ଟେଷ୍ଟ କେବଳ ମୂଲ୍ୟାୟନ କରେ ନାହିଁ ବରଂ ନିଦାନ କରିଥାଏ!
ଶିକ୍ଷଣର ବ୍ୟବଧାନ ଗୁଡିକୁ ବୁଝିବା ବ୍ୟତୀତ ଆମର ଟେଷ୍ଟ ମଧ୍ୟ ଟେଷ୍ଟ ଗ୍ରହଣ ଆଚରଣକୁ ଚିହ୍ନଟ କରେ ଯାହା ଜଣେ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଶିକ୍ଷଣର ବ୍ୟବଧାନ ଗୁଡିକୁ ବୁଝିବା ବ୍ୟତୀତ ଆମର ଟେଷ୍ଟ ମଧ୍ୟ ଟେଷ୍ଟ ଗ୍ରହଣ ଆଚରଣକୁ ଚିହ୍ନଟ କରେ ଯାହା ଜଣେ ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ।
Embibeର ‘ଟେଷ୍ଟ୍’ ରେ 21000 ରୁ ଅଧିକ ବିଭିନ୍ନ ପ୍ରକାରର ଟେଷ୍ଟ ଅନ୍ତର୍ଭୁକ୍ତ, ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଟେଷ୍ଟ, ଅଧ୍ୟାୟ ଟେଷ୍ଟ, ବିଷୟ ଟେଷ୍ଟ, କ୍ୱିକ୍ ଟେଷ୍ଟ ଏବଂ ଉପଭୋକ୍ତା-ସୃଷ୍ଟ ଟେଷ୍ଟ । ଏହି ଟେଷ୍ଟଗୁଡ଼ିକ ଶିକ୍ଷଣ ଯାତ୍ରା ପୂର୍ବରୁ ଏବଂ ପରେ ମାଇକ୍ରୋ କିମ୍ବା ମାକ୍ରୋ ଡାଇଗ୍ନୋଷ୍ଟିକ୍ ଭାବରେ କାର୍ଯ୍ୟ କରେ । ପ୍ରତ୍ୟେକ ଲକ୍ଷ୍ୟ ଏବଂ ପରୀକ୍ଷା ପାଇଁ ପୂର୍ବ ବର୍ଷର ସମସ୍ତ ଟେଷ୍ଟ ଏବଂ Embibe ଦ୍ୱାରା ବର୍ଷ ବର୍ଷ ଧରି ସଂଗୃହୀତ କୋଟି କୋଟି ପ୍ରୟାସ ତଥ୍ୟ ମାଧ୍ୟମରେ ଆଲଗୋରିଦମଗୁଡିକ ବେଞ୍ଚମାର୍କ କରି ସମସ୍ତ ଟେଷ୍ଟକୁ ଯାଞ୍ଚ କରାଯାଇଥାଏ । ତେଣୁ, ଆମେ ଯେକୌଣସି ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥିବା ଟେଷ୍ଟର ସଠିକତା ଏବଂ ଗୁଣବତ୍ତା ନିଶ୍ଚିତ କରିଥାଉ ।
ନିମ୍ନଲିଖିତଗୁଡ଼ିକ ହେଉଛି ‘ଟେଷ୍ଟ’ର ପ୍ରମୁଖ ବୈଶିଷ୍ଟ୍ୟ:
ସମସ୍ତ ଗୁରୁତ୍ୱପୂର୍ଣ ବୈଶିଷ୍ଟ୍ୟଗୁଡିକର ସାହାଯ୍ୟରେ Embibe ଏକବିଂଶ ଶତାବ୍ଦୀର ବିଜ୍ଞାନକୁ ବ୍ୟବାହାର କରି ବିଶ୍ୱର ସବୁଠାରୁ କଠିନ ପରୀକ୍ଷାରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ସଠିକତା ଏବଂ ସାମର୍ଥ୍ୟକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି ।
ଅଧିକନ୍ତୁ, ପ୍ୟାରେଣ୍ଟ୍ ଆପ୍ ସହିତ ଅଭିଭାବକମାନେ ମଧ୍ୟ ଯେକୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ନିଜ ପିଲାଙ୍କ ଲାଗି ଟେଷ୍ଟ ସ୍ଥିର କରିପାରିବେ ଏବଂ ପିଲାର ଶିକ୍ଷା ଉପରେ ନଜର ରଖିପାରିବେ ।
Embibe ବିଦ୍ୟାର୍ଥୀମାନଙ୍କୁ ଏକାଧିକ ପ୍ରକାରର ଟେଷ୍ଟ ବିକଳ୍ପ ଯୋଗାଇଥାଏ:
ବିଦ୍ୟାର୍ଥୀମାନେ ଏହି ଟେଷ୍ଟ ଦେଇ ପ୍ରତ୍ୟେକ ଅଧ୍ୟାୟରେ ସେମାନଙ୍କର ଦକ୍ଷତା ଯାଞ୍ଚ କରିପାରିବେ ।
ଉପରୋକ୍ତ ବିଷୟଗୁଡିକ ବ୍ୟତୀତ, Embibe ବିଦ୍ୟାର୍ଥୀମାନଙ୍କୁ ବିଶେଷ ଭାବରେ ପ୍ରବେଶିକା / ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପୂର୍ବ ବର୍ଷର ପେପର ଏବଂ ପାର୍ଟ ଟେଷ୍ଟ ଯୋଗାଇଥାଏ ।
ବିଦ୍ୟାର୍ଥୀମାନେ Embibeର ‘ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା’ ମାଧ୍ୟମରେ ସେମାନଙ୍କ ପରୀକ୍ଷାରେ ଆଶ୍ଚର୍ଯ୍ୟଜନକ ଫଳାଫଳ ହାସଲ କରିପାରିବେ । ଏହା ହେଉଛି Embibeର ଏକ ପ୍ରିମିୟମ୍ ବୈଶିଷ୍ଟ୍ୟ ଯାହା ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଏବଂ କୌଶଳ-ସେଟ୍ କୁ ଅନୁକରଣ କରୁଥିବା ମାର୍ଗଦର୍ଶନ କରିଥାଏ । ସେମାନେ ଭଲ କରିବାକୁ ଚାହୁଁଥିବା ଧାରଣା ଉପରେ ପ୍ରାକ୍ଟିସ୍ ପ୍ରଶ୍ନ ଏବଂ ଭିଡିଓଗୁଡ଼ିକୁ ନେଇ ଏହା ଗଠିତ ।
‘ପ୍ରାକ୍ଟିସ୍’ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଅଭ୍ୟାସ କରିବା ପାଇଁ ସେମାନଙ୍କ ପାଠ୍ୟକ୍ରମରେ ଟପିକ୍ ଏବଂ ଧାରଣା ଉପରେ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରଶ୍ନ ପ୍ରଦାନ କରିଥାଏ । ବିସ୍ତୃତ ସମାଧାନଗୁଡିକ Embibeରେ ଏକ୍ସପର୍ଟ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ବିଦ୍ୟାର୍ଥୀମାନେ ଏହି ପ୍ରାକ୍ଟିସ୍ ପ୍ରଶ୍ନଗୁଡିକ ଅଧ୍ୟାୟ-ଅନୁଯାୟୀ କିମ୍ବା ଟପିକ୍-ଅନୁଯାୟୀ ‘ଭିଡିଓ ଓ ସମାଧାନ ବିଶିଷ୍ଟ ବହି’ ମାଧ୍ୟମରେ ପ୍ରବେଶ କରିପାରିବେ ।
ବିଦ୍ୟାର୍ଥୀମାନେ ଦେଉଥିବା ଟେଷ୍ଟ ଉପରେ Embibe ବିଭିନ୍ନ ପ୍ରକାରର ବିଶ୍ଳେଷଣ ପ୍ରଦାନ କରିଥାଏ:
ସାମଗ୍ରିକ ବିଶ୍ଳେଷଣ: ଜଣେ ବିଦ୍ୟାର୍ଥୀ କିପରି ଟେଷ୍ଟ ଦେବାକୁ ପ୍ରୟାସ କରେ, ସେହି ଆଧାରରେ, ସେମାନଙ୍କର ବେପରୁଆ ଆଚରଣ, ତରତର ହେବା, ଠିକ୍ ଭାବେ କରିବା ଇତ୍ୟାଦି ଠାରୁ ଭିନ୍ନ ହୋଇପାରେ ।
ପ୍ରଶ୍ନ ଅନୁଯାୟୀ ବିଶ୍ଳେଷଣ: ଏହା ପ୍ରତ୍ୟେକ ପ୍ରଶ୍ନର ଏକ ବିଶ୍ଳେଷଣ ପ୍ରଦାନ କରେ ଯେଉଁଥିରେ ଜଣେ ବିଦ୍ୟାର୍ଥୀ ଛଅଟି ଶ୍ରେଣୀ ଅଧୀନରେ ଚେଷ୍ଟା କରିଛନ୍ତି, ଯଥା – ବହୁତ ଶୀଘ୍ର ଭୁଲ୍, ସଫଳ ପ୍ରୟାସ, ଅଧିକ ସମୟରେ ଭୁଲ୍, ଅଧିକ ସମୟରେ ସଠିକ୍, ବ୍ୟର୍ଥ ପ୍ରୟାସ, ଭୁଲ୍ ଏବଂ ପ୍ରୟାସ କରିନାହାଁନ୍ତି ।
ଦକ୍ଷତା ଅନୁଯାୟୀ ବିଶ୍ଳେଷଣ: ପ୍ରଶ୍ନଗୁଡିକ ବିଭିନ୍ନ ପ୍ରଦର୍ଶନର ସ୍ତର ଅନୁଯାୟୀ ଶ୍ରେଣୀଭୁକ୍ତ କରାଯାଇଛି, ଯେପରି ପ୍ରୟୋଗ, ବୋଧ, ଘୋଷା ଶିକ୍ଷା ଏବଂ ବିଶ୍ଳେଷଣ । ବିଦ୍ୟାର୍ଥୀଙ୍କ ପ୍ରୟାସର ପ୍ରଭାବ ଉପରେ ଆଧାର କରି ସେମାନଙ୍କର ଦକ୍ଷତା ସ୍ତରର ବିଶ୍ଳେଷଣ ପ୍ରଦାନ କରାଯାଇଥାଏ ।