଭର୍ଚୁଆଲ୍ ଲ୍ୟାବ୍ ଭିଡିଓ,
  4. ବାସ୍ତବ-ଜୀବନ ଉଦାହରଣ ବିଶିଷ୍ଟ ଭିଡିଓ, 
  5. ସ୍ପୁଫ୍ କିମ୍ବା ମଜାଳିଆ ଭିଡିଓ,
  6. ପରୀକ୍ଷଣ,
  7. ସମାଧିତ ଉଦାହରଣ

Embibeର ପରସ୍ପର କ୍ରିୟାଶୀଳ ଓ ନିୟୋଜିତ  2D ଓ 3D ଭିଡିଓ ଜଗତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରେ ଏବଂ ସେମାନେ ପାଠପଢାକୁ ଭଲ ପାଆନ୍ତି । ଆମର ନ୍ୟାରେଟର୍ ମାନେ ବିଦ୍ୟାର୍ଥୀମାନଙ୍କ ଭାବନାକୁ ଧରି ରଖନ୍ତି ଏବଂ ମଜାଳିଆ କରିବା ପାଇଁ କାହାଣୀକୁ ସେହିପରି ଭାବରେ ପ୍ରସ୍ତୁତ କରନ୍ତି ।