ଜଣେ ବିଦ୍ୟାର୍ଥୀଙ୍କ ମନରେ ଜ୍ଞାନ ନିର୍ମାଣକୁ ବୃଦ୍ଧି କରିବା ପାଇଁ ବ୍ୟବହାରବାଦ ପ୍ରଚଳନ କରିବା

ଶବ୍ଦ 'ମୌଳିକ ସଂରଚନାବାଦ' 1974 ରେ ଏର୍ନଷ୍ଟ ଭନ୍ ଗ୍ଲାସରଫେଲ୍ଡଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ଏହା ହେଉଛି ଜ୍ଞାନର ଏକ ସିଦ୍ଧାନ୍ତ ଯାହା ବାସ୍ତବତା, ସତ୍ୟ ଏବଂ ମାନବୀୟ ବୁଝାମଣା ସହିତ ଜଡିତ ପ୍ରଶ୍ନଗୁଡିକ ପାଇଁ ଏକ ବ୍ୟବହାରିକ ଆଭିମୁଖ୍ୟ ପ୍ରଦାନ କରିଥାଏ ।

ମୌଳିକ ସଂରଚନାବାଦ ହେଉଛି ଜ୍ଞାନର ଏକ ଥିଓରୀ ଯାହା ବାସ୍ତବତା, ସତ୍ୟ ଏବଂ ମାନବୀୟ ବୁଝାମଣା ସହିତ ଜଡିତ ପ୍ରଶ୍ନଗୁଡିକ ପାଇଁ ଏକ ବ୍ୟବହାରିକ ଆଭିମୁଖ୍ୟ ପ୍ରଦାନ କରିଥାଏ । ଏହି ଶବ୍ଦଟି 1974 ରେ ଏର୍ନଷ୍ଟ ଭନ୍ ଗ୍ଲାସରଫେଲ୍ଡଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ଏହି ସିଦ୍ଧାନ୍ତ ବ୍ୟକ୍ତି ବା ବିଦ୍ୟାର୍ଥୀମାନଙ୍କୁ ବିଶ୍ୱକୁ ଜାଣିବା ଏବଂ ଜ୍ଞାନ ହାସଲ କରିବାର କେନ୍ଦ୍ରୀୟ ଉପାଦାନ ଭାବରେ ସ୍ଥାନିତ କରିଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ, ବିଦ୍ୟାର୍ଥୀମାନେ ସେମାନଙ୍କର ଇନ୍ଦ୍ରିୟ ମାଧ୍ୟମରେ ଜ୍ଞାନକୁ ଗ୍ରହଣ କରନ୍ତି ନାହିଁ । ଏହା ପରିବର୍ତ୍ତେ, ନୂତନ ସୂଚନାର ମିଳନ ଏବଂ ପୂର୍ବ ଜ୍ଞାନ ସହିତ ସଂଯୋଗ ସ୍ଥାପନ କରି ବିଦ୍ୟାର୍ଥୀମାନେ ଜ୍ଞାନକୁ ଭଲଭାବରେ ବଢାଇଥାନ୍ତି ।

ମୌଳିକ ସଂରଚନାବାଦ ଜଣେ ବିଦ୍ୟାର୍ଥୀର ଜ୍ଞାନ ସଂରଚନାରେ ପରିବେଶ ଓ ଅନ୍ୟମାନଙ୍କ ସହିତ ପାରସ୍ପରିକ କ୍ରିୟା, ବ୍ୟାଖ୍ୟା ଓ ସନ୍ତୁଳନ ଉପରେ ଗୁରୁତ୍ୱ ଦେଇଥାଏ । ଏହା ସୂଚିତ କରେ ଯେ ପ୍ରତ୍ୟେକ ଶିଶୁ ସେମାନଙ୍କର ନିଜ ଜ୍ଞାନର ସୃଷ୍ଟିକର୍ତ୍ତା ଅଟେ । ତେବେ, ଏହାର ଅର୍ଥ ନୁହେଁ କୌଣସି ବସ୍ତୁନିଷ୍ଠ ବାସ୍ତବତା ନାହିଁ । ସିଦ୍ଧାନ୍ତ କେବଳ କହିଛି ଯେ ସେହି ବସ୍ତୁନିଷ୍ଠ ବାସ୍ତବତା କ’ଣ ହୋଇପାରେ, ତାହା ଜାଣିବାର କୌଣସି ଉପାୟ ନାହିଁ ।

ଗଠନମୂଳକ ହେଉଛି ଶିକ୍ଷାର ଏକ ଦର୍ଶନ ଯେଉଁଥିରେ ଦର୍ଶାଯାଇଛି ଯେ ପୂର୍ବ ତଥ୍ୟଗୁଡିକ ଶିକ୍ଷାଦାନ କରିବା ବିଦ୍ୟାର୍ଥୀମାନଙ୍କୁ ଜ୍ଞାନ ହାସଲ କରିବାରେ ସାହାଯ୍ୟ କରେ ନାହିଁ । ପ୍ରତ୍ୟେକ ବିଦ୍ୟାର୍ଥୀ କେବଳ ନିଜ ଆବଶ୍ୟକ ଅନୁଯାୟୀ ଜ୍ଞାନ ଆହରଣ କରିବା ଉଚିତ୍ ନୁହେଁ, ବରଂ ଆରମ୍ଭରୁ ଜ୍ଞାନ ହାସଲ କରିବା ଉଚିତ୍ । ପ୍ରତ୍ୟେକ ବିଦ୍ୟାର୍ଥୀ ଜ୍ଞାନର ଏକ ଆଧାର ନିର୍ମାଣ କରନ୍ତି ଯାହାକି ସେ ଜୀବନରେ ଅଗ୍ରଗତି କଲାବେଳେ ବିସ୍ତାର ହୁଏ ।

ମୌଳିକ ସଂରଚନାବାଦର ମୂଳ ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କୁ ଜ୍ଞାନ ଗଠନ ଏବଂ ସମସ୍ୟାଗୁଡ଼ିକର ଏକ ଧାରଣା ବୋଧ ପାଇଁ ଉତ୍ସାହିତ କରିବା । ବିଦ୍ୟାର୍ଥୀମାନେ ଅଧ୍ୟାପନା ଓ ସ୍ମରଣ ମାଧ୍ୟମରେ ଜ୍ଞାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କର ପୂର୍ବ ଅର୍ଜିତ ଜ୍ଞାନ ଓ ଅଭିଜ୍ଞତା ଉପରେ ନିର୍ଭର କରିବା ସହଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରି ଶିଖନ୍ତି । ଗଠନମୂଳକ ଶିକ୍ଷାଦାନ ନିର୍ଦ୍ଦେଶିତ ଅନ୍ୱେଷଣ, ଚିନ୍ତାଧାରା ଓ ଧାରଣାର ଆଲୋଚନା ଏବଂ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷଣରେ ସାହାଯ୍ୟ କରିବା ପାଇଁ କାର୍ଯ୍ୟକଳାପକୁ ନିୟୋଜିତ କରିଥାଏ ।

ଯେତେବେଳେ ଜଣେ ବ୍ୟକ୍ତି ଏକ ନୂତନ ଅଭିଜ୍ଞତା କିମ୍ବା ଧାରଣାର ସମ୍ମୁଖୀନ ହୁଏ, ସେମାନେ ନିଶ୍ଚିତ ଭାବରେ ଏହାକୁ ପୂର୍ବ ଅନୁଭୂତି ଏବଂ ଧାରଣା ସହିତ ସମନ୍ୱୟ କରିଥାନ୍ତି । ଏହି ସମନ୍ୱୟର କାର୍ଯ୍ୟ ମୂଳ ବିଶ୍ୱାସରେ ପରିବର୍ତ୍ତନ ଆଣିବ କିମ୍ବା ନୂତନ ତଥ୍ୟକୁ ପ୍ରତ୍ୟାଖ୍ୟାନ କରିବ । ଫଳସ୍ୱରୂପ, ଆମେ, ମଣିଷ ଭାବରେ, ପ୍ରଶ୍ନ ପଚାରିବା, ଅନୁସନ୍ଧାନ କରିବା ଏବଂ ମୂଲ୍ୟାଙ୍କନ କରିବା ଦ୍ୱାରା ଆମର ଜ୍ଞାନ ଗଠନ କରିଥାଉ । ତେଣୁ, ଏହା ଆମ ଚିନ୍ତାଧାରାକୁ ସବୁ ଦିଗରେ ଅନୁସନ୍ଧାନ କରିବାରେ ସାହାଯ୍ୟ କରେ ।

ରଚନାବାଦୀ  ଶିକ୍ଷକମାନେ ପାଠ୍ୟପୁସ୍ତକରୁ ପଢାଇବା ପରିବର୍ତ୍ତେ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷଣ ଉପରେ ଗୁରୁତ୍ୱାରୋପ କରନ୍ତି । ଶିକ୍ଷକ ସେମାନଙ୍କ ବିଦ୍ୟାର୍ଥୀମାନଙ୍କର ପୂର୍ବ-ଧାରଣାକୁ ବୁଝିବା ପାଇଁ ଏକ ପ୍ରୟାସ କରନ୍ତି ଏବଂ ସକ୍ରିୟ କୌଶଳଗୁଡିକ ବ୍ୟବହାର କରନ୍ତି, ଯେପରିକି ବାସ୍ତବ ଦୁନିଆର ସମସ୍ୟାର ସମାଧାନ ଏବଂ ସେହି ଧାରଣାଗୁଡ଼ିକର ସମାଧାନ ପାଇଁ ପରୀକ୍ଷଣ । ଏକ କନଷ୍ଟ୍ରକ୍ଟିଭିଷ୍ଟ ଶ୍ରେଣୀଗୃହର ଶିକ୍ଷକମାନେ ବିଦ୍ୟାର୍ଥୀମାନଙ୍କୁ ନିଜକୁ ପ୍ରଶ୍ନ ପଚାରିବା ଲାଗି ଉତ୍ସାହିତ କରନ୍ତି । ସେମାନଙ୍କ ଯୋଜନା ଏବଂ ବିଭିନ୍ନ କାର୍ଯ୍ୟକଳାପ କିପରି ସେମାନଙ୍କ ବୋଧଶକ୍ତିକୁ ସମୃଦ୍ଧ କରିବ ସେ ନେଇ ଚିନ୍ତା କରିବାକୁ ମଧ୍ୟ ପ୍ରୋତ୍ସାହନ ଦିଅନ୍ତି । ବିଦ୍ୟାର୍ଥୀମାନେ କେବଳ ତଥ୍ୟର କ୍ରମକୁ ପୁନରାବୃତ୍ତି କରିବା ପରିବର୍ତ୍ତେ ସକ୍ରିୟ ଭାବରେ ଜ୍ଞାନ ହାସଲ କରି ଦକ୍ଷ ବିଦ୍ୟାର୍ଥୀ ହୋଇପାରନ୍ତି ।

ଶିକ୍ଷାଦାନର ଏହି ପଦ୍ଧତି ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରଭାବଶାଳୀ ଅଟେ, ଯେଉଁମାନେ ଏକ ବ୍ୟାବହାରିକ ପରିବେଶରେ ସର୍ବୋତ୍ତମ ଶିକ୍ଷା କରନ୍ତି ଏବଂ ଏହା ବିଦ୍ୟାର୍ଥୀମାନଙ୍କୁ ଶ୍ରେଣୀଗୃହରେ ଯାହା ଶିଖେ ତାହା ଦୈନନ୍ଦିନ ଜୀବନରେ ଭଲ ଭାବରେ ପ୍ରୟୋଗ କରିବାକୁ ସୁଯୋଗ ପ୍ରଦାନ କରିଥାଏ । ସଂରଚନାବାଦ ପାଠ୍ୟକ୍ରମ ମଧ୍ୟ ସେମାନଙ୍କର ପୂର୍ବ ଅର୍ଜିତ ଜ୍ଞାନକୁ ବିବେଚନା କରେ, ଶିକ୍ଷକମାନଙ୍କୁ ବିଦ୍ୟାର୍ଥୀମାନଙ୍କ ପ୍ରିୟ ବିଷୟଗୁଡ଼ିକରେ ଅଧିକ ସମୟ ଦେବାକୁ ଉତ୍ସାହିତ କରେ ଏବଂ ଶିକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାସଙ୍ଗିକ ସୂଚନା ଉପରେ ଧ୍ୟାନ ଦେବାକୁ ଅବସର ପ୍ରଦାନ କରିଥାଏ । ଏହା ବିଦ୍ୟାର୍ଥୀମାନଙ୍କୁ ସାମାଜିକ ଦକ୍ଷତା ବିକାଶ, ପରସ୍ପରର ଶିକ୍ଷଣକୁ ସମର୍ଥନ କରିବା ଏବଂ ପରସ୍ପରର ମତାମତକୁ ସମ୍ମାନ ଦେବାରେ ସକ୍ଷମ କରିଥାଏ ।

ସଂରଚନାବାଦକୁ ଅନେକ ବାର ଭୁଲ୍ ରେ ଏକ ଶିକ୍ଷଣ ସିଦ୍ଧାନ୍ତ ଭାବରେ ବୁଝାଯାଏ, ଯେଉଁଥିରେ ଦର୍ଶାଯାଇଛି ଯେ ବିଦ୍ୟାର୍ଥୀମାନେ ପୁରୁଣା ଜିନିଷକୁ ଗଢିବାରେ ପୁନର୍ବାର ସମୟ ବିନିଯୋଗ କରନ୍ତି । କିନ୍ତୁ ପ୍ରକୃତରେ ବିଶ୍ୱ ଓ ଏଠାରେ କଣ ସବୁ ଚାଲିଛି, ଏ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କର ସ୍ୱାଭାବିକ କୌତୁହଳକୁ ସଂରଚନାବାଦ ପ୍ରୋତ୍ସାହିତ କରିଥାଏ । ପ୍ରକ୍ରିୟାକୁ ବୁଝିବା ପାଇଁ ବିଦ୍ୟାର୍ଥୀ ପୁନର୍ବାର ସମୟ ବିନିଯୋଗ କରିବାର ଆବଶ୍ୟକତା ନାହିଁ, ବରଂ ଏହା କିପରି କାର୍ଯ୍ୟ କରେ, ତାହା ବୁଝିବାର ଆବଶ୍ୟକତା ରହିଛି । ସେମାନେ ସେମାନଙ୍କର ପୂର୍ବ ଅର୍ଜିତ ଜ୍ଞାନ, ବାସ୍ତବ ଦୁନିଆର ଅଭିଜ୍ଞତା ପ୍ରୟୋଗ, ଆକଳନ କରିବା, ସେଗୁଡିକର ସିଦ୍ଧାନ୍ତକୁ ନିରୀକ୍ଷଣ କରିବା ଏବଂ ଶେଷରେ ସେମାନଙ୍କର ଫଳାଫଳ ଆଧାରରେ ସିଦ୍ଧାନ୍ତ ନେବା ଆଦି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । 

Embibe ପ୍ରଡକ୍ଟ/ଫିଚର: ଡୁ ଇଟ୍ ୟୋରସେଲ୍ଫ/ପ୍ରାକ୍ଟିସ୍

ବିଦ୍ୟାର୍ଥୀମାନଙ୍କୁ ବ୍ୟକ୍ତିଗତ ଶିକ୍ଷା ପ୍ରଦାନ କରିବା ପାଇଁ Embibe ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରେ । ଭିଡିଓ ମାଧ୍ୟମରେ ଧାରଣା ଶିଖିବା, ସର୍ବୋତ୍ତମ ପୁସ୍ତକରୁ ପ୍ରଶ୍ନ ପ୍ରାକ୍ଟିସ୍ କରିବା, ସେମାନଙ୍କର ଲର୍ଣ୍ଣିଂ ଆଉଟକମ୍ ନିର୍ଣ୍ଣୟ କରିବା ପାଇଁ ମକ୍ ଟେଷ୍ଟ ନେବା ଏବଂ ଗଭୀର ଆନାଲିଟିକ୍ସ ବ୍ୟବହାର କରି ସେମାନଙ୍କ ସ୍କୋରରେ ଉନ୍ନତି ଆଣିବାରେ ଏହା ସେମାନଙ୍କୁ ସାହାଯ୍ୟ କରେ । 

ଯେହେତୁ ଆମେ ଆଗରୁ ଜାଣିଛୁ, ମୌଳିକ ସଂରଚନାବାଦର ମୂଳ ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କୁ ସମସ୍ୟାଗୁଡ଼ିକର ଏକ ଧାରଣା ବୁଝିବା ପାଇଁ ଉତ୍ସାହିତ କରିବା । Embibe ‘ଲର୍ଣ୍ଣ’ ମଡ୍ୟୁଲରେ ଥିବା ‘ଡୁ ଇଟ୍ ୟୋରସେଲ୍ଫ’ ଭିଡିଓଗୁଡିକ ବିଦ୍ୟାର୍ଥୀମାନଙ୍କୁ ମୌଳିକ ସଂରଚନାବାଦ ସହିତ ଜଡିତ ହେବାକୁ ସାହାଯ୍ୟ କରେ । ଏହି ଭିଡିଓଗୁଡିକ ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରଭାବଶାଳୀ, ଯେଉଁମାନେ ଏକ ବ୍ୟବହାରିକ ପରିବେଶରେ ସବୁଠାରୁ ଭଲରେ ଶିଖିଥାନ୍ତି । ବିଦ୍ୟାର୍ଥୀମାନଙ୍କୁ ଶ୍ରେଣୀଗୃହରେ ଯାହା ଶିଖାଯାଏ, ତାହା ଦୈନନ୍ଦିନ ଜୀବନରେ ଭଲ ଭାବରେ ପ୍ରୟୋଗ କରିବାକୁ ଏହା ଅବସର ପ୍ରଦାନ କରିଥାଏ ।

Embibe ‘ପ୍ରାକ୍ଟିସ୍’ ମଡ୍ୟୁଲରେ ମୌଳିକ ସଂରଚନାବାଦକୁ ମଧ୍ୟ ବ୍ୟବହାର କରାଯାଇଥାଏ । ‘ପ୍ରାକ୍ଟିସ୍’ ବିଶ୍ୱର ସବୁଠାରୁ  ବିସ୍ତୃତ ପ୍ରଶ୍ନସମୂହକୁ ନେଇ ଗଠିତ । ଯେଉଁଥିରେ ପ୍ରଶ୍ନର ସମାଧାନର ପ୍ରତ୍ୟେକ ପର୍ଯ୍ୟାୟରେ ମାଇକ୍ରୋ ପର୍ସନାଲାଇଜେସନ୍ ଡ୍ରାଇଭ୍ କରିବା ପାଇଁ ପ୍ରତ୍ୟେକ ପ୍ରଶ୍ନକୁ 63+ ଟ୍ୟାଗେବଲ୍ ଉପାଦାନରେ ବିଭକ୍ତ କରାଯାଇଛି । ମଡ୍ୟୁଲ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ପାଠ୍ୟକ୍ରମରେ ଟପିକ୍ ଏବଂ କନସେପ୍ଟ ପାଇଁ ଯେତିକି ଆବଶ୍ୟକ ପ୍ରାକ୍ଟିସ୍ କରିବାକୁ ତାହାଠାରୁ ଅଧିକ ପ୍ରଶ୍ନ ଥାଏ । ବିସ୍ତୃତ ସମାଧାନଗୁଡିକ Embibeରେ ଏକ୍ସପର୍ଟ ଅଧ୍ୟାପକମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ଗ୍ରେଡ୍ କିମ୍ବା ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ପାଠ୍ୟ ପୁସ୍ତକ ଏବଂ ଲୋକପ୍ରିୟ ରେଫରେନ୍ସ ବହିରୁ ନିଆଯାଇଛି ।