ଅନୁସନ୍ଧାନ ଏବଂ ନିର୍ଦ୍ଦେଶର ଘଟଣାଗୁଡ଼ିକର ନାମକରଣ ପାଇଁ ଗାନିଏ ନଅ-ସୋପାନ ବିଶିଷ୍ଟ ପ୍ରକ୍ରିୟା ଉପସ୍ଥାପନ କରିଥିଲେ ଯାହାକି ସର୍ତ୍ତଗୁଡିକର ସମ୍ପର୍କ ଓ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟରେ ଶିକ୍ଷଣ ସମସ୍ୟାର ସମାଧାନ କରିଥିଲା । ଶିକ୍ଷଣ ଏବଂ ବିସ୍ମରଣର ପ୍ରଣାଳୀ ଉପରେ କାର୍ଯ୍ୟ କରୁଥିବା ଏକାଧିକ ଗବେଷକମାନଙ୍କ ଠାରୁ Embibe ବହୁଳ ଭାବେ ପ୍ରେରିତ ହୋଇଛି ।
ଏହି ମଡେଲ୍ ଶିକ୍ଷଣ ପାଇଁ ମାନସିକ ଅବସ୍ଥାକୁ ନିରୀକ୍ଷଣ କରିଥାଏ ଏବଂ ଏହା ଦ୍ୱାରା ପ୍ରଭାବୀ ଶିକ୍ଷଣକୁ ସୁନିଶ୍ଚିତ କରିଥାଏ । ଏହି ମଡେଲ୍ ଅନୁଯାୟୀ, ନଅଟି କ୍ରମାଗତ ଇଭେଣ୍ଟ ଅଛି, ଯେଉଁଗୁଡିକ ପ୍ରତ୍ୟେକ ଶିକ୍ଷଣ ପ୍ରକ୍ରିୟାକୁ ସହଯୋଗ କରୁଥିବା ଯୋଗାଯୋଗକୁ ପରିଚାଳନା କରିଥାଏ । ଗାନିଏଙ୍କ ନଅ ଇଭେଣ୍ଟ ଅଫ୍ ଇନଷ୍ଟ୍ରକସନ୍ ବା ନିର୍ଦ୍ଦେଶ ଘଟଣା ପ୍ରାୟତଃ ନିର୍ଦ୍ଦେଶାତ୍ମକ ଶ୍ରେଣୀ ପାଇଁ ଯୋଜନା କୌଶଳ ଓ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଏକ ଢାଂଚା ଭାବରେ ବ୍ୟବହୃତ ହୁଏ ।
ଗାନିଏଙ୍କ ଅନୁଯାୟୀ ନିର୍ଦ୍ଦେଶର ନଅଟି ସୋପାନ ହେଉଛି :
- ବିଦ୍ୟାର୍ଥୀଙ୍କ ଦୃଷ୍ଟି ଆକର୍ଷଣ କରିବା – ଗ୍ରହଣ: ପ୍ରଥମ ସୋପାନ ହେଉଛି ବିଦ୍ୟାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା – ଉତ୍ସାହ, ଚିନ୍ତାଉଦ୍ରେକକାରୀ ପ୍ରଶ୍ନ, ନୂତନତା ଏବଂ ସୁଗମପୂର୍ବାଭ୍ୟାସ କାର୍ଯ୍ୟକଳାପ ଯୋଗାଇ ସେମାନଙ୍କୁ ଶିଖିବାକୁ ପ୍ରସ୍ତୁତ କରେ ।
- ଉଦ୍ଦେଶ୍ୟ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ସୂଚନା – ପ୍ରତ୍ୟାଶା: ଦ୍ୱିତୀୟ ସୋପାନରେ, ବିଶେଷଜ୍ଞ ଓ ଅଧ୍ୟାପକମାନେ ଅଧିବେଶନ ଏବଂ ସମାପ୍ତି ସମୟରେ ମୂଲ୍ୟାଙ୍କନ ବିଷୟରେ ଯୋଜନା ପ୍ରସ୍ତୁତ କରନ୍ତି ।
- ପୂର୍ବ ଶିକ୍ଷାର ଉତ୍ସାହକୁ ସ୍ମରଣ କରିବା – ପୁନର୍ପ୍ରାପ୍ତି: ଏହାକୁ ଅତ୍ୟାବଶ୍ୟକ ସଂଶୋଧନ ସ୍ଥଳୀ ବୋଲି କୁହାଯାଇପାରେ, ଯେଉଁଠାରେ ଅଧ୍ୟାପକ, ବିଶେଷଜ୍ଞ ଏବଂ କାର୍ଯ୍ୟକାରୀ ଦଳ ବିଦ୍ୟାର୍ଥୀମାନଙ୍କୁ ପୂର୍ବରୁ ମିଳିଥିବା ଜ୍ଞାନ ସହିତ ପ୍ରଦତ୍ତ ସାମଗ୍ରୀକୁ ସମ୍ପର୍କିତ କରିବା ଏବଂ ଏକାସାଙ୍ଗରେ ଲକ୍ଷ୍ୟ ସ୍ଥଳୀ ସହିତ ଲିଙ୍କ୍ କରିବାରେ ସାହାଯ୍ୟ କରନ୍ତି ।
- ପ୍ରୋତ୍ସାହନ ସାମଗ୍ରୀ ଉପସ୍ଥାପନା – ରଚନାତ୍ମକ ଧାରଣା: ଏହି ସେପାନରେ, ବିଶେଷଜ୍ଞମାନେ ବିଦ୍ୟାର୍ଥୀମାନଙ୍କୁ ସର୍ବୋତ୍ତମ ସାମଗ୍ରୀ ପ୍ରଦାନ କରନ୍ତି ଯାହା ସେମାନଙ୍କ ପାଠପଢାର ସ୍ତର ଏବଂ ଜୀବନର ମୂଳ ଲକ୍ଷ୍ୟ ସହିତ ମେଳ ଖାଉଥାଏ ।
- ଶିକ୍ଷଣ ମାର୍ଗଦର୍ଶନ ପ୍ରଦାନ – ଅର୍ଥଗତ ଏନକୋଡିଂ: ଏହି ସୋପାନର, ବିଭିନ୍ନ ବିଦ୍ୟାର୍ଥୀଙ୍କ ଦକ୍ଷତା ଆକଳନ କରିପାରୁଥିବା ବିଶେଷଜ୍ଞ ଓ ଅଧ୍ୟାପକମାନେ ସେମାନଙ୍କର ଲକ୍ଷ୍ୟ ଏବଂ ଆବଶ୍ୟକତା ଅନୁଯାୟୀ ଆବଶ୍ୟକ ଶିକ୍ଷା ଓ ସହାୟତା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି । ଅଭିନବ ଶିକ୍ଷଣ ପ୍ରକ୍ରିୟାରେ କିଛି କେସ୍ ଷ୍ଟଡିଜ୍ ଏବଂ ବିଭିନ୍ନ ତତ୍ତ୍ଵର ଧାରଣା ଭଳି ମାର୍ଗଦର୍ଶନ ବ୍ୟବସ୍ଥା ରହିଥାଏ । ବିଶିଷ୍ଟ ଅଧ୍ୟୟନ ପରି ଗାଇଡ୍ ମେକାନିଜିମ୍ ସହିତ ସାହାଯ୍ୟ କରେ ।
- ପ୍ରଦର୍ଶନକୁ ଚିହ୍ନଟ କରିବା – ଉତ୍ତର ଦେବା: ବିଦ୍ୟାର୍ଥୀମାନଙ୍କୁ ଯିବାକୁ ଦେବାର ପ୍ରାରମ୍ଭିକ ପର୍ଯ୍ୟାୟ ପରେ ଶିକ୍ଷକମାନେ ଆଗକୁ ବଢନ୍ତି ଏବଂ ବିଦ୍ୟାର୍ଥୀମାନଙ୍କୁ ପ୍ରଶ୍ନ, କୁଇଜ୍, ଆସାଇନମେଣ୍ଟ ଏବଂ ମକ୍ ଟେଷ୍ଟ୍ ଆଦି ପ୍ରଦାନ କରନ୍ତି ଯାହା ସେମାନଙ୍କୁ ଅଧିକ ଦୃଢ କରିଥାଏ । ଏହା ସେମାନଙ୍କୁ ନୂତନ ଭାବରେ ମିଳିଥିବା ଜ୍ଞାନ ଏବଂ କୌଶଳ ଏକ ଗଭୀର ବୋଧଶକ୍ତି ପ୍ରଦାନ କରିଥାଏ ।
- ମତାମତ ପ୍ରଦାନ – ସୁଦୃଢୀକରଣ: ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ସମାପ୍ତ ହେବା ପରେ ଏବଂ ବୁଷ୍ଟ ଅପ୍ ପ୍ୟାକ୍ ବିଦ୍ୟାର୍ଥୀଙ୍କ ଜ୍ଞାନ ଏବଂ ବୋଧଶକ୍ତି ସହିତ ଯୋଡି ହୋଇଗଲେ, ଶିକ୍ଷକମାନେ ମତାମତ ପର୍ଯ୍ୟାୟକୁ ଯାଆନ୍ତି । ଏଠାରେ ବିଶେଷଜ୍ଞମାନେ ବିଦ୍ୟାର୍ଥୀର ଦୁର୍ବଳତା ଏବଂ ବିଚକ୍ଷଣତା ବିଷୟରେ ଆଲୋଚନା କରନ୍ତି, ଯାହା ବିଦ୍ୟାର୍ଥୀଙ୍କୁ ଉନ୍ନତ ହେବା ପାଇଁ ଅଧିକ ସହାୟକ ହୋଇଥାଏ ।
- କାର୍ଯ୍ୟଦକ୍ଷତାକୁ ଆକଳନ କରିବା – ପୁନରୁଦ୍ଧାର: ଥରେ ବୁଝିବା, ଅପଗ୍ରେଡ୍, ଏବଂ ଫିଡବ୍ୟାକ୍ ର ଯାନ୍ତ୍ରିକ ପ୍ରଣାଳୀ ଅତିକ୍ରମ କଲା ପରେ, ବିଶେଷଜ୍ଞ ଏବଂ ଅଧ୍ୟାପକମାନେ ଫିଲର୍ ତିଆରି କରିବାକୁ ଆଗେଇ ଆସନ୍ତି ଏବଂ ସେମାନଙ୍କ ଲକ୍ଷ୍ୟକୁ ଉନ୍ନତ କରି ଆଗକୁ ବଢିବାକୁ ସାହାଯ୍ୟ କରନ୍ତି । ଏହା ମଧ୍ୟ ଅଧ୍ୟାପକ ଏବଂ ପ୍ରଶିକ୍ଷକମାନଙ୍କୁ ଆବଶ୍ୟକତା ଅନୁଯାୟୀ ଅଗ୍ରଗତିର ମୂଲ୍ୟାଙ୍କନ କରିବାକୁ ସୁଯୋଗ ପ୍ରଦାନ କରିଥାଏ ।
- ପ୍ରତିଧାରଣ ଓ ସ୍ଥାନାନ୍ତର ବୃଦ୍ଧି – ସାମାନ୍ୟକରଣ: ଏଠାରେ, ବିଶେଷଜ୍ଞମାନେ ବର୍ଦ୍ଧିତ ଉତ୍ସଗୁଡିକ ପ୍ରଦାନ କରନ୍ତି ଏବଂ ବାସ୍ତବ ଜୀବନର ପରିସ୍ଥିତି ସହିତ ବିଦ୍ୟାର୍ଥୀମାନଙ୍କୁ ଧାରଣା ବୁଝିବାରେ ଆତ୍ମ-ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରନ୍ତି । ଏହି ସ୍ଥିତିରେ ବିଦ୍ୟାର୍ଥୀମାନେ ଏକାଧିକ ଉତ୍ସ ସହିତ ସଜ୍ଜିତ ଥାନ୍ତି, ଯାହା ସେମାନଙ୍କୁ ପୁସ୍ତକର ଶିକ୍ଷା ସହିତ ବାସ୍ତବ-ବିଶ୍ୱ ଧାରଣା ସ୍ଥାନାନ୍ତର ଏବଂ ସହ-ସମ୍ପର୍କିତ କରିବାକୁ ସୁଯୋଗ ପ୍ରଦାନ କରିଥାଏ ।
Embibe ପ୍ରଡକ୍ଟ/ ଫିଚର: Embibe ଏକ୍ସପ୍ଲେନର୍, ପ୍ରାକ୍ଟିସ୍, ଟେଷ୍ଟ
ଲର୍ଣ୍ଣ-ଅନଲର୍ଣ୍ଣ, ପ୍ରାକ୍ଟିସ୍-ଟେଷ୍ଟ ଏବଂ ଆଚିଭମେଣ୍ଟର ତିନି ମୌଳିକ ଗଠନ ସହିତ Embibe ସମଗ୍ର ସିଦ୍ଧାନ୍ତ ଓ ପଦକ୍ଷେପଗୁଡ଼ିକୁ ଡିକୋଡ୍ କରିଥାଏ । ବିଦ୍ୟାର୍ଥୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉପାୟ ଠାରୁ ଆରମ୍ଭ କରି Embibeର ପ୍ରତ୍ୟେକ ଭିଡିଓ ଏହି ନଅଟି ଇଭେଣ୍ଟରେ କାମ କରେ, ତା’ପରେ ପୂର୍ବ ଧାରଣା ବିଷୟରେ ଟିକିଏ ବୁଝାଇବା ସହିତ ଭିଡିଓଗୁଡିକର ଉଦ୍ଦେଶ୍ୟ ପ୍ରଦାନ କରିଥାଏ । ଗଭୀର 3D ଭିଜୁଆଲ୍ ଶିକ୍ଷଣ ସାମଗ୍ରୀ ବିଦ୍ୟାର୍ଥୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଧାରଣା ଶିଖିବା ପାଇଁ ସର୍ବୋତ୍ତମ ଉତ୍ସାହ ପ୍ରଦାନ କରେ । ଆଡାପ୍ଟିଭ୍ ଅଭ୍ୟାସ ବିଦ୍ୟାର୍ଥୀମାନଙ୍କୁ ନିଜର ଦକ୍ଷତା ସ୍ତର ଅନୁଯାୟୀ ଅଭ୍ୟାସ କରିବାକୁ ସକ୍ଷମ କରିଥାଏ । ବ୍ୟକ୍ତିଗତ ମୂଲ୍ୟାୟନ ବିଦ୍ୟାର୍ଥୀର ଦୁର୍ବଳ ବିଷୟ, ପଢିଥିବା ବିଷୟ ଏବଂ ଦକ୍ଷତା ହାସଲ କରିଥିବା ବିଷୟଗୁଡିକର ଏକ ସୂକ୍ଷ୍ମ ସମୀକ୍ଷା ପ୍ରଦାନ କରିଥାଏ । ଏହି ଫିଡବ୍ୟାକ୍ ବିଦ୍ୟାର୍ଥୀଙ୍କ ଦୁର୍ବଳ ଧାରଣାକୁ ଦୃଢ କରିବାରେ ସାହାଯ୍ୟ କରେ ଏବଂ ଶିକ୍ଷଣର ବ୍ୟବଧାନକୁ ଦୂର କରିବାରେ ସହାୟକ ହୋଇଥାଏ ।