ଅଭିଜ୍ଞତା ଭିତ୍ତିକ ଶିକ୍ଷା ବିତରଣ ପାଇଁ ବିଭିନ୍ନ ବିଷୟବସ୍ତୁ ମାଧ୍ୟମରେ ପ୍ରୟୋଗ-ଆଧାରିତ ଶିକ୍ଷଣକୁ ଉତ୍ସାହିତ କରିବା

ଅଭିଜ୍ଞତାମୂଳକ ଶିକ୍ଷା ହେଉଛି ଏକ ଶିକ୍ଷାଦାନ ଦର୍ଶନ ଯାହାକି ଏକ ଗୋଷ୍ଠୀରେ ବିଭିନ୍ନ ପ୍ରୟୋଗ-ଆଧାରିତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଯେଉଁଠାରେ ଜ୍ଞାନ ହାସଲ ଏବଂ ଦକ୍ଷତା ବିକାଶ ପାଇଁ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଥାଏ ।

ଜନ୍ ଡିୱି ଅଭିଜ୍ଞତାମୂଳକ ଶିକ୍ଷା କିମ୍ବା ବ୍ୟବହାରିକ ଲର୍ଣ୍ଣିଂକୁ ଦୃଢ ଭାବରେ ସମର୍ଥ କରିଥିଲେ । ତାଙ୍କୁ ଅଭିଜ୍ଞତା ମୂଳକ ଶିକ୍ଷାର ଆଧୁନିକ ଜନକ ଭାବରେ ବିବେଚନା କରାଯାଏ । ଏହା ହେଉଛି ଏକ  ଶିକ୍ଷାଦାନ ଦର୍ଶନ ଯାହାକି ‘କରି ଶିଖିବା’ କୁ ପ୍ରୋତ୍ସାହିତ କରେ । ଏଥିରେ ବିଦ୍ୟାର୍ଥୀମାନଙ୍କୁ ଟିମ୍ ସ୍ପିରିଟ୍ ଏବଂ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପ ହେଉଥିବା ବାତାବରଣରେ ରହିବାକୁ ପଡେ । ଜ୍ଞାନ ହାସଲ ଓ ଦକ୍ଷତା ବିକାଶ ପାଇଁ ଏହା ବିଭିନ୍ନ ପ୍ରୟୋଗ-ଆଧାରିତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ । ଏଥିପାଇଁ ନିମ୍ନଲିଖିତ ଆବଶ୍ୟକ ହୋଇଥାଏ:

  1. ତତ୍ତ୍ୱାବଧାନରେ ଅଭ୍ୟାସ 
  2. ସନ୍ଦେହ ଜାଣିବା ଏବଂ ଆଲୋଚନା କରିବା
  3. ପ୍ରାକ୍ଟିସ୍ (ପ୍ରଭାବଶାଳୀ ଏବଂ ଦଖଲ)
  4. ରିପୋର୍ଟ / ଟିପ୍ପଣୀ ଲେଖିବା 
  5. ଫଳାଫଳକୁ ଲାଗୁ କରିବା
  6. ଅନୁସନ୍ଧାନ ଏବଂ ବିକାଶ – ମାନକ ସଂଚାଳିତ ପ୍ରଣାଳୀ ସୃଷ୍ଟି ଓ ସୁଧାର
  7. ଅନୁକରଣ କିମ୍ବା ପ୍ରତ୍ୟେକ୍ଷ ପରିସ୍ଥିତି ମାଧ୍ୟମରେ ମୂଲ୍ୟାୟନ ଯଥା ବ୍ୟବହାରିକ ମୂଲ୍ୟାୟନ ଓ ବିଦ୍ୟାର୍ଥୀ ଦ୍ୱାରା ପ୍ରସ୍ତୁତ ରିପୋର୍ଟ / ଟିପ୍ପଣୀ ଉପରେ ଆଲୋଚନା

ଅଭିଜ୍ଞତାମୂଳକ ଶିକ୍ଷା ବିଦ୍ୟାର୍ଥୀମାନଙ୍କୁ ଏକ ମାନସିକ ଅନ୍ତର୍ନିହିତ, ସାମାଜିକ ଭାବେ ସମୃଦ୍ଧ, ପ୍ରକୃତ କାର୍ଯ୍ୟକ୍ଷମ, ସମ୍ଭାବ୍ୟ ସମୃଦ୍ଧ ଏବଂ ତ୍ୱରିତ ଶିକ୍ଷଣ ପ୍ରୟାସରେ ନିୟୋଜିତ କରାଇଥାଏ, ଯାହା ଅନ୍ୱେଷଣର ସ୍ୱତନ୍ତ୍ରତା ସହିତ ଅବିସ୍ମରଣୀୟ ଶିକ୍ଷଣ ଫଳାଫଳକୁ ତ୍ୱରାନ୍ୱିତ କରିଥାଏ । ପ୍ରଶିକ୍ଷକ ଓ ବିଦ୍ୟାର୍ଥୀ କୃତିତ୍ୱ, ନିରାଶା, ଅଭିଜ୍ଞତା, ସମସ୍ୟା ଗ୍ରହଣ ଓ ସଂବେଦନଶୀଳତାର ସମ୍ମୁଖୀନ ହୋଇପାରନ୍ତି କାରଣ ସାମିଲ ହେବା ପରେ ଫଳାଫଳଗୁଡିକ କଣ ହେବ, ତାହା ସମ୍ପୂର୍ଣ୍ଣ ଭାବରେ ଜଣାପଡିବ ନାହିଁ । ଏହି ଶିକ୍ଷାଦାନ ସିଦ୍ଧାନ୍ତ ପୁସ୍ତକ, ଚକ୍, ଏବଂ ଡଷ୍ଟର୍ ବ୍ୟତୀତ ବିଦ୍ୟାର୍ଥୀଙ୍କୁ ଅନେକ କିଛି ଦେଇଥାଏ । ଏହା ଏଭଳି ବାସ୍ତବବାଦୀ ବ୍ୟକ୍ତି ବା କୁଶଳୀ ବିଶେଷଜ୍ଞ ସୃଷ୍ଟି କରିଥାଏ,  ଯେଉଁମାନେ ବାସ୍ତବ ଦୁନିଆର ସମସ୍ୟା ସମାଧାନ କରିପାରିବେ ।

ଯେତେବେଳେ ବି ବିଦ୍ୟାର୍ଥୀ / ପିଲାମାନେ ଅଭିଜ୍ଞତାମୂଳକ ଶିକ୍ଷାରେ ଅଂଶଗ୍ରହଣ କରନ୍ତି, ସେମାନେ ଏସବୁ ହାସଲ କରନ୍ତି: 

  1. ସାରା ବିଶ୍ୱକୁ ନେଇ ଅଧିକ ବିସ୍ତୃତ ଦୃଷ୍ଟିଭଙ୍ଗୀ ଓ ସ୍ଥାନୀୟ କ୍ଷେତ୍ର ପାଇଁ ଉତ୍ସାହ,
  2. ସେମାନଙ୍କର ଦକ୍ଷତା, ଆଗ୍ରହ ଓ ଗୁଣ ବିଷୟରେ ଜ୍ଞାନ,
  3. ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ସମାଧାନ କରିବାରେ ସାହାଯ୍ୟ କରିବାର ଆନନ୍ଦ,
  4. ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷଙ୍କ ସହ ମିଶି କାମ କରିବାର ସ୍ୱାଧୀନତା,
  5. ସକରାତ୍ମକ ବିଶେଷଜ୍ଞ ଅଭ୍ୟାସ ଏବଂ ଦକ୍ଷତାର ପରିସର,
  6. ଉନ୍ନତ ନେତୃତ୍ୱ କ୍ଷମତା,
  7. ନିର୍ଭୀକତା ଏବଂ ପ୍ରଶାସନିକ ଦକ୍ଷତା,
  8. ପଦକ୍ଷେପ ଗ୍ରହଣ କରିବାର କ୍ଷମତା । 

Embibe ପ୍ରଡକ୍ଟ/ଫିଚର: ଏକାଧିକ ବିଷୟବସ୍ତୁ ପ୍ରକାର

ଶିକ୍ଷାଦାନକୁ ରୋମାଞ୍ଚକର ଏବଂ ମଜାଳିଆ କରି Embibe ଏହାର ଶିକ୍ଷାଦାନରେ ଅଭିଜ୍ଞତାମୂଳକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିଛି । ବହୁତ ପୃଷ୍ଠା ବିଶିଷ୍ଟ ଓଜନିଆ ବହିକୁ ଭୁଲିଯାଅ ! ଆମ ପାଖରେ ନିମ୍ନଲିଖିତ ପାଠ୍ୟ ସାମଗ୍ରୀ ରହିଛି :

  1. ‘ଡୁ ଇଟ୍ ୟୋରସେଲ୍ଫ’ ଭିଡିଓ,
  2. କୋବୋ ଭିଡିଓ,
  3. ଭର୍ଚୁଆଲ୍ ଲ୍ୟାବ୍ ଭିଡିଓ,
  4. ‘ବାସ୍ତବ-ଜୀବନ ଉଦାହରଣ ବିଶିଷ୍ଟ’ ଭିଡିଓ
  5. ସ୍ଫୁଫ୍ କିମ୍ବା ମଜାଳିଆ ଭିଡିଓ,
  6. ପରୀକ୍ଷଣ,
  7. ସମାଧିତ ଉଦାହରଣ

ଶିଖିବା ଏକ କଠିନ କାମ ନୁହେଁ, ବରଂ ଏକ ଅଭିଜ୍ଞତା!

‘ନିଜସ୍ଵ ଟେଷ୍ଟ ସୃଷ୍ଟି କରନ୍ତୁ’ ବୈଶିଷ୍ଟ୍ୟ ସହିତ ଟେଷ୍ଟ ସେକ୍ସନ୍ ବର୍ତ୍ତମାନ ଅଧିକ ବିସ୍ତୃତ । ବର୍ତ୍ତମାନ, ବିଦ୍ୟାର୍ଥୀମାନେ ଯେକୌଣସି ଅଧ୍ୟାୟ କିମ୍ବା ବିଷୟ ଉପରେ ଆଧାର କରି ନିଜର ଟେଷ୍ଟ ସୃଷ୍ଟି କରିପାରିବେ । ବିଦ୍ୟାର୍ଥୀମାନେ ଆମର ‘ସଲ୍ଭ୍ ୱିଦ୍ ଅସ୍’ ବୈଶିଷ୍ଟ୍ୟ ବ୍ୟବହାର କରି ତତ୍ତ୍ୱାବଧାନ ସହାୟତାରେ ପ୍ରଶ୍ନର ସମାଧାନ କରିପାରିବେ ।