AI ଓ IoT କୁ ବ୍ୟବହାର କରି ଜ୍ଞାନ ହାସଲ ପାଇଁ ଅର୍ଥପୂର୍ଣ୍ଣ କଥୋପକଥନକୁ ଉତ୍ସାହିତ କରିବା
କଥୋପକଥନ ସିଦ୍ଧାନ୍ତ ହେଉଛି ଏପରି ଏକ ସିଦ୍ଧାନ୍ତ ଯାହା ପାରସ୍ପରିକ କ୍ରିୟା ଉପରେ ଗୁରୁତ୍ୱ ଦେଇଥାଏ, ଯେଉଁଥିରେ ପ୍ରତ୍ୟେକ ସେମାନଙ୍କର ଜ୍ଞାନ ଓ ବିଭିନ୍ନ ଧାରଣାକୁ ବୁଝିବା ପାଇଁ ଜଡିତ ହୁଅନ୍ତି ।
କଥୋପକଥନ ସିଦ୍ଧାନ୍ତ ହେଉଛି ଏପରି ଏକ ସିଦ୍ଧାନ୍ତ ଯାହା ପାରସ୍ପରିକ କ୍ରିୟା ଉପରେ ଗୁରୁତ୍ୱ ଦେଇଥାଏ, ଯେଉଁଥିରେ ପ୍ରତ୍ୟେକ ସେମାନଙ୍କର ଜ୍ଞାନ ଓ ବିଭିନ୍ନ ଧାରଣାକୁ ବୁଝିବା ପାଇଁ ଜଡିତ ହୁଅନ୍ତି ।
ଆମେ ମଣିଷମାନେ ଆମ ଚାରିପାଖରେ ଥିବା ସମସ୍ତ ଜିନିଷ ସହିତ ସମ୍ପର୍କ ରଖିଥାଉ । ବ୍ୟକ୍ତିବିଶେଷ ଅନ୍ୟ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀ ସହିତ, ଉପକରଣ, ମେସିନ୍ କିମ୍ବା କୃତ୍ରିମ ବୁଦ୍ଧି ସହିତ ପାରସ୍ପରିକ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ଜ୍ଞାନ ନିର୍ମାଣରେ ପାରସ୍ପରିକ କ୍ରିୟା କିମ୍ବା ବାର୍ତ୍ତାଳାପର ଭୂମିକା ଜଣାଶୁଣା । ଏହି ପ୍ରକ୍ରିୟାରେ ନିର୍ଦ୍ଦେଶାବଳୀ ଡିଜାଇନ୍ ଏବଂ ଶିକ୍ଷଣ ଶୈଳୀ ସହ ସମ୍ପର୍କୀତ ଅନେକ ତତ୍ତ୍ୱ ଏବଂ ମଡେଲଗୁଡିକ ପ୍ରସ୍ତୁତ ହୋଇଛି ଏବଂ ଶେଷରେ ପ୍ରସିଦ୍ଧ ଲାଭ କରିଛି । କଥୋପକଥନ ସିଦ୍ଧାନ୍ତ ହେଉଛି ଏହିପରି ଏକ ସିଦ୍ଧାନ୍ତ । ଏହି ସିଦ୍ଧାନ୍ତ ପାରସ୍ପରିକ କ୍ରିୟା କିମ୍ବା ବାର୍ତ୍ତାଳାପର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରେ ଯାହାକୁ ବିଭିନ୍ନ ଧାରଣା ଉପରେ ଜ୍ଞାନ ଓ ବୁଝାମଣା ବିକାଶ ପାଇଁ ବ୍ୟକ୍ତିବିଶେଷମାନେ ବ୍ୟବହାର କରିଥାନ୍ତି । ଏହି ସିଦ୍ଧାନ୍ତ ଟ୍ରାନ୍ସଡିସିପ୍ଲିନାରୀ ଅଟେ ଏବଂ 1975 ରେ ଗୋର୍ଡାନ୍ ପାସ୍କ ଦ୍ୱାରା ଏହା ଆରମ୍ଭ କରାଯାଇଥିଲା ।
ସାଇବରନେଟିକ୍ସ ଉପରେ ପାସ୍କଙ୍କ ଆଗ୍ରହ କଥୋପକଥନ ସିଦ୍ଧାନ୍ତ ବିକାଶ ପାଇଁ ଢାଂଚା ପ୍ରସ୍ତୁତ କଲା । ସାଇବରନେଟିକ୍ସ ହେଉଛି କଥୋପକଥନ ଓ ନିୟନ୍ତ୍ରଣ ସିଦ୍ଧାନ୍ତର ବିଜ୍ଞାନ ଯାହା ମସ୍ତିଷ୍କ, ସ୍ନାୟୁ ତନ୍ତ୍ର, ବୈଦ୍ୟୁତିକ ଓ ଯାନ୍ତ୍ରିକ ଯୋଗାଯୋଗ ପ୍ରଣାଳୀ ଭଳି ସ୍ୱୟଂଚାଳିତ ନିୟନ୍ତ୍ରଣ ପ୍ରଣାଳୀକୁ ନେଇ କାମ କରିଥାଏ । କଥୋପକଥନ ଶିକ୍ଷା ଏକ ପ୍ରାକୃତିକ ଆବଶ୍ୟକତା “ଏହା ନିଶ୍ଚୟ ହେବା ଉଚିତ” ଭାବରେ ବିବେଚନା କରାଯାଏ । ତେଣୁ, ପାସ୍କଙ୍କ କଥୋପକଥନ ସିଦ୍ଧାନ୍ତ ସାଧାରଣତଃ ପ୍ରଯୁକ୍ତିବିଦ୍ୟା ସମର୍ଥିତ ମାନବୀୟ ଶିକ୍ଷା କାର୍ଯ୍ୟକ୍ରମର ପରିକଳ୍ପନା ଏବଂ ମୂଲ୍ୟାଙ୍କନ ପାଇଁ ପ୍ରୟୋଗ ହୋଇପାରିବ । କଥୋପକଥନ ସିଦ୍ଧାନ୍ତ ଅର୍ଦ୍ଧ-ବୁଦ୍ଧିମତ୍ତାପୂର୍ଣ୍ଣ ଶିକ୍ଷାଦାନ ପ୍ରଣାଳୀ ବିକାଶ ସହିତ ଜଡିତ ଯାହା ବିଦ୍ୟାର୍ଥୀମାନଙ୍କୁ ଇକୋସିଷ୍ଟମର ଜଟିଳ ତଥା ପ୍ରକୃତ ସମ୍ଭାବ୍ୟ ସିଷ୍ଟମ୍ ପ୍ରକ୍ରିୟାଗୁଡ଼ିକୁ ବୁଝିବାରେ ସକ୍ଷମ କରିଥାଏ ।
ଦୁଇ କିମ୍ବା ଅଧିକ ଜ୍ଞାନଗତ ପ୍ରଣାଳୀ ମଧ୍ୟରେ ଘଟୁଥିବା ପାରସ୍ପରିକ କାର୍ଯ୍ୟକୁ ବର୍ଣ୍ଣନା କରିବା କଥୋପକଥନ ସିଦ୍ଧାନ୍ତର ଲକ୍ଷ୍ୟ । ଏହି ସିଦ୍ଧାନ୍ତ ପଛର ମୌଳିକ ଧାରଣା ହେଉଛି ବିଷୟ ବିଶେଷଜ୍ଞମାନେ କଥୋପକଥନ ମାଧ୍ୟମରେ ଶିକ୍ଷଣକୁ ସହଜ କରିବା ସହ ଜ୍ଞାନପ୍ରଦାନକୁ ସ୍ପଷ୍ଟରୂପ ଦେଇଥାନ୍ତି । ଏହା ଆହୁରି ବ୍ୟାଖ୍ୟା କରେ ଯେ ସିଷ୍ଟମଗୁଡିକ ନିର୍ଦ୍ଦିଷ୍ଟ ଧାରଣା ଉପରେ କିପରି ସଂଳାପ ସହିତ ସମ୍ପର୍କିତ ହୁଏ ଏବଂ ସେମାନେ ଏହାକୁ ବୁଧିବା ଭଳି ଉପାୟରେ ହିଁ ପାର୍ଥକ୍ୟ ଚିହ୍ନଟ କରିଥାଏ । କଥୋପକଥନ ସିଦ୍ଧାନ୍ତ ଦ୍ୱନ୍ଦ୍ୱାତ୍ମକ ଉପାୟରେ କାର୍ଯ୍ୟ କରେ । ଦୁଇଟି ବିପରୀତ ନୀତି, ଧାରଣା କିମ୍ବା ଗଠନ ଉପରେ ଆଧାର କରି ଡାଏଲେକ୍ଟିକ୍ସ ବା ଦ୍ୱନ୍ଦ୍ୱାବାଦ ଗଠନ ହୋଇଛି । ଏହି ପରିପ୍ରେକ୍ଷୀରେ, କଥୋପକଥନରେ ଜଡିତ ଦଳଗୁଡିକ ଦ୍ୱନ୍ଦ୍ୱାତ୍ମକ ବିପରୀତ ଭାବ ପ୍ରକାଶ କରନ୍ତି । ସାଧାରଣ ଦ୍ୱନ୍ଦ୍ୱାତ୍ମକ ପ୍ରକ୍ରିୟାରେ ଯେପରି ଦୁଇ ଦଳ ପ୍ରାରମ୍ଭରେ ବିରୋଧୀ ସ୍ଥିତିରେ ଥାନ୍ତି, କିନ୍ତୁ ପରେ ପାରସ୍ପରିକ କ୍ରିୟା ମାଧ୍ୟମରେ ଏକମତ ହୋଇଥାନ୍ତି । ଏହା ମଲ୍ଟି-ଲେଭଲ୍ ଡାଇଲଗ୍ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଚୁକ୍ତିନାମାକୁ ଆଧାର କରି ଜ୍ଞାନର ଆବିର୍ଭାବକୁ ବର୍ଣ୍ଣନା ଏବଂ ବ୍ୟାଖ୍ୟା କରେ । ମଡେଲିଂ ସୁବିଧା ଏବଂ ଉପଯୁକ୍ତ ଯୋଗାଯୋଗ ଏବଂ କାର୍ଯ୍ୟ ଇଣ୍ଟରଫେସ୍ ଦ୍ୱାରା ଏହା ସମର୍ଥିତ | ତେଣୁ, ଏହା ମଧ୍ୟ ଏକ ବ୍ୟବହାରିକ ଏପିଷ୍ଟେମୋଲୋଜି ବା ଜ୍ଞାନବାଦ ।
ଭିନ୍ନ ଭିନ୍ନ ସ୍ତରରେ କଥୋପକଥନ କରାଯାଇପାରିବ, ଯେପରିକି :
ଶିକ୍ଷଣ ପ୍ରକ୍ରିୟାକୁ ସହଜ କରିବାକୁ, ବିଷୟବସ୍ତୁକୁ ସଂରଚନାରେ ଉପସ୍ଥାପିତ କରାଯିବା ଉଚିତ, ଯେଉଁଥିରେ ଶିଖିବାକୁ ଥିବା ବିଷୟ ଦର୍ଶାଯାଇଥିବ । ତିନୋଟି ନୀତି ବର୍ଣ୍ଣିତ ହୋଇଛି ଯାହା କଥୋପକଥନ ସିଦ୍ଧାନ୍ତକୁ ବୁଝିବାରେ ସହାୟକ ହୋଇଥାଏ । ଏହି ସବୁ ହେଉଛି:
କଥୋପକଥନ ସିଦ୍ଧାନ୍ତ ମାଧ୍ୟମରେ ଶିଖିବାର ସବୁଠାରୁ ପ୍ରଭାବଶାଳୀ ପଦ୍ଧତି ହେଉଛି ‘’ଟିଚ୍ ବ୍ୟାକ୍,’’ ଯେଉଁଥିରେ ଜଣେ ବ୍ୟକ୍ତି ଯାହା ଶିଖିଛି ତାହା ଅନ୍ୟ ଜଣକୁ ଶିଖାଇବାକୁ ଚେଷ୍ଟା କରେ ।
Embibe ପ୍ରଡକ୍ଟ/ଫିଚର: ଲାଇଭ୍ ଡାଉଟ୍ ରିଜୋଲ୍ୟୁସନ୍, ପ୍ୟାରେଣ୍ଟ ଆପ୍, ଟିଚର୍ ଆପ୍ ଓ୍ୱିଦ୍ JIOମିଟ୍
Embibeର ‘ଲାଇଭ୍ ଡାଉଟ୍ ରିଜୋଲ୍ୟୁସନ୍’ ବୈଶିଷ୍ଟ୍ୟ କଥୋପକଥନର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରେ । ଏହା ଏକ ଦ୍ୱିପାକ୍ଷିକ ପ୍ରକ୍ରିୟା ଏବଂ ବିଦ୍ୟାର୍ଥୀମାନେ କିଛି ଶିଖିବା ସମୟରେ ସମ୍ମୁଖୀନ ହେଉଥିବା ସନ୍ଦେହର ସମାଧାନ ପାଇଁ ଦିନର ଯେକୌଣସି ସମୟରେ ଏହାକୁ ଆକସେସ୍ କରିପାରିବେ । କଥୋପକଥନର ଏକ ସମୀକ୍ଷା ଏପର୍ଯ୍ୟନ୍ତ ସୂଚିତ କରେ ଯେ ବିଦ୍ୟାର୍ଥୀମାନେ ସେମାନଙ୍କର ଅଗ୍ରଗତି ଉପରେ ବିଶେଷଜ୍ଞଙ୍କଠାରୁ ବୈଧତା ଏବଂ ପ୍ରଶଂସା ଚାହାଁନ୍ତି ଏବଂ ସେମାନଙ୍କ ଅନୁଭୂତିରୁ ପ୍ରେରଣା ପାଆନ୍ତି । ଠିକ୍ ସେହିପରି, Embibe ଏକ ‘ପ୍ୟାରେଣ୍ଟ ଆପ୍’ ପ୍ରଦାନ କରିଥାଏ, ବିଶେଷତଃ ଅଭିଭାବକମାନଙ୍କ ପାଇଁ, ଯାହା ଦ୍ୱାରା ଜଣେ ବିଦ୍ୟାର୍ଥୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ପର୍ଯ୍ୟାପ୍ତ ମୂଲ୍ୟାଙ୍କନ କରାଯାଇ ପୁରସ୍କୃତ କରାଯାଇପାରିବ । JIOମିଟ୍ ସହିତ Embibe ର ‘ଟିଚର୍ ଆପ୍’ ମଧ୍ୟ ଶିକ୍ଷକ ଏବଂ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କଥୋପକଥନ ଉପରେ ଗୁରୁତ୍ୱ ଦେଇଥାଏ ।