ବିବିଧ ବୁଦ୍ଧିମତ୍ତା ମାନବୀୟ ବୁଦ୍ଧିମତ୍ତାକୁ “ବୁଦ୍ଧିମତ୍ତାର ପ୍ରକ୍ରିୟା” ଭାବରେ ବିବେଚନା କରିଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ, ଶିକ୍ଷକ ଏବଂ ଗବେଷକମାନେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ବୁଦ୍ଧିମତ୍ତାର ପ୍ରକାର ବିଷୟରେ ସଚେତନ ହେବା ଉଚିତ୍ । ଏହା ବିଦ୍ୟାର୍ଥୀମାନଙ୍କର ଶିକ୍ଷଣ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏବଂ ଶିକ୍ଷଣ ଯାତ୍ରାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସ୍ୱୀକର୍ଯ୍ୟ କାର୍ଯ୍ୟକଳାପକୁ ଚୟନ କରିବାକୁ ଅନୁମତି ଦେଇଥାଏ ।
ଯଦି ଜଣେ ପିଲାର ବୁଦ୍ଧି ସ୍ତର ଜଣାଥିଲେ ଶିକ୍ଷକମାନେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ଆବଶ୍ୟକତାକୁ ଦେଖି ପୃଥକ ଭାବରେ ସମାଧାନ କରିବା ପାଇଁ ସେମାନଙ୍କର ଶିକ୍ଷଣ ରଣନୀତି ଯୋଜନା କରିପାରିବେ । ଏହା ପିଲା ଅନୁଯାୟୀ ଶିକ୍ଷାକୁ ସୁନିଶ୍ଚିତ କରିବ । ବିବିଧ ବୁଦ୍ଧିମତ୍ତା ସିଦ୍ଧାନ୍ତ ଅନୁଯାୟୀ ବୁଦ୍ଧିମତ୍ତାର ପ୍ରକାର ଗୁଡିକ ହେଉଛି :
- ଭିଜୁଆଲ୍-ସ୍ପାଟିଆଲ୍ ବୁଦ୍ଧିମତ୍ତା ହେଉଛି ଏକ ମୌଳିକ ଜ୍ଞାନ ଯାହା ବସ୍ତୁ କିମ୍ବା କାର୍ଯ୍ୟକୁ ଶୂନ୍ୟରେ ଭିଜୁଆଲ୍ କରେ ଏବଂ ସେଗୁଡ଼ିକୁ ରୂପାନ୍ତର ଏବଂ ପରିଚାଳନା କରିବାର କ୍ଷମତାକୁ ଅନ୍ତର୍ଭୁକ୍ତ କରେ । ଇଞ୍ଜିନିୟର୍, କ୍ରୀଡ଼ାବିତ୍, ବୈଜ୍ଞାନିକ, ଅଭିନେତା, ଚିତ୍ରକାର ଓ କଳାକାରମାନେ ଏହି ବୁଦ୍ଧିମତ୍ତା ବ୍ୟବହାର କରନ୍ତି । ଏଥିରେ ନିମ୍ନଲିଖିତ କ୍ଷମତା ଅନ୍ତର୍ଭୁକ୍ତ:
- ବ୍ୟକ୍ତିଗତ ଅଭିଜ୍ଞତା, ଚିନ୍ତାଧାରା କିମ୍ବା କଳ୍ପନା ଆଧାରରେ କୌଣସି ବାହ୍ୟ ପ୍ରୋତ୍ସାହନ ନଥାଇ ଚିତ୍ର ଆଙ୍କିବା ।
- 3D ରେ ଏକ ସଂରଚନା କଳ୍ପନା କରିବା ଏବଂ ଏହାର ସଂକ୍ଷିପ୍ତ ପ୍ରାରୂପ ଅଙ୍କନ କରିବା ।
- ମୌଖିକ ଭାଷାଗତ ବୁଦ୍ଧିମତ୍ତା ଶବ୍ଦର ପ୍ରଭାବଶାଳୀ ବ୍ୟବହାର କରିଥାଏ । ଏହାର ଅର୍ଥ ନୁହେଁ ଯେ ଅନ୍ୟ ଭାଷା ଶିଖିବା । ଗୋଟିଏ ନିର୍ଦ୍ଦିଷ୍ଟ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ଭାଷାଗତ ବୁଦ୍ଧିମତ୍ତା ରହିଛି । ସଠିକ୍ ଶବ୍ଦ ବ୍ୟବହାର କରିବା ଏବଂ ଉଦ୍ଦେଶ୍ୟକୁ ବର୍ଣ୍ଣନା କରିବା ହେଉଛି ଏକ ଅପୂର୍ବ ଦକ୍ଷତା ।
- ତାର୍କିକ ବୁଦ୍ଧିମତ୍ତା, ଏହା ଅନ୍ୟ ବୁଦ୍ଧିମତ୍ତାଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଥାଏ :
- ବିସ୍ତୃତ ଚିନ୍ତନ ପ୍ରକ୍ରିୟା,
- ସଂଖ୍ୟା ଏବଂ ଗାଣିତିକ କାର୍ଯ୍ୟ,
- ପରୀକ୍ଷଣ କରିବା ଏବଂ ଅନୁସନ୍ଧାନ ପରିଚାଳନା କରିବା,
- ତର୍କ ଏବଂ କୌଶଳ ଗେମ୍ ଖେଳିବା,
- ପଜଲ୍, ପାର୍ଟନ୍, ଓ ସମ୍ପର୍କଗୁଡିକ ବୁଝିବା
- ଶାରୀରିକ-କ୍ରିୟାଶୀଳ ବୁଦ୍ଧିମତ୍ତା ଅଥବା ‘ଅଙ୍ଗଭଙ୍ଗୀ ଶିକ୍ଷଣ’’ ଅଥବା ଶାରୀରିକ ଶିକ୍ଷଣ ପ୍ରାୟତଃ ଅଭିନେତା, ଖେଳାଳୀ, ନୃତ୍ୟଶିଳ୍ପୀ ଏବଂ ମେଡିକାଲ୍ ସର୍ଜନମାନଙ୍କଠାରେ ଦେଖାଯାଏ । ସେମାନଙ୍କର ବହୁତ ଭଲ ଶାରୀରିକ ସମନ୍ୱୟ ଅଛି ଏବଂ ସେମାନେ ଶୁଣିବା କିମ୍ବା ଦେଖିବା ପରିବର୍ତ୍ତେ କାର୍ଯ୍ୟ କରିବା ଦ୍ୱାରା ମନେ ରଖନ୍ତି ।
- ସଂଗୀତ-ତାଳବଦ୍ଧ ବୁଦ୍ଧିମତ୍ତା ଅଧ୍ୟୟନରେ ସାହାଯ୍ୟ କରିବା ପାଇଁ ସଂଗୀତ ଏବଂ ଗୀତର ବ୍ୟବହାର କରିଥାଏ । ଏହି ବୁଦ୍ଧିମତ୍ତା ବିଶିଷ୍ଟ ବ୍ୟକ୍ତିମାନେ ବିଦ୍ୟାର୍ଥୀମାନଙ୍କ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଗୀତ ଓ ସଂଗୀତର ସାହାଯ୍ୟ ନେଇଥାନ୍ତି । ସଂଗୀତ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରେ ନାହିଁ, ବରଂ ସୂଚନାକୁ ପହଞ୍ଚାଇବାରେ ସହାୟକ ହୋଇଥାଏ ।
- ଆନ୍ତଃବ୍ୟକ୍ତିକ ବୁଦ୍ଧିମତ୍ତା ବିଚ୍ଛିନ୍ନ ଭାବରେ କାମ କରିଥାଏ । ଜଣେ ଆନ୍ତଃବ୍ୟକ୍ତିକ ବିଦ୍ୟାର୍ଥୀ ଏକାକୀ କାମ କରିବାକୁ ପସନ୍ଦ କରନ୍ତି, ଯାହା ‘ଅନ୍ତଃବ୍ୟକ୍ତିକ ବିଦ୍ୟାର୍ଥୀ’ଙ୍କ ଗୁଣର ବିପରୀତ । ଏମାନେ ଆତ୍ମ-ପ୍ରେରିତ ବିଦ୍ୟାର୍ଥୀ, ଯେଉଁମାନେ ବ୍ୟକ୍ତିଗତ ଲକ୍ଷ୍ୟ ସ୍ଥିର କରିବାକୁ ପସନ୍ଦ କରନ୍ତି ଏବଂ ସେହି ଚିନ୍ତାଧାରାକୁ ନେଇ ସ୍ୱାଧୀନ ଭାବରେ ଅଧ୍ୟୟନ କରିବାକୁ ପସନ୍ଦ କରନ୍ତି । ଅନ୍ୟମାନେ ସେହି ବିଚାରକୁ ନେଇ ଆଗକୁ ବଢିଥାନ୍ତି । ଉଦାହରଣ ସ୍ୱରୂପ, ମନେକର ଏକ ଶିଶୁ ବିମାନ ଚଳାଚଳକୁ ନେଇ ଅଭିଭୂତ । ଏପରି ପରିସ୍ଥିତିରେ, ଅଭିଭାବକମାନେ ବିମାନ ଚଳାଚଳ ଇତିହାସର ଏକ ଟାଇମଲାଇନ୍ କରିବାକୁ କିମ୍ବା ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ତାଲିକା କରିବାକୁ କହିପାରିବେ । ଆନ୍ତଃବ୍ୟକ୍ତିକ ବିଦ୍ୟାର୍ଥୀମାନଙ୍କୁ ନିୟୋଜିତ କରିବା ପାଇଁ ଆଉ ଗୋଟିଏ ଭଲ ଉପାୟ ହେଉଛି ଫିଲ୍ଡ ଟ୍ରିପ୍ ।
- ଅନ୍ତଃବ୍ୟକ୍ତିକ ବୁଦ୍ଧିମତ୍ତା ସେତେବେଳେ କାର୍ଯ୍ୟ କରିଥାଏ, ଯେତେବେଳେ ବିଦ୍ୟାର୍ଥୀ ସହଯୋଗୀ ଶିକ୍ଷଣରେ ନିୟୋଜିତ ହେବାକୁ ପସନ୍ଦ କରନ୍ତି । ଯେଉଁ ପିଲାମାନେ ଅନ୍ୟମାନଙ୍କ ସହ ମିଶିବାକୁ ଭଲ ପାଆନ୍ତି ଓ ବାହାରକୁ ଯିବାକୁ ପସନ୍ଦ କରନ୍ତି, ସେମାନେ ଗ୍ରୁପ୍ ରେ କିମ୍ବା ସାଥୀମାନଙ୍କ ସହ ପାରସ୍ପରିକ ଭାବେ ଶିକ୍ଷା କରିଥାନ୍ତି । ପାରସ୍ପରିକ ବିଦ୍ୟାର୍ଥୀମାନେ ଉପଯୁକ୍ତ ବ୍ୟକ୍ତିତ୍ୱ ପ୍ରକୃତିର ହୋଇଥାନ୍ତି । ସେମାନେ ବିଭିନ୍ନ କମିଟିକୁ ଯିବା, ଗୋଷ୍ଠୀ ଶିକ୍ଷା ପ୍ରୋଜେକ୍ଟରେ ଭାଗ ନେବା ଏବଂ ଅନ୍ୟ ବିଦ୍ୟାର୍ଥୀ ଓ ବୟସ୍କମାନଙ୍କ ସହିତ ଯୋଗାଯୋଗ କରିବାକୁ ଭଲ ପାଇଥାନ୍ତି । ଅନ୍ତଃବ୍ୟକ୍ତିକ ବିଦ୍ୟାର୍ଥୀମାନେ ଅନ୍ୟ ଜଣକୁ ସାକ୍ଷାତକାର ଦେବା କିମ୍ବା ଅନ୍ୟମାନଙ୍କ ସହିତ କାମ କରିବା କିମ୍ବା ବିବାଦର ମଧ୍ୟସ୍ଥତା କରିବାରେ ଆଗଭର ହୁଅନ୍ତି । ସେମାନେ ଯାହା ଜାଣନ୍ତି ତାହା ଅନ୍ୟମାନେ ଜାଣିବା ଲାଗି ପ୍ରୟାସ କରନ୍ତି ।
- ପ୍ରକୃତିବାଦୀ ବୁଦ୍ଧିମତ୍ତା, ଏ ପ୍ରକାର ବୁଦ୍ଧିମତା ଥିବା ପିଲାମାନେ ଘର ବାହାରକୁ ଯିବା, ପଶୁମାନଙ୍କୁ ଦେଖିବା, ଫିଲ୍ଡ ଟ୍ରିପ୍ କରିବାକୁ ଭଲ ପାଆନ୍ତି । ପ୍ରକୃତିରେ ଥିବା ଉଦ୍ଭିଦ, ପ୍ରାଣୀ, ପାହାଡ, ପର୍ବତ ଆଦି ଉଭୟ ଜୈବିକ ଓ ଅଜୈବିକ ଉପାଦାନଗୁଡିକ ପ୍ରତି ଏମାନଙ୍କର ଦୃଢ ଆକର୍ଷଣ ଥାଏ । ବାହାର କାର୍ଯ୍ୟକଳାପ ଯେପରିକି କ୍ୟାମ୍ପିଂ, ପଦଯାତ୍ରା, ଏବଂ ପାହାଡ ଚଢିବା ପ୍ରତି ମଧ୍ୟ ସେମାନଙ୍କର ଅଧିକ ଆଗ୍ରହ ହୋଇପାରେ ।
- ଅସ୍ତିତ୍ୱବାଦୀ ବୁଦ୍ଧିମତ୍ତା ବିଦ୍ୟାର୍ଥୀମାନଙ୍କୁ ଜୀବନକୁ ନେଇ ସେମାନଙ୍କର ଅନନ୍ୟ ଆଭିମୁଖ୍ୟ ସୃଷ୍ଟି କରିବାକୁ ଉତ୍ସାହିତ କରେ । ଏକ ଅସ୍ତିତ୍ୱବାଦୀ ଶ୍ରେଣୀଗୃହରେ ସାଧାରଣତଃ ଶିକ୍ଷକ ଏବଂ ବିଦ୍ୟାଳୟ ଅନ୍ତର୍ଭୁକ୍ତ, ଯେଉଁମାନେ ବିଦ୍ୟାର୍ଥୀମାନେ ଯାହା ଅନୁଭବ କରନ୍ତି ତାହା ଉପରେ ଧ୍ୟାନ ଦିଅନ୍ତି ଏବଂ ସେମାନେ ଯାହା ଅଧ୍ୟୟନ କରନ୍ତି ତାହା ବାଛିବା ପାଇଁ ଉତ୍ସାହିତ କରନ୍ତି । ଅସ୍ତିତ୍ୱବାଦିତା ହେଉଛି ଜିନ୍-ପଲ୍ ସାର୍ଟ୍ରେଙ୍କ ଦ୍ୱାରା ବିକଶିତ ଏକ ଦର୍ଶନ । ଶିକ୍ଷା ବ୍ୟବସ୍ଥାରେ ଅସ୍ତିତ୍ୱବାଦିତା ଏମିତି ଏକ ଶିକ୍ଷାଦାନ ଏବଂ ଶିକ୍ଷଣ ଦର୍ଶନକୁ ଚିତ୍ରଣ କରେ, ଯାହା ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ବାଛିବା ପାଇଁ ସ୍ୱାଧୀନତା ଏବଂ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇଥାଏ । ଅସ୍ତିତ୍ୱବାଦୀ ପ୍ରଶିକ୍ଷକମାନେ ବିଶ୍ୱାସ କରନ୍ତି ଯେ କୌଣସି ଇଶ୍ୱର କିମ୍ବା ଉଚ୍ଚ ଶକ୍ତିସମ୍ପନ୍ନ ଉପାଦାନ ସେମାନଙ୍କ ବିଦ୍ୟାର୍ଥୀମାନଙ୍କୁ ମାର୍ଗଦର୍ଶନ କରୁନାହାଁନ୍ତି ।
Embibe ପ୍ରଡକ୍ଟ/ଫିଚର: ଲର୍ଣ୍ଣ ଭିଡିଓ କ୍ୟାଟେଗୋରୀ, Mb
Embibe ଏହାର ସମସ୍ତ ଶିକ୍ଷଣ ବିଷୟବସ୍ତୁକୁ ଅତ୍ୟାଧୁନିକ AI କୁ ବ୍ୟବହାର କରି 74,000+ କନସେପ୍ଟର ଏକ ନଲେଜ୍ ଗ୍ରାଫରେ କୋଡ୍ କରିଛି । ଗ୍ରେଡ୍, ପରୀକ୍ଷା ଓ ଲକ୍ଷ୍ୟଗୁଡିକରେ ବିବିଧ ବୁଦ୍ଧିମତ୍ତାର କାର୍ଯ୍ୟକାରିତାକୁ ଏହା ସୁନିଶ୍ଚିତ କରେ । ପ୍ରତ୍ୟେକ ପଦକ୍ଷେପରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ମାଇକ୍ରୋଲର୍ଣ୍ଣିଂ ଅନ୍ତର ନିର୍ଣ୍ଣୟ କରିବାରେ ଏବଂ ଏହାକୁ କ୍ରିୟାଶୀଳ ଭାବରେ ଦୂର କରିବାରେ ସାହାଯ୍ୟ କରିବାକୁ Embibe ‘ଲର୍ଣ୍ଣ’ ବିଷୟବସ୍ତୁ ଭିତରେ ଡିପ୍ ମେଜରମେଣ୍ଟ ହୁକ୍ ବିକଶିତ କରିଛି ।