Saas ମାଧ୍ୟମରେ AIକୁ ଅନଲକ୍ କରିବା
ନିୟମ ଏବଂ ସର୍ତ୍ତାବଳୀ
ବ୍ୟବହାର ବିଷୟରେ ସୂଚନା
Indiavidual Learning Limited (Embibe କିମ୍ବା ଆମେ କିମ୍ବା ଆମ), କମ୍ପାନୀ ଅଧିନିୟମ, 1956 ଅନୁଯାୟୀ ଗଠିତ ଏକ କମ୍ପାନୀକୁ ଆପଣଙ୍କୁ ସ୍ଵାଗତ। ଏହାର ୱେବସାଇଟ୍ https://www.embibe.com/in-or ଏବଂ ଏଥି ସମ୍ବନ୍ଧୀୟ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API), ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନଲାଇନ୍ ସେବାସମୂହ (ସାମୂହିକ ଭାବେ, ୱେବସାଇଟ୍) ଆଦି କାର୍ଯ୍ୟ କରୁଛି।
ସେବାର ଏହି ସର୍ତ୍ତାବଳୀ ହେଉଛି ୱେବସାଇଟ୍ର ଆପଣଙ୍କ ବ୍ୟବହାର ସମ୍ବନ୍ଧରେ ଆପଣ ଏବଂ Embibe ମଧ୍ୟରେ ଏକ ଆଇନଗତ ଚୁକ୍ତିନାମା । ସହଜ ରିଫରେନ୍ସ ପାଇଁ ୱେବସାଇଟ୍ର ଭିଜିଟର୍ ଓ ୟୁଜରମାନଙ୍କୁ “ୟୁଜର୍” ଓ ଏମାନଙ୍କ ସମୂହକୁ “ୟୁଜର୍ ବୃନ୍ଦ” ଭାବେ ଧରାଯାଏ।
ଦୟାକରି ସେବାର ଏହି ସର୍ତ୍ତାବଳୀ ଧ୍ୟାନ ଦେଇ ପଢ଼ନ୍ତୁ। ୱେବସାଇଟ୍ରେ ରେଜିଷ୍ଟର କରିବା, ବ୍ରାଉଜ୍ ଆକ୍ସେସ୍ କରିବା କିମ୍ବା ବ୍ୟବହାର କରିବା ଦ୍ୱାରା ଏହା ଧରାଯାଏ ଯେ – Embibe ଗୋପନୀୟତା ନୋଟିସ୍ (https://www.embibe.com/in-or/privacy-policy/) ସମେତ ନୀତି ସମେତ ସେବା ସର୍ତ୍ତାବଳୀକୁ ପଢ଼ିଛନ୍ତି, ବୁଝିଛନ୍ତି ଓ ଏହାକୁ ପାଳନ କରିବାକୁ ରାଜି ହୋଇଛନ୍ତି। ତୃତୀୟ ପକ୍ଷ କଣ୍ଟେଣ୍ଟ୍ ନୀତି (ଏବଂ ଯେତେବେଳେ ଏହା ଲାଇଭ୍ କରାଯାଏ ଉପଯୁକ୍ତ URL ଅନ୍ତର୍ଭୂକ୍ତ କରନ୍ତୁ।) ଏବଂ କୌଣସି ଅତିରିକ୍ତ ନିର୍ଦ୍ଦେଶାବଳୀ (ନିମ୍ନରେ ବ୍ୟାଖ୍ୟା କରାଯାଇଛି |) (ସାମୂହିକ ଭାବେ ଏହାକୁ “ସର୍ତ୍ତାବଳୀ” କିମ୍ବା “ସେବା ସର୍ତ୍ତାବଳୀ” କୁହାଯାଏ)।
1. ଉପକ୍ରମ
ବ୍ୟବହାରର ଏହି ସର୍ତ୍ତାବଳୀ (“ବ୍ୟବହାର ସର୍ତ୍ତାବଳୀ” / “ସର୍ତ୍ତାବଳୀ”) ହେଉଛି Indiavidual Learning Limited (Embibe କିମ୍ବା ଆମେ କିମ୍ବା ଆମକୁ), କମ୍ପାନୀ ଅଧିନିୟମ, 1956 ଅନୁଯାୟୀ ଗଠିତ ଏକ କମ୍ପାନୀ ଏବଂ (ଆପଣ କିମ୍ବା ଆପଣମାନେ),ଜଣେ ୟୁଜର୍ ବା ବ୍ୟବହାରକାରୀ (ଯେପରି ନିମ୍ନରେ ଦର୍ଶାଯାଇଛି) ମଧ୍ୟରେ ଏକ ଆଇନଗତ ଚୁକ୍ତିନାମା । ବ୍ୟବହାରକାରୀ କହିଲେ ଯିଏ Embibe ୱେବସାଇଟ୍ https://www.embibe.com/in-or/ ଏବଂ ଏଥି ସମ୍ବନ୍ଧୀୟ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API’s), ମୋବାଇଲ୍ ଆପ୍ଲିକେସନ, Embibe ସେବାସମୂହ (ଯେପରି ନିମ୍ନରେ ଦର୍ଶାଯାଇଛି) ଅନ୍ୟ କୌଣସି ଉତ୍ପାଦ ଓ ସେବା ଯାହା Embibe ବର୍ତ୍ତମାନ ପ୍ରଦାନ କରୁଛି କିମ୍ବା ଭବିଷ୍ୟତରେ ପ୍ରଦାନ କରିପାରିବ (ସାମୂହିକ ଭାବେ “ପ୍ଲାଟଫର୍ମ”) ଆଦିକୁ ବ୍ୟବହାର କରନ୍ତି । ଏହି ବ୍ୟବହାର ସର୍ତ୍ତାବଳୀ କମ୍ପ୍ୟୁଟର, ଟାବଲେଟ୍, ମୋବାଇଲ୍ କିମ୍ବା ଅନ୍ୟ କୌଣସି ଷ୍ଟୋରେଜ୍ / ଟ୍ରାନ୍ସମିଟିଙ୍ଗ୍ ଉପକରଣ ଦ୍ୱାରା ପ୍ଲାଟଫର୍ମର ବ୍ୟବହାରକୁ ନିୟନ୍ତ୍ରଣ କରେ ।
Embibe ହେଉଛି ଏକ EdTech ପ୍ଲାଟଫର୍ମ ଯାହା ଲର୍ଣ୍ଣିଂ ଆଉଟକମ୍କୁ ଉନ୍ନତ କରେ । ୱେବସାଇଟ୍ରେ ପଞ୍ଜୀକରଣ କରିବା, ବ୍ରାଉଜ୍ ଆକ୍ସେସ୍ କରିବା କିମ୍ବା ବ୍ୟବହାର କରିବା ଦାରା ଆପଣ ସ୍ୱୀକାର କରିଛନ୍ତି ଯେ Embibe ଗୋପନୀୟତା ନୀତି (https://www.embibe.com/in-or/privacy-policy/) ସମେତ ବ୍ୟବହାର ପଢ଼ିଛନ୍ତି, ବୁଝିଛନ୍ତି ଓ ଏହାକୁ ପାଳନ କରିବାକୁ ରାଜି ହୋଇଛନ୍ତି । ଯଦି ଆପଣ ଏହି ବ୍ୟବହାର ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ସହିତ ସହମତ ନୁହଁନ୍ତି, ତେବେ ଦୟାକରି ଏହି ପ୍ଲାଟଫର୍ମକୁ ବ୍ୟବହାର କରନ୍ତୁ ନାହିଁ କିମ୍ବା ଏହାର ସେବାଗୁଡ଼ିକର ଲାଭ ଉଠାନ୍ତୁ ନାହିଁ ।
ସର୍ତ୍ତାବଳୀଗୁଡ଼ିକ ହେଉଛି ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 (ସଂଶୋଧିତ/ପୁନଃ-ପ୍ରଣିତ) (“IT Act”) ଓ ସେଥିରେ ଥିବା ନିୟମାବଳୀ ଅନୁଯାୟୀ ଇଲେକ୍ଟ୍ରୋନିକ୍ ରେକର୍ଡ ଏବଂ ସୂଚନାପ୍ରଯୁକ୍ତ ବିଦ୍ୟା (ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ବା ଆଚାର ସଂହିତା) ନିୟମ, 2021ର ନିୟମ 3 (1) ଅନୁଯାୟୀ ପ୍ରକାଶିତ ହୋଇଛି, ଯାହା ଅନୁଯାୟୀ ନିୟମ ଓ ଅଧିନିୟମ, ଗୋପନୀୟତା ନୀତି ଏବଂ ଆପ୍ଲିକେସନ୍ର ଆକ୍ସେସ୍ କିମ୍ବା ବ୍ୟବହାର ପାଇଁ ସର୍ତ୍ତାବଳୀ ପ୍ରକାଶ କରିବା ବାଧ୍ୟତାମୂଳକ ଥାଏ । ଏହି ଇଲେକ୍ଟ୍ରୋନିକ୍ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ୍ ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ କୌଣସି ଫିଜିକାଲ୍ କିମ୍ବା ଡିଜିଟାଲ୍ ଦସ୍ତଖତ ଆବଶ୍ୟକ କରେ ନାହିଁ ।
2. ପ୍ଲାଟଫର୍ମ ବ୍ୟବହାର କରିବାର ଯୋଗ୍ୟତା
ଏକ ବାଧ୍ୟତାମୂଳକ ଚୁକ୍ତିନାମା କରିବାକୁ ଆପଣ ଆଇନଗତ ଭାବରେ ଦକ୍ଷ ହେବା ଆବଶ୍ୟକ ଏବଂ ଆପଣ ବାସ କରୁଥିବା ରାଜ୍ୟ/ଦେଶରେ ଆପଣ ସାବାଳାକ ସ୍ଥିତି ହାସଲ କରିଥିବା ଆବଶ୍ୟକ । ଯଦି ଆପଣ ବାସ କରୁଥିବା ରାଜ୍ୟ/ଦେଶରେ ଆପଣ ଜଣେ ନାବାଳକ, ଅର୍ଥାତ୍ ଭାରତରେ 18 ବର୍ଷରୁ କମ୍ କିମ୍ବା ଏପରି ବୟସ ଶ୍ରେଣୀ ଯାହାକି ଆପଣଙ୍କ ରାଜ୍ୟ/ଦେଶରେ ନାବାଳକ ଭାବରେ ପରିଗଣିତ ହୁଏ, ଆପଣ ପ୍ଲାଟଫର୍ମ ବ୍ୟବହାର କିମ୍ବା ପଞ୍ଜୀକରଣ କରିବାକୁ ଯୋଗ୍ୟ ନୁହଁନ୍ତି । ଯଦି ଆପଣ ଆମର ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣଙ୍କର ବ୍ୟବହାର ପାଇଁ ଆପଣଙ୍କର ଆଇନଗତ ଅଭିଭାବକ କିମ୍ବା ଅଭିଭାବକଙ୍କ ଦ୍ୱାରା ଉପଲବ୍ଧ ହେବ । ପ୍ଲାଟଫର୍ମରେ ନିଜର ପିଲାମାନଙ୍କ ବ୍ୟବହାର ପାଇଁ ଅଭିଭାବକ କିମ୍ବା ଆଇନଗତ ଅଭିଭାବକ ଏହି ବ୍ୟବହାର ସର୍ତ୍ତାବଳୀ ପାଳନ କରିବାକୁ ରାଜି ହୁଅନ୍ତି। ଯଦି ଜଣେ ନାବାଳକ ପ୍ଲାଟଫର୍ମରେ ବ୍ୟବହାର କିମ୍ବା ପଞ୍ଜୀକରଣ କରେ, ଆମେ ଅନୁମାନ କରିବୁ ଯେ ସେ ଆଇନଗତ ଅଭିଭାବକ କିମ୍ବା ଅଭିଭାବକଙ୍କ ସହମତି ହାସଲ କରିଛି ଏବଂ ଏହିପରି ବ୍ୟବହାର ଆଇନଗତ ଅଭିଭାବକ କିମ୍ବା ଅଭିଭାବକଙ୍କ ଦ୍ୱାରା ହିଁ ଉପଲବ୍ଧ । ପ୍ଲାଟଫର୍ମରେ ବା ଏହାର କୌଣସି ସେବାରେ ନାବାଳକର ପଞ୍ଜୀକରଣ କିମ୍ବା ବ୍ୟବହାର ହେତୁ କୌଣସି ପରିଣାମ ପାଇଁ ଆମେ ଦାୟୀ ରହିବୁ ନାହିଁ ।
ଯଦି ୟୁଜର୍ ଏକ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ କିମ୍ବା ଜଣେ ବାୟର୍ ବା କ୍ରେତା ହୋଇଥାନ୍ତି, ଆପଣଙ୍କ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ ତରଫରୁ, ଆପଣ ସହମତ ଯେ, ଉପଭୋକ୍ତା ବ୍ୟବହାର ସର୍ତ୍ତାବଳୀ ପାଳନ କରିବେ, ଯଦି ଆପଣଙ୍କର ବିଦ୍ୟାଳୟ/ଶିକ୍ଷାନୁଷ୍ଠାନର Embibe ସହିତ ଏକ ପୃଥକ ଲିଖିତ ସେବା ଚୁକ୍ତି ରହିଥିବ, ଯେଉଁଥିରେ ଆପଣ, ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ ତରଫରୁ ଏହି ସର୍ତ୍ତାବଳୀ ଗ୍ରହଣ କରୁଥିବ।
ଆପଣ ପ୍ରତିନିଧିତ୍ୱ କରନ୍ତି ଏବଂ ୱାରେଣ୍ଟି ଦିଅନ୍ତି ଯେ ଆପଣ ପ୍ଲାଟଫର୍ମକୁ ଆକ୍ସେସ୍ ଏବଂ ବ୍ୟବହାର କରିବା ସମୟରେ ଆପଣ ସମସ୍ତ ପ୍ରଯୁଜ୍ୟ ନିୟମ ପାଳନ କରୁଛନ୍ତି। ଆପଣ କେବଳ ଏହି ବ୍ୟବହାର ସର୍ତ୍ତାବଳୀ ଏବଂ ପ୍ରଯୁଜ୍ୟ ନିୟମ ଅନୁଯାୟୀ ପ୍ଲାଟଫର୍ମ ବ୍ୟବହାର କରିବାକୁ ସହମତ ଅଟନ୍ତି ଏବଂ ଏମିତି ଭାବରେ ଯାହା Embibe କିମ୍ବା କୌଣସି ତୃତୀୟ ପକ୍ଷର ଆଇନଗତ ଅଧିକାରକୁ ଉଲ୍ଲଂଘନ କରେ ନାହିଁ।
3. ପରିବର୍ତ୍ତନ
3.1 “ସର୍ତ୍ତଗୁଡ଼ିକର ପରିବର୍ତ୍ତନ”: ପ୍ଲାଟଫର୍ମର ବ୍ୟବହାରକୁ ପ୍ରଭାବିତ କରୁଥିବା ନୂତନ ଅଭ୍ୟାସ କିମ୍ବା ପ୍ରଯୁକ୍ତିବିଦ୍ୟାକୁ ପ୍ରତିଫଳିତ କରିବାକୁ ଆମେ ସମୟ ସମୟରେ ଏହି ବ୍ୟବହାର ସର୍ତ୍ତାବଳୀ ଅପଡେଟ୍ କରିପାରୁ । ସଦ୍ୟତମ ସଂଶୋଧନ କିମ୍ବା ଅପଡେଟ୍ର ତାରିଖ ଟାଇଟଲ୍ର ଶୀର୍ଷରେ ଥାଏ। ଦୟାକରି ଏହି ବ୍ୟବହାର ସର୍ତ୍ତାବଳୀକୁ ଭଲଭାବେ ପଢ଼ନ୍ତୁ। Embibe ଯେଉଁ ସର୍ତ୍ତାବଳୀ ଅନୁଯାୟୀ ସେବାଗୁଡ଼ିକ ଯୋଗାଇଦେଉଛି, ତାହାକୁ ପରିବର୍ତ୍ତନ କରିବାର ଅଧିକାର Embibe ପାଖରେ ରହିଛି। ଯେଉଁଥିରେ Embibe ସେବା ପ୍ରଦାନର ବ୍ୟବହାର ସମ୍ପର୍କିତ ଚାର୍ଜ ଅନ୍ତର୍ଭୁକ୍ତ, କିନ୍ତୁ ସେତିକିରେ ସୀମିତ ନୁହେଁ। ବ୍ୟବସାୟ, ଆଇନଗତ ଏବଂ ନିୟାମକ ଆବଶ୍ୟକତା ଆଧାରରେ ସର୍ତ୍ତାବଳୀକୁ ଅଧିକ ପରିବର୍ତ୍ତନ କରାଯାଇପାରେ ଏବଂ ଏହା ଅନଲାଇନରେ ଅପଡେଟ୍ ହେବ। ଯେତେବେଳେ ବି ଚୁକ୍ତିନାମାଗୁଡ଼ିକରେ କୌଣସି ପରିବର୍ତ୍ତନ ହେବ, ଆମେ ଆପଣଙ୍କୁ ଜଣାଇବୁ । ଆପଣଙ୍କୁ ଏହି ସର୍ତ୍ତାବଳୀ ଏବଂ ଏଥିରେ କୌଣସି ପରିବର୍ତ୍ତନ ସମୀକ୍ଷା କରିବାକୁ, ସମୟ ସମୟରେ ଏହି ପୃଷ୍ଠାର ପରିଦର୍ଶନ କରିବାକୁ ପରାମର୍ଶ ଦେଉଛୁ ।
3.2 “Embibe ସେବାଗୁଡ଼ିକର ପରିବର୍ତ୍ତନ”: Embibe ସେବାଗୁଡ଼ିକରେ ଉପଲବ୍ଧ ଯେକୌଣସି ବିଷୟବସ୍ତୁ କିମ୍ବା ବୈଶିଷ୍ଟ୍ୟକୁ ନିଜ ଇଚ୍ଛାନୁସାରେ ଯେକୌଣସି ସମୟରେ ଯୋଡ଼ିବା, ପରିବର୍ତ୍ତନ କିମ୍ବା ଡିଲିଟ୍ କରିବାର ଅଧିକାର Embibe ପାଖରେ ରହିଛି ।
4. ସଂଜ୍ଞା
4.1 “ପ୍ରଯୁଜ୍ୟ ଆଇନ” କହିଲେ ସମସ୍ତ ପ୍ରଯୁଜ୍ୟ ଭାରତୀୟ ଆଇନ, ଅଧିନିୟମ, ନିୟମ, ନିୟାମକ, ଅଧ୍ୟାଦେଶ, ପ୍ରୋଟୋକଲ୍, ସଂକେତ, ନିର୍ଦ୍ଦେଶାବଳୀ, ନୀତି, ବିଜ୍ଞପ୍ତି, ନିର୍ଦ୍ଦେଶ, ବିଚାର, ଆଦେଶ କିମ୍ବା ଭାରତର କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରୁଥିବା କୌଣସି ସରକାରୀ କର୍ତ୍ତୃପକ୍ଷ କିମ୍ବା ବ୍ୟକ୍ତିଙ୍କ ଦ୍ୱାରା ହେଉଥିବା ଅନ୍ୟାନ୍ୟ ଆବଶ୍ୟକତା କିମ୍ବା ସରକାରୀ ନିର୍ଦ୍ଦେଶକୁ ବୁଝାଏ ;
4.2 “ବିଷୟବସ୍ତୁ” ରେ ଯେକୌଣସି ତଥ୍ୟ (କିନ୍ତୁ ସୀମିତ ନୁହେଁ) ଯେପରିକି ତଥ୍ୟ, ବିଷୟ, ଚିତ୍ର, ଭିଡିଓ, ଅବସ୍ଥାନ ତଥ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ କିମ୍ବା ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ଯେକୌଣସି ପ୍ରକାରର ସୂଚନା ଏବଂ ନିଃଶୁକ୍ଳ ବିଷୟବସ୍ତୁ ଆଦି ଅନ୍ତର୍ଭୁକ୍ତ ହେବ;
4.3 “ବୌଦ୍ଧିକ ସମ୍ପତ୍ତି ଅଧିକାର” ରେ ବୌଦ୍ଧିକ ସମ୍ପତ୍ତିର ସମସ୍ତ ରୂପରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଅଧିକାର, ଯାହା ଭାରତର ନିୟମ ଅନୁଯାୟୀ ରହିଛି ଏବଂ ଅନ୍ୟ ବିଚାର ପରିସରଭୁକ୍ତ ଥିବା ନିୟମ ଅନୁଯାୟୀ ଥିବା ଅନ୍ୟ ସମସ୍ତ ସମାନ ଅଧିକାର ଏବଂ ପେଟେଣ୍ଟ୍, ଟ୍ରେଡ୍ ମାର୍କ, କପିରାଇଟ୍, ଡିଜାଇନ୍ ଗୁଡ଼ିକ କିମ୍ବା ଅନ୍ୟଥା ଯେପରିକି ଏକ ଉଦ୍ଭାବନ, ଅଭିବ୍ୟକ୍ତି କିମ୍ବା ସାହିତ୍ୟିକ ସୃଷ୍ଟି, ଅନନ୍ୟ ନାମ, ବାଣିଜ୍ୟ ଗୋପନୀୟତା, ବ୍ୟବସାୟ ପଦ୍ଧତି, ଡାଟାବେସ୍, ଶିଳ୍ପ ପ୍ରକ୍ରିୟା, କମ୍ପ୍ୟୁଟର ପ୍ରୋଗ୍ରାମ, ଉତ୍ସ କୋଡ୍, ପ୍ରକ୍ରିୟା କିମ୍ବା ଉପସ୍ଥାପନା, ଭିଜୁଆଲ୍ ଇଣ୍ଟରଫେସ୍, ଗ୍ରାଫିକ୍ସ, ଡିଜାଇନ୍, ସଂକଳନ, ସୂଚନା, ବିଷୟବସ୍ତୁ, ଶିକ୍ଷଣୀୟ ଭିଡିଓ ଏବଂ କାର୍ଯ୍ୟ ଆଦି ଆଇନଗତ ଭାବରେ ସଂରକ୍ଷିତ ଉତ୍ପାଦ କିମ୍ବା ମାନବ ବୁଦ୍ଧିମତାର ପ୍ରକ୍ରିୟା ଆଦି ଏଥିରେ ଅନ୍ତର୍ଭୁକ୍ତ ।
4.4 “Embibe ତଥ୍ୟ”ର ଅର୍ଥ ହେଉଛି ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ବ୍ୟବହାରକାରୀ ନିଜ ଇଚ୍ଛାନୁସାରେ ପ୍ଲାଟଫର୍ମକୁ ପ୍ରଦାନ କରିଥିବା ବ୍ୟବହାରକାରୀ ସମ୍ବନ୍ଧୀୟ ଯେକୌଣସି ଓ ସମସ୍ତ ସୂଚନା ;
4.5 “Embibe ସେବା”ର ଅର୍ଥ ପରିସରରେ Embibe ଦ୍ୱାରା ପ୍ରଦତ୍ତ ନିମ୍ନ ସେବାଗୁଡ଼ିକୁ ଅନ୍ତର୍ଭୁକ୍ତ:
ଏହାର ୱେବସାଇଟ୍: https://www.embibe.com/in-or/; ମାଧ୍ୟମରେ ସେବା
ବ୍ୟକ୍ତିବିଶେଷଙ୍କ ପାଇଁ ଯେମିତିକି ର୍ୟାଙ୍କ୍ ଅପ୍ (https://seed.embibe.com/rankup) , ଜମ୍ପ୍ (https://seed.embibe.com/jump) , ଷ୍ଟଡି (https://seed.embibe.com/study) ଶିକ୍ଷକଙ୍କ ପାଇଁ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନର ବ୍ୟବହାର ପାଇଁ, Embibe ର ଉତ୍ପାଦ (https://seed.embibe.com/institute) ଅନ୍ତର୍ଭୁକ୍ତ, କିନ୍ତୁ କେବଳ ଏତିକିରେ ସୀମିତ ନୁହେଁ ;
Embibe ର API ବ୍ୟବହାର ଦ୍ୱାରା ପ୍ରଦାନ କରାଯାଇଥିବା କ୍ରେତା ସେବା ପାଇଁ ଯେକୌଣସି କ୍ରେତା ।
ଏବଂ ଅନ୍ୟ କୌଣସି ସେବା ଯାହା ଭବିଷ୍ୟତରେ ଏହାର ୟୁଜର୍ମାନଙ୍କୁ Embibe ଦ୍ୱାରା ପ୍ରଦାନ କରାଯାଇପାରେ ।
4.6 “ନିଃଶୁକ୍ଳ ବିଷୟବସ୍ତୁ” ଅର୍ଥାତ୍ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କ ପାଇଁ ମାଗଣାରେ ଉପଲବ୍ଧ ଯେକୌଣସି ବିଷୟବସ୍ତୁ।
4.7 “ବ୍ୟବହାରକାରୀ (ୟୁଜର୍) ବିଷୟବସ୍ତୁ” ର ଅର୍ଥ ହେଉଛି ପ୍ଲାଟଫର୍ମ ମାଧ୍ୟମରେ କିମ୍ବା ଏହାକୁ ସଂଯୋଗ କରି ଯେଉଁ ବିଷୟବସ୍ତୁକୁ ଆପଣ ଅପଲୋଡ୍ କରନ୍ତି, ସେୟାର୍ କରନ୍ତି କିମ୍ବା ପଠାନ୍ତି, ଯେପରିକି ଲାଇକ୍, ରେଟିଂ, ରିଭ୍ୟୁ, ପ୍ରତିଛବି, ଫଟୋ, ବାର୍ତ୍ତା, ପ୍ରୋଫାଇଲ୍ ସୂଚନା, ଏବଂ ଅନ୍ୟ କୌଣସି ସାମଗ୍ରୀ ଯାହାକୁ ଆପଣ ସାର୍ବଜନୀନ ଭାବେ ପ୍ରଦର୍ଶନ କରନ୍ତି କିମ୍ବା ଆପଣଙ୍କର ଆକାଉଣ୍ଟ ପ୍ରୋଫାଇଲ୍ରେ ପ୍ରଦର୍ଶିତ କରନ୍ତି; ଏବଂ
4.8 “ବ୍ୟବହାରକାରୀ (ୟୁଜର୍) / ବ୍ୟବହାରକାରୀମାନେ (ୟୁଜର୍ସ)” ର ଅର୍ଥ ହେଉଛି ପ୍ଲାଟଫର୍ମ ବ୍ୟବହାର କିମ୍ବା ପରିଦର୍ଶନ କରୁଥିବା ଶିକ୍ଷକ, ଶିକ୍ଷାନୁଷ୍ଠାନ, ବିଦ୍ୟାର୍ଥୀ, କିମ୍ବା ଯେକୌଣସି ବ୍ୟକ୍ତି ।
5. ୟୁଜର୍ ଆକାଉଣ୍ଟ, ପାସୱାର୍ଡ ଏବଂ ନିରାପତ୍ତା
ଯଦି ଆପଣ ଆମର ପ୍ଲାଟଫର୍ମକୁ ଆକ୍ସେସ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ଆକାଉଣ୍ଟ ସୃଷ୍ଟି କରିବାକୁ କୁହାଯିବ । ପ୍ଲାଟଫର୍ମରେ ଏକ ଆକାଉଣ୍ଟ କରିବାରୁ, ଆପଣଙ୍କୁ ଏକ ୟୁଜର୍ ନାମ ଓ ପାସୱାର୍ଡ ବାଛିବାକୁ ପଡ଼ିବ ଏବଂ ଆମକୁ କିଛି ସୂଚନା ପ୍ରଦାନ କରିବାକୁ ହେବ । ଏହି ସୂଚନା ଆମର ଗୋପନୀୟତା ନୀତି ଅନୁଯାୟୀ ସଂରକ୍ଷିତ, ଗଚ୍ଛିତ ଏବଂ ପ୍ରକ୍ରିୟାକୃତ ହେବ (https://www.embibe.com/in-or/privacy-policy/) ।
ଯଦି Embibe ଦ୍ୱାରା ଅନୁମତି ପ୍ରାପ୍ତ ହୁଏ, ତେବେ ଆପଣ ଫେସବୁକ୍, ଗୁଗୁଲ୍ କିମ୍ବା Embibe ଦ୍ୱାରା ସଂଯୁକ୍ତ ଅନ୍ୟ କୌଣସି ଆକାଉଣ୍ଟ ଏବଂ ସେମାନଙ୍କର ସମ୍ପୃକ୍ତ ଲଗ୍-ଇନ୍ ତଥ୍ୟ ସହିତ ଆପଣଙ୍କର ପୂର୍ବରୁ ଥିବା ଆକାଉଣ୍ଟ ବ୍ୟବହାର କରି ପ୍ଲାଟଫର୍ମରେ ପଞ୍ଜୀକୃତ କରିପାରନ୍ତି ।
ଆକାଉଣ୍ଟ ସେଟ୍ ଅପ୍ ସମୟରେ ଏବଂ ଆକାଉଣ୍ଟ ସେଟ୍ ଅପ୍ ପରେ ଆପଣଙ୍କୁ ସଠିକ୍, ନିର୍ଭୁଲ ଏବଂ ସଂପୂର୍ଣ୍ଣ ପଞ୍ଜୀକରଣ ସୂଚନା ପ୍ରଦାନ କରିବାକୁ ପଡ଼ିବ । ଆପଣଙ୍କର ପାସୱାର୍ଡର ସୁରକ୍ଷା ଏବଂ ଆପଣଙ୍କର ଆକାଉଣ୍ଟର ଯେକୌଣସି ବ୍ୟବହାର ପାଇଁ ଆପଣ ଦାୟୀ ରହିବେ । ଯଦି ଆପଣ ଆପଣଙ୍କର ପାସୱାର୍ଡ କିମ୍ବା ଆପଣଙ୍କ ଆକାଉଣ୍ଟର କୌଣସି ଅନଧିକୃତ ବ୍ୟବହାର ବିଷୟରେ ଜାଣନ୍ତି, ତେବେ ଆପଣ ([email protected]) କୁ ଏକ ଇମେଲ୍ ପଠାଇ ତୁରନ୍ତ Embibe କୁ ଜଣାଇବେ ବୋଲି ସହମତ ଅଛନ୍ତି ।
ଆପଣ ସହମତ ଅଟନ୍ତି ଯେ ଆପଣ କେବଳ ଗୋଟିଏ ୟୁଜର୍ ନାମରେ କେବଳ ଗୋଟିଏ ଆକାଉଣ୍ଟ ଖୋଲିବେ ଓ ବ୍ୟବହାର କରିବେ । ଆପଣଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ତରଫରୁ ଆପଣଙ୍କୁ ପଞ୍ଜୀକରଣ କିମ୍ବା ଏକ ଆକାଉଣ୍ଟ ଖୋଲିବାକୁ ଅନୁମତି ମିଳିବ ନାହିଁ ।
ଆପଣ ରାଜି ଯେ କୌଣସି ଜାଲିଆତି କରି ଆକାଉଣ୍ଟ ରେଜିଷ୍ଟର୍ କରିବେ ନାହିଁ କିମ୍ବା ବ୍ୟବହାର କରିବେ ନାହିଁ କିମ୍ବା ବ୍ୟବହାରକାରୀଙ୍କ ଲିଖିତ ଅନୁମତି ବିନା ଅନ୍ୟ ୟୁଜର୍ଙ୍କ ଆକାଉଣ୍ଟ ବ୍ୟବହାର କରିବେ ନାହିଁ ।
ଆପଣ ନିଶ୍ଚିତ କରିବେ ଯେ ପ୍ରତ୍ୟେକ ସେସନ୍ ଶେଷରେ ଆପଣ ନିଜ ଆକାଉଣ୍ଟରୁ ଏକ୍ଜିଟ୍ ବା ପ୍ରସ୍ଥାନ କରୁଛନ୍ତି ।
ଆପଣଙ୍କର ଆକାଉଣ୍ଟ ଏବଂ ପାସୱାର୍ଡର ଗୋପନୀୟତା ବଜାୟ ରଖିବା ଏବଂ ଆପଣଙ୍କର ଆକାଉଣ୍ଟ କିମ୍ବା ପାସୱାର୍ଡ ସହିତ ଘଟୁଥିବା ସମସ୍ତ କାର୍ଯ୍ୟକଳାପ ପାଇଁ ଆପଣ କେବଳ ଦାୟୀ ।
([email protected]) କୁ ଏକ ଅନୁରୋଧ ଦାଖଲ କରି ଆପଣ ଯେକୌଣସି ସମୟରେ ଆପଣଙ୍କର ଆକାଉଣ୍ଟ ଡିଲିଟ୍ / ପଞ୍ଜୀକରଣ ବାତିଲ୍ କରିପାରିବେ । ଆପଣଙ୍କର ଆକାଉଣ୍ଟ ଡିଲିଟ୍ କରିବା ପୂର୍ବରୁ ଆପଣଙ୍କ ଆକାଉଣ୍ଟକୁ ଯାଞ୍ଚ କରିବାକୁ Embibe ବ୍ୟବହାରକାରୀଙ୍କ ଠାରୁ ଅତିରିକ୍ତ ସୂଚନା ଆବଶ୍ୟକ କରିପାରନ୍ତି ।
6. ବ୍ୟବହାରକାରୀ ବିଷୟବସ୍ତୁ
ଆପଣ କେବଳ ଆପଣଙ୍କର ବ୍ୟକ୍ତିଗତ ବ୍ୟବହାର ପାଇଁ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତିପ୍ରାପ୍ତ ଏବଂ Embibe ଦ୍ୱାରା ସ୍ପଷ୍ଟ ଭାବରେ ଅନୁମତି ନଥିଲେ କୌଣସି ବ୍ୟବସାୟିକ ବ୍ୟବହାର କରିପାରିବେ ନାହିଁ । ପଞ୍ଜୀକରଣ ପାଇଁ ଦାଖଲ ହୋଇଥିବା ସୂଚନା ବ୍ୟତୀତ ପ୍ଲାଟଫର୍ମରେ ବିଷୟବସ୍ତୁ ପୋଷ୍ଟିଂ, ଦାଖଲ କିମ୍ବା ପ୍ରସାରଣ କରି Embibeକୁ ଓ୍ୱାର୍ଲ୍ଡଓ୍ୱାଇଡ୍, ନନ୍-ଏକ୍ସକ୍ଲୁସିଭ୍, ରୟାଲଟି ମୁକ୍ତ, ସ୍ଥାନାନ୍ତରଯୋଗ୍ୟ ସମ୍ପୂର୍ଣ୍ଣ ଦେୟ, କପି କରିବାକୁ ଲାଇସେନ୍ସ, ସାର୍ବଜନୀନ କ୍ରିୟାନ୍ୱିତ, ସାର୍ବଜନୀନ ପ୍ରଦର୍ଶନ, ପୁନଃ ସ୍ୱରୂପିତ, ଅନୁବାଦ, ଉଦ୍ଧୃତାଂଶ (ସମ୍ପୂର୍ଣ୍ଣ କିମ୍ବା ଆଂଶିକ) ପାଇଁ ଅନୁମତି ଦେଲେ ଏବଂ ଯେକୌଣସି ଉଦ୍ଦେଶ୍ୟରେ ବର୍ତ୍ତମାନ ଜଣାଥିବା ମାଧ୍ୟମ କିମ୍ବା ପରବର୍ତ୍ତୀ ସମୟରେ ଉଦ୍ଭାବିତ ଯେକୌଣସି ମାଧ୍ୟମ ମାଧ୍ୟମରେ କିମ୍ବା ଉପଭୋକ୍ତା ବିଷୟବସ୍ତୁ ବଣ୍ଟନ କରିବାକୁ ମଧ୍ୟ ଅନୁମତି ପ୍ରଦାନ କଲେ ବୋଲି ଧରାଯିବ ।
ଆମର ପ୍ଲାଟଫର୍ମ ବ୍ୟବହାର କରି ବ୍ୟବହାରକାରୀ ବିଷୟବସ୍ତୁ ପୋଷ୍ଟ କରିବା, ଦାଖଲ କରିବା କିମ୍ବା ପଠାଇବା ଦ୍ୱାରା ଆପଣ ସେହି ସୂଚନାକୁ ଆମ ସହିତ ସଂରକ୍ଷିତ କରିବା ଏବଂ ପୋଷ୍ଟିଂ, ରକ୍ଷଣାବେକ୍ଷଣ ଏବଂ ମାର୍କେଟିଂ ପାଇଁ ଏହିପରି ବ୍ୟବହାରକାରୀ ବିଷୟବସ୍ତୁ ବ୍ୟବହାର କରିବାର ଅଧିକାର Embibe କୁ ପ୍ରଦାନ କରନ୍ତି । ଆପଣ ସହମତ ଏବଂ ବୁଝିଛନ୍ତି ଯେ ଆପଣ ନିଶ୍ଚିତ ଭାବରେ ପ୍ଲାଟଫର୍ମରେ ଏହିପରି ବ୍ୟବହାରକାରୀ ବିଷୟବସ୍ତୁର ଦାଖଲର ମୂଲ୍ୟାଙ୍କନ କରିବେ ଏବଂ ନିଶ୍ଚିତ କରିବେ ଯେ ବ୍ୟବହାରକାରୀ ବିଷୟବସ୍ତୁ ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ । ଆପଣ ଏଠାରେ ସ୍ୱୀକାର କରନ୍ତି ଯେ ବ୍ୟବହାରକାରୀଙ୍କ ଦ୍ୱାରା Embibeକୁ ପ୍ରଦାନ କରାଯାଇଥିବା ବ୍ୟବହାରକାରୀ ବିଷୟବସ୍ତୁରୁ ସମସ୍ତ ଦାବିରୁ Embibeକୁ ପ୍ରତିରକ୍ଷା କରିବା ସହ କ୍ଷତି ପହଞ୍ଚାଇବେ ନାହିଁ ।
ଆପଣ ସ୍ୱୀକାର କରନ୍ତି ଯେ Embibe କୁ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଯେକୌଣସି ବ୍ୟବହାରକାରୀ ବିଷୟବସ୍ତୁକୁ ପ୍ରତ୍ୟାଖ୍ୟାନ, ଅପସାରଣ, ସଂଶୋଧନ, ଏବଂ ସ୍ଥାନାନ୍ତର କିମ୍ବା ଆକ୍ସେସ୍ ପ୍ରତିରୋଧ କରିବାର ଅଧିକାର Embibe ନିକଟରେ ରହିଛି । ତେବେ, ବ୍ୟବହାରକାରୀ ବିଷୟବସ୍ତୁର ସଠିକତା ଏବଂ ନିର୍ଭୁଲତା ଦର୍ଶାଇବାକୁ ବାଧ୍ୟତା ଆପଣଙ୍କ ପାଇଁ ରହିବ ।
ଆପଣ ସ୍ୱୀକାର ଏବଂ ସହମତ ଅଟନ୍ତି ଯେ ପ୍ଲାଟଫର୍ମର ଯେକୌଣସି ବ୍ୟବହାରକାରୀ ଦ୍ୱାରା ଦାଖଲ, ପ୍ରସାରିତ କିମ୍ବା ପୋଷ୍ଟ କରାଯାଇଥିବା କୌଣସି ବସ୍ତୁର ବିଷୟବସ୍ତୁ ପାଇଁ Embibe କିମ୍ବା କୌଣସି ତୃତୀୟ ପକ୍ଷ ସେବା ପ୍ରଦାନକାରୀ ଦାୟୀ ନୁହଁନ୍ତି ।
ଆପଣ ସ୍ୱୀକାର କରନ୍ତି ଯେ ସର୍ତ୍ତାବଳୀ ଏବଂ Embibeର ବିଷୟବସ୍ତୁ ଗାଇଡଲାଇନ, ଗୋପନୀୟତା ନୀତି କିମ୍ବା ସମୟ ସମୟରେ ଅପଡେଟ୍ ହେଉଥିବା କମ୍ପାନୀର ଅନ୍ୟ କୌଣସି ନୀତି କିମ୍ବା ପ୍ରଯୁଜ୍ୟ ନିୟମ କାନୁନ୍କୁ ଉଲଂଘନ କରୁଥିବା କୌଣସି ବିଷୟବସ୍ତୁ ଆପଣ Embibe ସେବାରେ ଅପଲୋଡ୍ କରିବେ ନାହିଁ । ଯଦି ଏମିତି କୌଣସି ବିଷୟବସ୍ତୁ Embibe ସେବାରେ ଓ ଆପଣଙ୍କ ଆକାଉଣ୍ଟରେ ଅପଲୋଡ୍ ହୋଇଥାଏ, ତାହା ଯେଉଁ ପ୍ରକାରରେ ହେଉ ଅବା ଯେଉଁ କାରଣ ପାଇଁ ହୋଇଥାଉ, ତେବେ ଆପଣ ନିଶ୍ଚିତ କରିବେ ଯେ ଏହିପରି ବିଷୟବସ୍ତୁ ତୁରନ୍ତ Embibe ସେବା ଏବଂ ଆପଣଙ୍କ ଆକାଉଣ୍ଟରୁ ତୁରନ୍ତ ଡିଲିଟ୍ କରିବେ ।
7. ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ବିଷୟବସ୍ତୁ
ଆପଣ ବୁଝିଛନ୍ତି ଯେ ଯେକୌଣସି ତଥ୍ୟ, ବିଷୟବସ୍ତୁ ଏବଂ ଏହାର ପରିପାଟୀ ଯାହା Embibe ବିଷୟବସ୍ତୁ ବୋଲି ଜଣାପଡ଼େ କିମ୍ବା Embibe ବିଷୟବସ୍ତୁ, ଯାହା Embibeର ମାଲିକାନାରେ ରହିଛି କିମ୍ବା Embibe ଏଥିପାଇଁ ଲାଇସେନ୍ସ ପ୍ରାପ୍ତ; ଏସବୁ କପିରାଇଟ୍ ଅଧିନରେ ଆସୁଛି କିମ୍ବା ତୃତୀୟ ପକ୍ଷ ଦ୍ୱାରା ବୌଦ୍ଧିକ ସମ୍ପତ୍ତି ଅଧିକାର ଅଧୀନରେ ଆସୁଛି । ପ୍ଲାଟଫର୍ମକୁ ଆକ୍ସେସ୍ କରିବା କିମ୍ବା ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ Embibeର କୌଣସି ବୌଦ୍ଧିକ ସମ୍ପତ୍ତି ଅଧିକାରର ମାଲିକାନା ହାସଲ ହେବ ନାହିଁ ।
ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ବିଷୟବସ୍ତୁ ଆପଣଙ୍କୁ କେବଳ ଏକାଡେମିକ୍ ଉଦ୍ଦେଶ୍ୟରେ ଉପଲବ୍ଧ ଏବଂ Embibe ଦ୍ୱାରା ସ୍ପଷ୍ଟ ଭାବରେ ଅନୁମତି ପାଇଥିବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଉପଲବ୍ଧ ହୋଇପାରେ ।
ପ୍ଲାଟଫର୍ମରେ ଦିଆଯାଇଥିବା ବିଷୟବସ୍ତୁର କୌଣସି ଅଂଶ କିମ୍ବା ଭାଗ ଡାଉନଲୋଡ୍, କପି, ଫଟୋସୁଟ୍ କିମ୍ବା ପ୍ରସାର କରିବାକୁ ଆପଣଙ୍କୁ ଅନୁମତି ନାହିଁ ।
8. ନିଃଶୁକ୍ଳ ବିଷୟବସ୍ତୁ
ପ୍ଲାଟଫର୍ମରେ ପଞ୍ଜୀକରଣ ହେବା ପରେ ବ୍ୟବହାରକାରୀଙ୍କୁ କିଛି ନିଃଶୁକ୍ଳ ବିଷୟବସ୍ତୁ ପ୍ରଦାନ କରାଯାଇପାରେ । ଏଭଳି ନିଃଶୁକ୍ଳ ବିଷୟବସ୍ତୁ Embibeର ଇଛା ଅନୁଯାୟୀ ପ୍ରଦାନ କରାଯାଇଥାଏ ଏବଂ ବ୍ୟବହାରକାରୀଙ୍କୁ ଜଣାଇ ଯେକୌଣସି ସମୟରେ ଏହାକୁ ଏକ ଦେୟ ସବ୍ସ୍କ୍ରିପ୍ସନ୍ରେ ରୂପାନ୍ତରିତ କରାଯାଇପାରେ ।
9. EMBIBE ଲାଇସେନ୍ସ ଅନୁଦାନ
ଏହି ବ୍ୟବହାର ସର୍ତ୍ତାବଳୀଗୁଡ଼ିକର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ, Embibe ଆପଣଙ୍କୁ ଏକ ବ୍ୟକ୍ତିଗତ, ସୀମିତ, ନନ୍ -ଏକ୍ସକ୍ଲୁସିଭ୍ , ସ୍ଥାନାନ୍ତରଅଯୋଗ୍ୟ, ଉପ-ଲାଇସେନ୍ସପ୍ରଦାନ ଅଯୋଗ୍ୟ, ପ୍ଲାଟଫର୍ମକୁ ଆକ୍ସେସ୍ କରିବାକୁ ପରିହାରଯୋଗ୍ୟ ଲାଇସେନ୍ସ ପ୍ରଦାନ କରିଥାଏ । ବ୍ୟବହାର ସର୍ତ୍ତାବଳୀ ଅନୁଯାୟୀ ଆକ୍ସେସ୍ ପାଇଁ ସୀମିତ ଅନୁମତି ଏବଂ ବ୍ୟବହାର ବ୍ୟତୀତ, ଆମେ ଆପଣଙ୍କୁ ପ୍ଲାଟଫର୍ମ ପାଇଁ ଅନ୍ୟ କୌଣସି ଅଧିକାର ପ୍ରଦାନ କରୁନାହୁଁ ।
ପ୍ଲାଟଫର୍ମର ବ୍ୟବହାର ପାଇଁ ଏକ ସର୍ତ୍ତ ଭାବରେ ଆପଣ ଏଠାରେ ପ୍ରତିନିଧିତ୍ୱ କରନ୍ତି ଏବଂ ୱାରେଣ୍ଟି ଦିଅନ୍ତି ଯେ ଆପଣ କୌଣସି ପ୍ରକାରର ପଦକ୍ଷେପ, ମେକାନିଜିମ୍ କିମ୍ବା ଟୁଲ୍ (ସଫ୍ଟୱେୟାର କିମ୍ବା ହାର୍ଡୱେୟାର) ବ୍ୟବହାର କରିବେ ନାହିଁ ଯାହା ପ୍ଲାଟଫର୍ମର କାର୍ଯ୍ୟରେ କିମ୍ବା କୌଣସି Embibe ସେବାରେ ବାଧା ସୃଷ୍ଟି କରିପାରେ ।
10. କଟକଣା
ଆପଣ ରାଜି, ସମ୍ମତି ପ୍ରଦାନ କରନ୍ତି ଏବଂ ନିଶ୍ଚିତ କରନ୍ତି ଯେ ଆପଣଙ୍କର ପ୍ଲାଟଫର୍ମର ବ୍ୟବହାର ନିମ୍ନଲିଖିତ ବାଧ୍ୟତାମୂଳକ ନୀତି ଦ୍ୱାରା କଠୋର ଭାବରେ ପରିଚାଳିତ ହେବ ଏବଂ ଆପଣ ଏସବୁ କରିବେ ନାହିଁ ବୋଲି ରାଜି:
10.1 ଆମର ପ୍ଲାଟଫର୍ମର କୌଣସି ସୁରକ୍ଷା ବୈଶିଷ୍ଟ୍ୟକୁ ନଷ୍ଟ, କ୍ଷତି କିମ୍ବା ହସ୍ତକ୍ଷେପ କରିବାକୁ କିମ୍ବା ଏସବୁ କରିବାକୁ ଚେଷ୍ଟା କରିବେ ନାହିଁ।
10.2 ଠକିବା, କୌଣସି ଛଳନାତ୍ମକ ଉପାୟ ବ୍ୟବହାର କିମ୍ବା ଅନ୍ୟପ୍ରକାରେ ନିୟମ ଉଂଲଘନ କିମ୍ବା ଅନ୍ୟ କୌଣସି ସଫ୍ଟୱେୟାର ଚଳାଇବାକୁ ଅଭିପ୍ରେତ କିମ୍ବା ତାହା କରିବାକୁ ଚେଷ୍ଟା କରିବେ ନାହିଁ ।
10.3 ଆପଣ ପ୍ଲାଟଫର୍ମ ମାଧ୍ୟମରେ ଦାଖଲ କରିଥିବା କିମ୍ବା ପୋଷ୍ଟ କରିଥିବା ସୂଚନା କିମ୍ବା ବ୍ୟବହାରକାରୀ ବିଷୟବସ୍ତୁ ବ୍ୟତୀତ ଆମର ପ୍ଲାଟଫର୍ମର କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ କିମ୍ବା ରୂପାନ୍ତର କରିବେ ନାହିଁ ।
10.4 କୌଣସି ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ, କୌଣସି ବିଷୟବସ୍ତୁ କିମ୍ବା ଉପାଦାନ କିମ୍ବା ପ୍ଲାଟଫର୍ମକୁ ଯେକୌଣସି ଆକ୍ସେସ୍କୁ Embibe ର ପୂର୍ବ ଲିଖିତ ଅନୁମତି ବିନା ପୁନଃପ୍ରକାଶନ, ନକଲ, କପି, ବିକ୍ରି, ବାଣିଜ୍ୟ, କିମ୍ବା ଉପଯୋଗ କରିବେ ନାହିଁ, ବ୍ୟବହାରକାରୀ ବିଷୟବସ୍ତୁ କିମ୍ବା ପଞ୍ଜୀକରଣ ସୂଚନା ଯାହା ଆପଣ ପ୍ଲାଟଫର୍ମ ମାଧ୍ୟମରେ ଦାଖଲ କିମ୍ବା ପୋଷ୍ଟ କରିଛନ୍ତି, ସେଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ନୁହେଁ ।
10.5 କୌଣସି ଅଟୋମେଟେଡ୍ ସିଷ୍ଟମ୍, ସଫ୍ଟଓ୍ୱେୟାର କିମ୍ବା ଡିଭାଇସ୍ ବ୍ୟବହାର କରି କିମ୍ବା ବ୍ୟବହାର କରିବାକୁ ପ୍ରୟାସ କରି, ପ୍ଲାଟଫର୍ମକୁ କିମ୍ବା ତାହା ମାଧ୍ୟମରେ ଯୋଗାଯୋଗ ସୃଷ୍ଟି ଏବଂ ପଠାଇବେ ନାହିଁ କିମ୍ବା ପ୍ଲାଟଫର୍ମର ବ୍ୟବହାର କରି ଆପଣ କୌଣସି ବ୍ୟକ୍ତିଙ୍କୁ ବିରକ୍ତ କିମ୍ବା ହଇରାଣ କରିବେ ନାହିଁ ।
10.6 ପ୍ଲାଟଫର୍ମରେ ଉପଲବ୍ଧ ସର୍ଚ୍ଚ ଇଞ୍ଜିନ୍ ଏବଂ ସର୍ଚ୍ଚ ଏଜେଣ୍ଟ ବ୍ୟତୀତ ପ୍ଲାଟଫର୍ମକୁ ନେଭିଗେଟ୍ କିମ୍ବା ସର୍ଚ୍ଚ କରିବା ପାଇଁ କୌଣସି ଇଞ୍ଜିନ୍, ସଫ୍ଟୱେର୍, ଟୁଲ୍, ଏଜେଣ୍ଟ୍, କିମ୍ବା ଅନ୍ୟ ଡିଭାଇସ୍ କିମ୍ବା ମେକାନିଜିମ୍ ( ବ୍ରାଉଜର୍, ସ୍ପାଇଡର୍, ରୋବଟ୍, ଅବତାର, କିମ୍ବା ଇଣ୍ଟେଲିଜେଣ୍ଟ୍ ଏଜେଣ୍ଟ୍ ସମେତ, କିନ୍ତୁ ସୀମିତ ନୁହେଁ) ବ୍ୟବହାର କରିବେ ନାହିଁ କିମ୍ବା ଏଥିପାଇଁ ଚେଷ୍ଟା କରିବେ ନାହିଁ ।
10.7 ପ୍ଲାଟଫର୍ମ ମାଧ୍ୟମରେ ଯେକୌଣସି ବେଆଇନ ସାମଗ୍ରୀ, କିମ୍ବା ସଫ୍ଟୱେୟାର ଭାଇରସ୍ କିମ୍ବା ଅନ୍ୟ କୌଣସି କମ୍ପ୍ୟୁଟର କୋଡ୍ ଧାରଣ କରିଥିବା ଅନ୍ୟ ସାମଗ୍ରୀ, କୌଣସି କମ୍ପ୍ୟୁଟର ସଫ୍ଟୱେୟାର କିମ୍ବା ହାର୍ଡୱେର କିମ୍ବା ଟେଲିକମ୍ ଉପକରଣର କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଡିଜାଇନ୍ ହୋଇଥିବା ସାମଗ୍ରୀ ଅପଲୋଡ୍, ପୋଷ୍ଟ, ଟ୍ରାନ୍ସମିଟ୍, ସେୟାର କିମ୍ବା ଅନ୍ୟ ବ୍ୟବହାର କରିବେ ନାହିଁ ।
10.8 ଅଶ୍ଳୀଳ, ଯୌନ ସମ୍ବନ୍ଧୀୟ, ଘୃଣ୍ୟ, ଭୟଭୀତ କିମ୍ବା ଧମକ ଦେଉଥିବା କିମ୍ବା Embibe କିମ୍ବା କୌଣସି ତୃତୀୟ ପକ୍ଷର ଅଧିକାରକୁ ଉଲ୍ଲଂଘନ କରୁଥିବା ଯେକୌଣସି ସାମଗ୍ରୀ ଅପଲୋଡ୍, ପ୍ରସାରଣ କିମ୍ବା ପୋଷ୍ଟ କରିବେ ନାହିଁ ।
10.9 ଅପମାନଜନକ, ଅଶ୍ଳୀଳ, ଯୌନାଚାର, ଶିଶୁଯୌନ ସମ୍ବନ୍ଧୀୟ, ଅନ୍ୟର ଗୋପନୀୟତାକୁ ଉଲ୍ଲଂଘନ କରୁଥିବା ପୋଷ୍ଟ ଅପଲୋଡ୍, ରୂପାନ୍ତର, ପ୍ରକାଶନ, ପୋଷ୍ଟ, ପ୍ରସାରଣ, କିମ୍ବା ସେୟାର କରିବାକୁ ପ୍ଲାଟଫର୍ମ ବ୍ୟବହାର କରିବେ ନାହିଁ ।
10.10 ଶାରୀରିକ ଗୋପନୀୟତା, ଲିଙ୍ଗ ଆଧାରରେ ଅପମାନ କିମ୍ବା ହତାଶ କରିବା, ଅପମାନଜନକ, ଅନ୍ତର୍ଭୁକ୍ତ
10.11 ବଂଶଗତ କିମ୍ବା ଜାତିଗତ ଭାବରେ ଆପତ୍ତିଜନକ, ଅର୍ଥ ହେର୍ଫେର୍କୁ ଉତ୍ସାହିତ କରିବା କିମ୍ବା
10.12 ଜୁଆଖେଳ, କିମ୍ବା କାର୍ଯ୍ୟକାରୀ ଥିବା ନିୟମର ଅସଙ୍ଗତି କିମ୍ବା ବିରୁଦ୍ଧାଚରଣ ଆଦି ଅନ୍ତର୍ଭୁକ୍ତ ।
10.13 ଆପଣ ପ୍ରସ୍ତୁତ କରିନଥିବା କିମ୍ବା ଆପଣଙ୍କ ପାଖେ ଅନୁମତି ନଥିବା ବିଷୟବସ୍ତୁର ପୋଷ୍ଟ, ପ୍ରସାରଣ କିମ୍ବା ସେୟାର କରିବା ଲାଗି ଆମର ପ୍ଲାଟଫର୍ମ ବ୍ୟବହାର କରିବେ ନାହିଁ ।
10.14 ଆମର ପୂର୍ବ ଲିଖିତ ଅନୁମତି ବ୍ୟତୀତ ପ୍ଲାଟଫର୍ମଟି କେବଳ ବ୍ୟକ୍ତିଗତ, ଅଣବ୍ୟବସାୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ । ତେଣୁ କୌଣସି ବାଣିଜ୍ୟିକ ବ୍ୟବହାର ପାଇଁ ପ୍ଲାଟଫର୍ମକୁ ବ୍ୟବହାର କରିବେ ନାହିଁ ।
10.15 ଆମର ପୂର୍ବ ଲିଖିତ ଅନୁମତି ବ୍ୟତୀତ କୌଣସି ବାଣିଜ୍ୟିକ କିମ୍ବା ବ୍ୟବସାୟିକ ବ୍ୟବହାର ପାଇଁ କୌଣସି ମାଲିକାନାର ସୂଚନା କୌଣସି ଉପାୟରେ କପି କିମ୍ବା ବଣ୍ଟନ କରିବେ ନାହିଁ ।
10.16 ଆପଣ ପ୍ରିଣ୍ଟ୍ କରିଥିବା କିମ୍ବା ଡାଉନଲୋଡ୍ କରିଥିବା କୌଣସି ବିଷୟବସ୍ତୁର ଆଂଶିକ ପରିବର୍ତ୍ତନ, ସଂଶୋଧନ କିମ୍ବା ପରିବର୍ତ୍ତନ କିମ୍ବା କାଗଜ କିମ୍ବା ଡିଜିଟାଲ୍ କପିର କୌଣସି ଭିନ୍ନରୂପ କରିବେ ନାହିଁ ।
10.17 ପ୍ଲାଟଫର୍ମର ଅନ୍ୟ ବ୍ୟବହାରକାରୀଙ୍କୁ ଅଯାଚିତ ଅଫର, ବିଜ୍ଞାପନ, ପ୍ରସ୍ତାବ, କିମ୍ବା ଜଙ୍କ୍ ମେଲ୍ କିମ୍ବା ସ୍ପାମ୍ ପଠେଇବେ ନାହିଁ ।
10.18 ପ୍ରଯୁଜ୍ୟ ନିୟମ ଦ୍ୱାରା ସ୍ପଷ୍ଟ ଭାବେ ଅନୁମତି ନଥାଇ ରିଭର୍ସ ଇଞ୍ଜିନିୟର୍, ବିଚ୍ଛେଦ, ବିଚ୍ଛିନ୍ନ କିମ୍ବା ଅନ୍ୟଥା ପ୍ଲାଟଫର୍ମର ଏହାର କୌଣସି ଅଂଶର ଉତ୍ସ କୋଡ୍ ଜାଣିବାକୁ ଉଦ୍ୟମ କରିବେ ନାହିଁ ।
10.19 ପ୍ଲାଟଫର୍ମର କାର୍ଯ୍ୟରେ ହସ୍ତକ୍ଷେପ କିମ୍ବା କ୍ଷତି ପହଞ୍ଚାଇବା, ଭାଇରସ୍, ଆଡୱେୟାର, ସ୍ପାଏୱେୟାର, ୱର୍ମ, କିମ୍ବା ଅନ୍ୟ କୌଣସି କ୍ଷତିକାରକ କୋଡ୍ ଯାହା କମ୍ପ୍ୟୁଟର ଉତ୍ସର କାର୍ଯ୍ୟକାରିତାକୁ ବାଧା ଦେବା, ନଷ୍ଟ କରିବା କିମ୍ବା ସୀମିତ କରିବା ପାଇଁ ଅଭିପ୍ରେତ, ସେସବୁ ଅପଲୋଡ୍ କିମ୍ବା ପ୍ରସାର କରିବେ ନାହିଁ ।
10.20 ଏଭଳି କୌଣସି ସୂଚନା ଅପଲୋଡ୍, ରୂପାନ୍ତର, ପ୍ରକାଶନ, ପ୍ରସାରଣ, ସଂରକ୍ଷଣ, ଅପଡେଟ୍ କିମ୍ବା ସେୟାର କରିବେ ନାହିଁ, ”ଯାହା ପିଲାଙ୍କ ପାଇଁ କ୍ଷତିକାରକ
10.21 ଯାହା ପ୍ରଯୁଜ୍ୟ ନିୟମକୁ ଉଲ୍ଲଂଘନ କରେ;
10.22 ବ୍ୟକ୍ତିଙ୍କୁ ବାର୍ତ୍ତାର ଉତ୍ପତ୍ତି ବିଷୟରେ କିମ୍ବା ଜାଣିଶୁଣି ଏବଂ ଠକିବା କିମ୍ବା ବିଭ୍ରାନ୍ତ କରିବା ଏବଂ ଉଦ୍ଦେଶ୍ୟମୂଳକ କୌଣସି ସୂଚନା ପଠାଇବା ଆଦି କରିବେ ନାହିଁ, ଯାହା ପ୍ରକୃତରେ ମିଥ୍ୟା କିମ୍ବା ବିଭ୍ରାନ୍ତକାରୀ କିନ୍ତୁ ଯୁକ୍ତିଯୁକ୍ତ ଭାବେ ଏକ ସତ୍ୟ ଭାବରେ ବିବେଚନା କରାଯାଇପାରେ;
10.23 ଅନ୍ୟ ଜଣେ ସେହି ବ୍ୟକ୍ତିଭାବେ ପ୍ରଦର୍ଶିତ କରିବେ ନାହିଁ;
10.24 ଭାରତର ଏକତା, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା କିମ୍ବା ସାର୍ବଭୌମତ୍ୱ, ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଦି ପ୍ରତି ବିପଦ ସୃଷ୍ଟି କରିବା, କିମ୍ବା ସାଧାରଣ ଆଦେଶ, କିମ୍ବା କୌଣସି ସଙ୍ଗୀନ ଅପରାଧ ଘଟାଇବା ଲାଗି ଉସୁକାଇବା କିମ୍ବା କୌଣସି ଅପରାଧର ଅନୁସନ୍ଧାନକୁ ରୋକିବା କିମ୍ବା ଅନ୍ୟ ଦେଶକୁ ଅପମାନିତ କରିବା ଭଳି କାର୍ଯ୍ୟ କରିବେ ନାହିଁ;
10.25 ଯାହା ସଂପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ଅସତ୍ୟ ଅଟେ, ଏବଂ ଆର୍ଥିକ ଲାଭ ପାଇଁ କୌଣସି ବ୍ୟକ୍ତି, ଅନୁଷ୍ଠାନ କିମ୍ବା ଏଜେନ୍ସିକୁ ବିଭ୍ରାନ୍ତ କରିବା କିମ୍ବା ହଇରାଣ କରିବା କିମ୍ବା କୌଣସି ବ୍ୟକ୍ତିକୁ ଆଘାତ ଦେବା ଉଦ୍ଦେଶ୍ୟରେ ଲିଖିତ କିମ୍ବା ପ୍ରକାଶିତ;
11. ଦାୟିତ୍ୱ ଅସ୍ୱୀକରଣ
11.1 EMBIBE ଏବଂ/କିମ୍ବା ଏହାର ସମ୍ବନ୍ଧୀୟ ସଂସ୍ଥା ଯେ କୌଣସି ଉଦ୍ଦେଶ୍ୟରେ ଆପ୍ଳିକେସନରେ ଥିବା ସୂଚନା, ସଫ୍ଟୱେୟାର ଏବଂ EMBIBE ସେବାଗୁଡ଼ିକର ଅନୁକୂଳତା, ଉପଯୁକ୍ତତା, ବିଶ୍ୱସନୀୟତା, ଉପଲବ୍ଧତା, ସଠିକ୍ ସମୟ ଓ ସଠିକତା ଆଦିକୁ ପ୍ରତିନିଧିତ୍ୱ କରେ ନାହିଁ । ଯେକୌଣସି ଉଦ୍ଦେଶ୍ୟରେ ସମସ୍ତ ପ୍ରକାରର ସୂଚନା, ସଫ୍ଟୱେୟାର ଏବଂ EMBIBE ସେବାଗୁଡ଼ିକ “ଯେପରି ଅଛି” ସ୍ଥିତିରେ ଏବଂ ବିନା ୱାରେଣ୍ଟିରେ ପ୍ରଦାନ କରାଯାଇଛି । EMBIBE ଏବଂ / କିମ୍ବା ଏହାର ସମ୍ବନ୍ଧିତ ଯୋଗାଣକାରୀମାନେ ସମସ୍ତ ନିୟୋଜିତ ୱାରେଣ୍ଟି ଏବଂ ବ୍ୟବସାୟର ସର୍ତ୍ତ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଫିଟନେସ୍, ଟାଇଟଲ୍ ଏବଂ ଅଣ-ଉଲ୍ଲଂଘନ ସମେତ ସୂଚନା, ସଫ୍ଟୱେୟାର, ଏବଂ EMBIBE ସେବା ସମ୍ପର୍କିତ ସମସ୍ତ ୱାରେଣ୍ଟି ଏବଂ ସର୍ତ୍ତାବଳୀକୁ ଅସ୍ୱୀକରଣ କରୁଛି ।
11.2 ଆପଣ ସ୍ୱତନ୍ତ୍ର ଭାବରେ ସହମତ ଅଟନ୍ତି ଯେ ଆପଣଙ୍କର ଟ୍ରାନ୍ସମିସନ୍ କିମ୍ବା ତଥ୍ୟର କିମ୍ବା କୌଣସି ବିଷୟବସ୍ତୁ କିମ୍ବା ପଠାଯାଇଥିବା ତଥ୍ୟ କିମ୍ବା ଗ୍ରହଣ କିମ୍ବା ପଠାଯାଇନଥିବା ତଥ୍ୟ କିମ୍ବା ଗ୍ରହଣ କରାଯାଇନଥିବା ତଥ୍ୟ ଆଦିର କୌଣସି ପ୍ରକାର ଅଣ-ଅଧିକୃତ ଆକ୍ସେସ୍ କିମ୍ବା ପରିବର୍ତ୍ତନ,କିମ୍ବା ପ୍ଳାଟଫର୍ମ ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ୍ ପାଇଁ Embibe ଦାୟୀ ନୁହେଁ ।
11.3 ଆପଣ ସ୍ୱତନ୍ତ୍ର ଭାବରେ ସହମତ ଅଟନ୍ତି ଯେ ବୌଦ୍ଧିକ ସମ୍ପତ୍ତି ଅଧିକାର ସମେତ ଅନ୍ୟମାନଙ୍କର ଅଧିକାରର ଉଲ୍ଲଂଘନ ପାଇଁ EMBIBE ଦାୟୀ କିମ୍ବା ଉତ୍ତରଦାୟୀ ନୁହେଁ । ଆପଣ ସ୍ୱତନ୍ତ୍ର ଭାବରେ ସହମତ ଅଟନ୍ତି ଯେ କୌଣସି ତୃତୀୟ ପକ୍ଷ ଦ୍ୱାରା ଆପ୍ଳିକେସନରେ ଥିବା ଏବଂ/କିମ୍ବା ବ୍ୟବହାର କରି କୌଣସି ସେବା ପଠାଇବା ପାଇଁ EMBIBE ଉତ୍ତରଦାୟୀ ନୁହେଁ ।
11.4 Embibe ସମସ୍ତ ଅପରେଟିଂ ସିଷ୍ଟମ୍, ସ୍ମାର୍ଟ ଫୋନ୍, ନେଟୱାର୍କ, ସେଗୁଡ଼ିକର ସମସ୍ତ ସଂସ୍କରଣର ଅନୁକୂଳତା ଦେବାର ଗ୍ୟାରେଣ୍ଟି ପ୍ରଦାନ କରେ ନାହିଁ । ସ୍ମାର୍ଟ ଫୋନ୍, ସାଇଟ୍, ଏବଂ ସଫ୍ଟୱେୟାରର ବ୍ୟବହାର ଏବଂ ସଫ୍ଟୱେୟାରର ଅଟୋମେଟିକ୍ ଅପଗ୍ରେଡ୍, କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ଅପରେଟିଂ ସିଷ୍ଟମ୍, ନେଟୱାର୍କ ଏବଂ ଆପ୍ଲିକେସନ୍ ସଫ୍ଟୱେୟାର ପାଇଁ ଅପଗ୍ରେଡ୍ ଆବଶ୍ୟକ ହୋଇପାରେ ।
11.5 ଆପଣଙ୍କ ଫୋନ୍ କିମ୍ବା ଡିଭାଇସ୍ରେ ପ୍ଲାଟଫର୍ମର କାର୍ଯ୍ୟ ପାଇଁ ଯେକୌଣସି ଆବଶ୍ୟକତା, ଯେପରିକି ପର୍ଯ୍ୟାପ୍ତ ବ୍ୟାଟେରୀ ବ୍ୟାକଅପ୍, ଇଣ୍ଟରନେଟ୍ ନେଟୱାର୍କ କ୍ଷମତା ଇତ୍ୟାଦି ହେଉଛି କେବଳ ଆପଣଙ୍କର ଦାୟିତ୍ୱ ।
11.6 EMBIBE ସେବା ପ୍ରଦାନ କରିବାରେ କିମ୍ବା ପ୍ରଦାନରେ ବିଫଳତା, କିମ୍ବା ପ୍ଳାଟଫର୍ମ ଜରିଆରେ ମିଳିଥିବା କୌଣସି ସୂଚନା, ସଫ୍ଟୱେୟାର ଏବଂ EMBIBE ସେବା କିମ୍ବା ଚୁକ୍ତିନାମା, ହାନୀ, ଅବହେଳା, କୌଣସି ବାଧ୍ୟବାଧକତା ଯୋଗୁଁ ହୋଇଥିବା କୌଣସି ଘଟଣା ଯେମିତିକି ପ୍ରତ୍ୟକ୍ଷ, ପରୋକ୍ଷ, ଦଣ୍ଡନୀୟ, ଆକସ୍ମିକ, ବିଶେଷ, ପରିଣାମଗତ କ୍ଷତି କିମ୍ବା କୌଣସି କ୍ଷତି ପାଇଁ EMBIBE ଏବଂ/କିମ୍ବା ଏହାର ସହଯୋଗୀମାନେ ଦାୟୀ ରହିବେ ନାହିଁ, ଏଭଳିକି EMBIBE କିମ୍ବା ଏହାର ସପ୍ଳାୟର୍ମାନଙ୍କୁ କ୍ଷତି ହେବାର ଆଶଙ୍କା ଥିବା ପରାମର୍ଶ ଦିଆଯାଇଥିଲେ ବି କେହି ଦାୟୀ ରହିବେ ନାହିଁ ।
11.7 ଆପଣ ସ୍ପଷ୍ଟ ଭାବରେ ସହମତ ଏବଂ ବୁଝିଛନ୍ତି ଯେ ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁ କେବଳ ଶିକ୍ଷାଗତ ସୂଚନା ଉଦ୍ଦେଶ୍ୟ ପାଇଁ ଅଟେ ଏବଂ ଏହା ଆପଣଙ୍କ ଏକାଡେମିକ୍ ପାଠ୍ୟକ୍ରମ ପାଇଁ ଏକ ବିକଳ୍ପ ନୁହେଁ । EMBIBE ଏବଂ ଏହାର ସହଯୋଗୀ, ସହାୟକ, ନିର୍ଦ୍ଦେଶକ, ଏଜେଣ୍ଟ ଏବଂ କର୍ମଚାରୀ, ଏବଂ ପ୍ଲାଟଫର୍ମ ସହିତ ସମ୍ପୃକ୍ତ ତୃତୀୟ ପକ୍ଷ ବିଷୟବସ୍ତୁ ସମ୍ବନ୍ଧରେ କିମ୍ବା କୌଣସି ଫଳାଫଳ ଏବଂ/କିମ୍ବା ପ୍ରବେଶିକା ପରୀକ୍ଷାର ଫଳାଫଳ କିମ୍ବା ଅନ୍ୟ କୌଣସି ପରୀକ୍ଷା ଯେମିତିକି ମକ୍ ଟେଷ୍ଟ, ପ୍ରଶ୍ନ, ଉତ୍ପାଦ, ଇଣ୍ଟରାକ୍ଟିଭ୍ ଅଧିବେଶନ ଏବଂ ପ୍ଲାଟଫର୍ମରେ ପ୍ରଦାନ କରାଯାଇଥିବା ଅନ୍ୟ କୌଣସି ସୂଚନା ସମ୍ପର୍କରେ କୌଣସି ପ୍ରକାରର କୌଣସି ୱାରେଣ୍ଟି ଦିଅନ୍ତି ନାହିଁ । ବ୍ୟବହାରକାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରସ୍ତୁତିରେ ଏହାର ଗୁଣବତ୍ତା ବଜାୟ ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଛି, ତେବେ ପ୍ଲାଟଫର୍ମରେ କିମ୍ବା କୌଣସି ୱେବସାଇଟ୍ ସହିତ ସଂଯୁକ୍ତ ଥିବା ତ୍ରୁଟି, ବିଚ୍ୟୁତି, କିମ୍ବା ବିବୃତ୍ତି ପାଇଁ EMBIBE ଏବଂ ଏହାର ସହଯୋଗୀ, ସହାୟକ, ନିର୍ଦ୍ଦେଶକ, ଏଜେଣ୍ଟ ଏବଂ କର୍ମଚାରୀମାନେ ଦାୟୀ ନୁହଁନ୍ତି ।
12. ପ୍ରାୟୋଜକ, ବିଜ୍ଞାପନଦାତା ଏବଂ ତୃତୀୟ ପକ୍ଷ
ପ୍ଲାଟଫର୍ମରେ ଅନ୍ୟ ୱେବସାଇଟ୍ / ଆପ୍ଲିକେସନ୍ (“ଲିଙ୍କ୍ ହୋଇଥିବା ସାଇଟ୍”)ର ଲିଙ୍କ୍ ରହିପାରେ । ଲିଙ୍କ୍ ହୋଇଥିବା ସାଇଟ୍ ଗୁଡ଼ିକ Embibeର ନିୟନ୍ତ୍ରଣରେ ନାହିଁ ଏବଂ କୌଣସି ଲିଙ୍କ୍ ହୋଇଥିବା ସାଇଟ୍ର ବିଷୟବସ୍ତୁ ପାଇଁ Embibe ଦାୟୀ ନୁହେଁ, ଏକ ଲିଙ୍କ୍ ହୋଇଥିବା ସାଇଟ୍ରେ ଥିବା କୌଣସି ଲିଙ୍କ୍କୁ ସୀମିତ ନକରି, କିମ୍ବା କୌଣସି ଲିଙ୍କ୍ ହୋଇଥିବା ସାଇଟ୍ରେ କୌଣସି ପରିବର୍ତ୍ତନ କିମ୍ବା ଅପଡେଟ୍ କିମ୍ବା କୌଣସି ଲିଙ୍କ୍ ହୋଇଥିବା ସାଇଟ୍ରେ ପ୍ରସାରିତ ଟ୍ରାନ୍ସମିସନ୍ ସୂଚନା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କୌଣସି ଲିଙ୍କ୍ ଅନ୍ତର୍ଭୁକ୍ତ କରିବାର ଅର୍ଥ ନୁହେଁ ଯେ ସାଇଟ୍କୁ Embibe ସମର୍ଥନ କରୁଛି କିମ୍ବା ଏହାର ଅପରେଟର୍ଙ୍କ ସହିତ କୌଣସି ସମ୍ବନ୍ଧ ରହିଛି । ପ୍ଲାଟଫର୍ମର ଏକ ଲିଙ୍କ୍ ଜରିଆରେ ଉପଲବ୍ଧ ତୃତୀୟ ପକ୍ଷ (ବିଜ୍ଞାପନଦାତା ଅନ୍ତର୍ଭୁକ୍ତ) ସହିତ ଯେକୌଣସି କାରବାର କିମ୍ବା ପଦୋନ୍ନତିରେ ଅଂଶଗ୍ରହଣ, ଦ୍ରବ୍ୟ ଏବଂ ସେବା ବିତରଣ ଏବଂ ଦେୟ ଏବଂ ଅନ୍ୟାନ୍ୟ କାରବାର, ୱାରେଣ୍ଟି କିମ୍ବା ଉପସ୍ଥାପନା ସମ୍ପର୍କିତ ସର୍ତ୍ତାବଳୀ କିମ୍ବା ପ୍ରମୋସନ୍, କେବଳ ଆପଣ ଏବଂ ବିଜ୍ଞାପନଦାତା କିମ୍ବା ଅନ୍ୟ ତୃତୀୟ ପକ୍ଷ ମଧ୍ୟରେ ହିଁ ସୀମିତ । ଏହିପରି କୌଣସି କାରବାର କିମ୍ବା ପ୍ରମୋସନ୍ର କୌଣସି ଅଂଶ ପାଇଁ Embibe ଦାୟୀ କିମ୍ବା ଉତ୍ତରଦାୟୀ ରହିବ ନାହିଁ ।
ଆପଣ ସ୍ୱୀକାର ଏବଂ ସହମତ ଅଟନ୍ତି ଯେ ଯେକୌଣସି ଲିଙ୍କ୍ ହୋଇଥିବା ସାଇଟ୍ ଗୁଡ଼ିକର ବ୍ୟବହାର ତୃତୀୟ ପକ୍ଷର ବ୍ୟବହାର ସର୍ତ୍ତାବଳୀ, ଲାଇସେନ୍ସ ଚୁକ୍ତିନାମା, ଗୋପନୀୟତା ନୀତି କିମ୍ବା ଏପରି ଅନ୍ୟାନ୍ୟ ଚୁକ୍ତିନାମା ଦ୍ୱାରା ପରିଚାଳିତ ହୋଇଥାଏ । EMBIBE କୌଣସି ସୂଚନାର ପ୍ରକାଶ କିମ୍ବା କୌଣସି ତୃତୀୟ ପକ୍ଷର ଅନ୍ୟ କୌଣସି ଅଭ୍ୟାସ ପାଇଁ ଯେକୌଣସି ଏବଂ ସମସ୍ତ ଦାୟିତ୍ୱକୁ ଅସ୍ୱୀକାର କରେ । EMBIBE ଆପଣଙ୍କର ବ୍ୟକ୍ତିଗତ କିମ୍ବା ଅନ୍ୟାନ୍ୟ ସୂଚନା ସମ୍ବନ୍ଧରେ ଯେକୌଣସି ୱାରେଣ୍ଟିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରେ ଯାହା କୌଣସି ତୃତୀୟ ପକ୍ଷ ଦ୍ୱାରା ସଂଗୃହିତ, ପ୍ରକ୍ରିୟାକୃତ, ସେୟାର କିମ୍ବା ରଖାଯାଇଥାଏ ।
13. ସମନ୍ୱିତ ସେବା
ଆମେ ଆପଣଙ୍କୁ ପ୍ଲାଟଫର୍ମ, କିମ୍ବା ଇଣ୍ଟରନେଟ୍ରେ ଥିବା ଅନ୍ୟ ପ୍ଲାଟଫର୍ମ କିମ୍ବା ସଂପୃକ୍ତ ବ୍ୟବହାରକାରୀଙ୍କ ଆକାଉଣ୍ଟ ମାଧ୍ୟମରେ ଆକ୍ସେସ୍ କରିବାକୁ ଅନୁମତି ଦେଇଥାଉ ଯେପରିକି Embibeର ଫେସବୁକ୍ ଆକାଉଣ୍ଟ (https://www.facebook.com/embibe.me/) (ଇଣ୍ଟିଗ୍ରେଟେଡ୍ ସେବା), ତେବେ ଏହା ଏଥିରେ ସୀମିତ ନୁହେଁ । ଏକ ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ବ୍ୟବହାର କରି (କିମ୍ବା ଅନ୍ୟଥା ଆକ୍ସେସ୍ ଅନୁମତି ଦେଇ) ପ୍ଲାଟଫର୍ମରେ ପଞ୍ଜୀକୃତ କରି, ଆପଣ ସ୍ୱୀକାର କରନ୍ତି ଯେ ଆମେ ଆପଣଙ୍କର ଇଣ୍ଟିଗ୍ରେଟେଡ୍ ସର୍ଭିସର ଆକାଉଣ୍ଟ ସୂଚନାକୁ ଆକ୍ସେସ୍ କରିପାରିବୁ, ଏବଂ ଆପଣ ଆପଣଙ୍କର ଆକ୍ସେସ୍ କିମ୍ବା ବ୍ୟବହାର ସମ୍ବନ୍ଧରେ ଇଣ୍ଟିଗ୍ରେଟେଡ୍ ସର୍ଭିସର ଯେକୌଣସି ସର୍ତ୍ତାବଳୀରେ ରାଜି । ପ୍ଲାଟଫର୍ମ, କିମ୍ବା ମୋବାଇଲ୍ ଆପ୍ଲିକେସନ୍ ପ୍ଲାଟଫର୍ମ କିମ୍ବା ଇଣ୍ଟରନେଟରେ ଥିବା ଅନ୍ୟ ପ୍ଲାଟଫର୍ମଗୁଡ଼ିକ ଯେପରି ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ମାଧ୍ୟମରେ ହୋଇପାରେ । ଆପଣ ସ୍ୱୀକାର କରନ୍ତି ଯେ ଯେକୌଣସି ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ହେଉଛି ଏକ ରେଫରେନ୍ସ ସାଇଟ୍, ଅର୍ଥାତ୍ ଏକ ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ଆକାଉଣ୍ଟ ଏବଂ ପ୍ଲାଟଫର୍ମ ଆକ୍ସେସ୍ କିମ୍ବା ବ୍ୟବହାର କାରଣରୁ କିମ୍ବା ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ମାଧ୍ୟମରେ ମୋବାଇଲ୍ ଆପ୍ଲିକେସନ୍ ପ୍ଲାଟଫର୍ମ କିମ୍ବା ଇଣ୍ଟରନେଟରେ ଅନ୍ୟ ପ୍ଲାଟଫର୍ମ ବ୍ୟବହାର କରିବା କାରଣରୁ ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ସହିତ ଆପଣଙ୍କର ପାରସ୍ପରିକ କାର୍ଯ୍ୟ ପାଇଁ ଆପଣ କେବଳ ଦାୟୀ ଅଟନ୍ତି । ଏହି ସର୍ତ୍ତାବଳୀ ପ୍ରଯୁଜ୍ୟ ନୁହେଁ, ଇଣ୍ଟିଗ୍ରେଟେଡ୍ ସର୍ଭିସ୍ର ବ୍ୟବହାରର ସର୍ତ୍ତାବଳୀ କିମ୍ବା ଗୋପନୀୟତା ନୀତିକୁ ଏହା ବଦଳାଇପାରିବ ନାହିଁ କିମ୍ବା ତାକୁ ଅତିକ୍ରମ କରିବ ନାହିଁ । ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଯେକୌଣସି ସହବନ୍ଧିତ ସର୍ଭିସ୍ ଆକାଉଣ୍ଟ ଯେପରିକି ଫେସବୁକ୍, ଗୁଗୁଲ୍ ଇତ୍ୟାଦି ଇଣ୍ଟିଗ୍ରେଟେଡ୍ ସର୍ଭିସ୍ ପରିଭାଷାରେ ବର୍ଣ୍ଣିତ ହେବ ଯଦିଓ ଏଠାରେ ସେଗୁଡିକ ଉଲ୍ଲେଖ କରାଯାଇ ନାହିଁ ।
14. 14. କ୍ଷତିପୂର୍ତ୍ତି
ଆପଣ Embibe ଏବଂ ଏହାର ସହଯୋଗୀ, ସହାୟକ କମ୍ପାନୀ, ନିର୍ଦ୍ଦେଶକ, ଏଜେଣ୍ଟ ଏବଂ କର୍ମଚାରୀ ଏବଂ ପ୍ଲାଟଫର୍ମ ସହ ସମ୍ପର୍କିତ ତୃତୀୟ ପକ୍ଷକୁ ଏହି ବ୍ୟବହାର ସର୍ତ୍ତାବଳୀର ଉଲଂଘନ କାରଣରୁ ସୃଷ୍ଟି ହୋଇଥିବା କୌଣସି କ୍ଷତି, ଖର୍ଚ୍ଚ ଏବଂ ବ୍ୟୟ, ଯୁକ୍ତିଯୁକ୍ତ ଆଟର୍ନି ଫି ଆଦିରେ ପ୍ରଯୁଜ୍ୟ ଆଇନ ଦ୍ୱାରା ଯେତେ ସମ୍ଭବ ଅଧିକ ସୁରକ୍ଷିତ ରଖିବା ସହ, କ୍ଷତିପୂରଣ କରିବାକୁ ରାଜି ଅଟନ୍ତି ।
15. ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଂଘନ
ଆମେ ଅନ୍ୟମାନଙ୍କର ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସମ୍ମାନ କରୁ ଏବଂ ଆପଣ ଏହି ବ୍ୟବହାର ସର୍ତ୍ତାବଳୀ ସମୟରେ ଏବଂ ପରେ ପ୍ଲାଟଫର୍ମରେ ଅଧିକାର ଥିବା ଅନ୍ୟ ସମସ୍ତଙ୍କର ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ Embibe ବୌଦ୍ଧିକ ମାଲିକାନା ଅଧିକାରକୁ ସୁରକ୍ଷା ଦେବାକୁ ରାଜି ଅଛନ୍ତି । ଆମେ ବ୍ୟବହାରକାରୀମାନଙ୍କୁ ଏପରି ବିଷୟବସ୍ତୁ ଅପଲୋଡ୍, ପୋଷ୍ଟିଂ କିମ୍ବା ଅନ୍ୟଥା ସାମଗ୍ରୀ ପଠାଇବାରେ ସୀମିତ ରଖୁ ଯାହା ତୃତୀୟ ପକ୍ଷର ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଉଲ୍ଲଂଘନ କରେ ।
ଯେତେବେଳେ ଆମେ କପିରାଇଟ୍ ରାଇଟ୍ ଆକ୍ଟ, 1957 ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ପାଉ, ତେବେ ଆମେ ତୁରନ୍ତ ବେଆଇନ ତଥା ନିୟମ ଉଲ୍ଲଂଘନ କରୁଥିବା ବିଷୟବସ୍ତୁକୁ ହଟେଇବୁ କିମ୍ବା ଅକ୍ଷମ କରିବାକୁ ଚେଷ୍ଟା କରିବୁ । ଆମେ ମଧ୍ୟ ଉଲ୍ଲଂଘନକାରୀଙ୍କ ଆକାଉଣ୍ଟକୁ ବନ୍ଦ କରି ପାରିବୁ ।
ଯଦି ଆପଣ ଜଣେ କପିରାଇଟ୍ ଅଧିକର୍ତ୍ତା କିମ୍ବା ଏହାର ଏଜେଣ୍ଟ ଅଟନ୍ତି ଏବଂ ଆପଣ ବିଶ୍ୱାସ କରନ୍ତି ଯେ ପ୍ଲାଟଫର୍ମରେ ଥିବା ଯେକୌଣସି ବିଷୟବସ୍ତୁ ଯାହା ଆପଣଙ୍କର କପିରାଇଟ୍କୁ ଉଲ୍ଲଂଘନ କରୁଛି, ଆପଣ ([email protected]) ରେ ଆମକୁ ଏକ ନୋଟିସ୍ ଦେଇପାରିବେ ।
16. ସମାପ୍ତି
ଯଦି ଆପଣ ଏହି ବ୍ୟବହାର ସର୍ତ୍ତାବଳୀରେ କୌଣସି ନିୟମ ଉଲ୍ଲଂଘନ କରନ୍ତି, Embibe, ଏହାର ଇଚ୍ଛାନୁସାରେ, ତୁରନ୍ତ ଆପଣଙ୍କ ଆକାଉଣ୍ଟର ସମାପ୍ତି, ସୀମିତ କିମ୍ବା ସ୍ଥଗିତ କରିପାରେ, ଆପଣଙ୍କର ପଞ୍ଜୀକରଣ, ଅନ୍ୟାନ୍ୟ ସୂଚନା, କିମ୍ବା ବ୍ୟବହାରକାରୀ ବିଷୟବସ୍ତୁକୁ ଡିଲିଟ୍ କରିପାରେ, ଏବଂ/କିମ୍ବା ଆପଣଙ୍କୁ ବିନା ନୋଟିସ୍ ରେ ପ୍ଲାଟଫର୍ମ ବ୍ୟବହାର କିମ୍ବା ଆକ୍ସେସ୍ କରିବା ଉପରେ ପ୍ରତିବନ୍ଧକ ଲଗାଇପାରେ ।
ଯଦି ଆପଣ ଆପଣଙ୍କର ମୋବାଇଲ୍ ଡିଭାଇସ୍ରେ ଆପଣଙ୍କର ଆକାଉଣ୍ଟ୍ ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ ଆପଣଙ୍କର ଡିଭାଇସ୍ରୁ ଆପ୍ଲିକେସନ୍ ଡିଲିଟ୍ କରି ଏବଂ ଆପ୍ଲିକେସନ୍ କିମ୍ବା ପ୍ଲାଟଫର୍ମ ମାଧ୍ୟମରେ ନିର୍ଦ୍ଦେଶାବଳୀ ଅନୁସରଣ କରି ତାହା କରିପାରିବେ ।
ଆପଣଙ୍କର ସର୍ତ୍ତାବଳୀ ସମାପ୍ତ ହେବା ପରେ, ଆପଣଙ୍କ ଆକାଉଣ୍ଟ୍ ର ସ୍ଥିତି ନିଷ୍କ୍ରିୟ ବୋଲି ଦେଖାଯିବ । ଏହିପରି ସମାପ୍ତି କେବଳ ବ୍ୟବହାରକାରୀଙ୍କ ଠାରୁ Embibe କୁ ଏକ ଲିଖିତ ନୋଟିସ୍ ପରେ ଦୃଶ୍ୟମାନ ହୋଇଥାଏ । ସମାପ୍ତି ପରେ, ଆପଣ ପ୍ଲାଟଫର୍ମକୁ ଆକ୍ସେସ୍ କିମ୍ବା ବ୍ୟବହାର କରିବାର ଅଧିକାର ହରାଇଥାନ୍ତି ।
17. ପ୍ରତିନିଧିତ୍ୱ ଏବଂ ୱାରେଣ୍ଟି
ଆପଣ ପ୍ରତିନିଧିତ୍ୱ, ୱାରେଣ୍ଟ ଏବଂ କ୍ଷତିପୂର୍ତ୍ତି କରନ୍ତି ଯେ ମେସେଜ୍ ଫିଚର ମାଧ୍ୟମରେ ପ୍ଲାଟଫର୍ମରେ ଯେକୌଣସି ଭିଡିଓ, ଚିତ୍ର, ପାଠ୍ୟ, ସଫ୍ଟୱେୟାର, ସୂଚନା କିମ୍ବା କୌଣସି ବିଷୟବସ୍ତୁ ପୋଷ୍ଟ, ଅପଲୋଡ୍ କିମ୍ବା ପ୍ରକାଶନ କରିବାକୁ ଆପଣଙ୍କର ଆବଶ୍ୟକ ଅଧିକାର, ଲାଇସେନ୍ସ, ଅନୁମୋଦନ କିମ୍ବା ଅନୁମତି ରହିଛି । ମେସେଜ୍ ଫିଚର୍ କହିଲେ ଏହା ବୁଝାଏ Embibe ପ୍ଲାଟଫର୍ମର ଏକ ˜ପପ୍-ଅପ୍ , ଯାହା ଯେକୌଣସି ପଞ୍ଜୀକୃତ କିମ୍ବା ପଞ୍ଜୀକୃତ ହୋଇନଥିବା ଯେକୌଣସି ବ୍ୟବହାରକାରୀଙ୍କୁ ସହାୟତା ଯୋଗାଇଥାଏ । ଆପଣ ଏଠାରେ ସ୍ୱୀକାର କରନ୍ତି ଯେ ଆମର ପ୍ଲାଟଫର୍ମରେ ଏସବୁକୁ ପୋଷ୍ଟ, ଅପଲୋଡ୍ କିମ୍ବା ପ୍ରକାଶନ କରି, ଆପଣ ଆମକୁ କୌଣସି ପ୍ରତିବନ୍ଧକ ବିନା ଏସବୁକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ।
18.ଦେୟ
Embibe ସବସ୍କ୍ରିପସନ୍ ଯୋଜନା କରିପାରିବ ଯାହା ପ୍ଲାଟଫର୍ମ ଏବଂ ସେବାଗୁଡିକର ବ୍ୟବହାରକୁ ଅନୁମତି ଦେବ । ଏହି ସବସ୍କ୍ରିପସନ୍ ଯୋଜନାଗୁଡିକ ପ୍ଲାଟଫର୍ମରେ ସମୟ ସମୟରେ ଉପଲବ୍ଧ ହୋଇପାରେ । ପ୍ଲାଟଫର୍ମର ବ୍ୟବହାର କାରଣରୁ ଦ୍ରବ୍ୟ ଏବଂ ସେବା ଟିକସ ସହିତ ଯେକୌଣସି ଟିକସ ପାଇଁ ଆପଣ ଦାୟୀ ଅଟନ୍ତି । କୌଣସି ଦେୟ ଫେରସ୍ତ ଯୋଗ୍ୟ ନୁହେଁ ।
ସବସ୍କ୍ରିପସନ୍ ଫି ପ୍ରଦାନ ନ କଲେ, ପ୍ଲାଟଫର୍ମକୁ ଆପଣଙ୍କର ଆକ୍ସେସ୍ ବନ୍ଦ କରିବାର ଅଧିକାର Embibe ନିକଟରେ ରହିଛି ।
19. ପ୍ଲାଟଫର୍ମ ସୂଚନା
ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ସୂଚନାକୁ କୌଣସି ତୃତୀୟ ପକ୍ଷକୁ ବିକ୍ରୟ କିମ୍ବା ଭଡାସୂତ୍ରରେ ଦିଏ ନାହିଁ । ଆପଣ ଏଠାରେ ସ୍ୱୀକାର କରନ୍ତି ଯେ ଯେତେବେଳେ ଆପଣ ପ୍ଲାଟଫର୍ମ ବ୍ୟବହାର କରନ୍ତି, ଆମେ ଆପଣଙ୍କ ଠାରୁ କିଛି ନିର୍ଦ୍ଦିଷ୍ଟ ତଥ୍ୟ ସଂଗ୍ରହ କରିପାରୁ । ଏହିପରି ସୂଚନା ସଂଗ୍ରହ ପ୍ଲାଟଫର୍ମରେ ଉପଲବ୍ଧ ଆମର ଗୋପନୀୟତା ନୀତି ଅନୁଯାୟୀ ହେବ ।
20. ଆପତ୍ତି ଏବଂ ଅଭିଯୋଗ
ଆପଣ ବୁଝିଛନ୍ତି ଯେ ଏହି ପ୍ଲାଟଫର୍ମ କିମ୍ବା ପ୍ଲାଟଫର୍ମରେ ଥିବା କୌଣସି ବିଷୟବସ୍ତୁ ବ୍ୟବହାର କରିବା ଦ୍ୱାରା ଆପଣ ପ୍ଲାଟଫର୍ମ ବିଷୟବସ୍ତୁ ଦେଖିପାରନ୍ତି, ଯେଉଁଗୁଡିକ ଆପଣଙ୍କ ବିଚାରରେ ଅପମାନଜନକ, ଅଶ୍ଳୀଳ କିମ୍ବା ଆପତ୍ତିଜନକ ହୋଇପାରେ, କିନ୍ତୁ ପ୍ଲାଟଫର୍ମ ବିଷୟବସ୍ତୁ ସେପରି ଭାବେ ଚିହ୍ନଟ ହୋଇପାରେ କିମ୍ବା ହୋଇନପାରେ । ଆପଣ ନିଜ ରିସ୍କରେ ପ୍ଲାଟଫର୍ମ ଏବଂ ଯେକୌଣସି ସମ୍ବନ୍ଧୀୟ ବିଷୟବସ୍ତୁ କିମ୍ବା ସେବା ବ୍ୟବହାର କରିବାକୁ ରାଜି ହୁଅନ୍ତି ଏବଂ ବିଷୟବସ୍ତୁ ପାଇଁ ଆମର କୌଣସି ଦାୟିତ୍ୱ ରହିବ ନାହିଁ ଯାହା ଆପଣଙ୍କୁ ଅପମାନଜନକ, ଅଶ୍ଳୀଳ କିମ୍ବା ଆପତ୍ତିଜନକ ଲାଗିପାରେ । ସମସ୍ତ ଅଭିଯୋଗ ([email protected]) ରେ ଇମେଲ୍ ମାଧ୍ୟମରେ ପଠାଯିବା ଉଚିତ୍ କିମ୍ବା ଆମକୁ ନିମ୍ନ ଠିକଣାରେ ଲେଖିବା ଉଚିତ୍:
ଧ୍ୟାନ ଦିଅନ୍ତୁ: ଲିଗାଲ୍ ଟିମ୍
ପ୍ରଥମ ମହଲା, ନଂ 150, ଟାୱାର୍ B, ଡାଇମଣ୍ଡ ଡିଷ୍ଟ୍ରିକ୍ଟ, ଓଲ୍ଡ ଏୟାରପୋର୍ଟ ରୋଡ୍, କୋଡିହାଲି, ବେଙ୍ଗାଲୁରୁ – 560008, କର୍ଣ୍ଣାଟକ, ଭାରତ
କିମ୍ବା
ଆପଣ ଆପଣଙ୍କର ଅନୁରୋଧ/ ଅଭିଯୋଗଗୁଡିକ ଗ୍ରିଭାନ୍ସ ଅଫିସରଙ୍କ ନିକଟକୁ ପଠାଇ ପାରିବେ ।
ନାମ: ରାଧା ନାୟାର
ଯୋଗାଯୋଗ ଇମେଲ୍: ([email protected])
21. ଆମ ସହିତ ଯୋଗାଯୋଗ
ବ୍ୟବହାର ସର୍ତ୍ତାବଳୀ ସମ୍ବନ୍ଧରେ ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି ତେବେ ଦୟାକରି ([email protected]) ରେ ଯୋଗାଯୋଗ କରନ୍ତୁ ।
22. ଫୋନ୍ କଲ୍, SMS ଏବଂ/କିମ୍ବା ଇ-ମେଲ୍ ଗ୍ରହଣ କରିବାକୁ ସମ୍ମତି:
ପ୍ଲାଟଫର୍ମରେ ଆପଣଙ୍କର ପଞ୍ଜୀକରଣ Embibe ଦ୍ୱାରା ଯୋଗାଯୋଗ କରିବାକୁ ଆପଣଙ୍କର ସମ୍ମତି ବୋଲି ବିବେଚନା କରାଯିବ, ଏହି ଯୋଗାଯୋଗ, (i) ଆପଣଙ୍କ ଦ୍ୱାରା ଦିଆଯାଇ ଥିବା ମୋବାଇଲ୍ ନମ୍ବରରେ (ii) SMS କିମ୍ବା ଇମେଲ୍ ନୋଟିଫିକେସନ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଫର୍ମରେ ବାର୍ତ୍ତା ମାଧ୍ୟମରେ (iii) ଚାଟ୍ ସପୋର୍ଟ ଟୁଲ୍; (iv) ଫେସବୁକ୍ ମେସେଞ୍ଜର, ଟ୍ୱିଟର, ଇନଷ୍ଟାଗ୍ରାମ୍ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ନେଟୱାର୍କ; (v) ହ୍ୱାଟସ୍ ଆପ୍, ଟେଲିଗ୍ରାମ, ଭାଇବର ଏବଂ ଅନ୍ୟାନ୍ୟ ଏହିପରି ମେସେଜିଂ ମାଧ୍ୟମ ଜରିଆରେ କରାଯିବ । ଆପଣ ସହମତ ଏବଂ ସ୍ୱୀକାର କରନ୍ତି ଯେ ଉପରୋକ୍ତ କୌଣସି ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ ପାଇଁ କୌଣସି ସମୟରେ Embibe ଦାୟୀ ରହିବ ନାହିଁ ।
23. ପ୍ଲାଟଫର୍ମ ଆକ୍ସେସ୍ ପାଇଁ ଦେୟ
ପ୍ଲାଟଫର୍ମକୁ ସାଇନ୍ ଅପ୍ କିମ୍ବା ଆକ୍ସେସ୍ କରିବାକୁ, ଆପଣଙ୍କୁ ଏକ ମାନକ ନେଟୱାର୍କ ଦେୟ ଦେବାକୁ ପଡିବ ଯାହା ଆପଣ ବହନ କରିବେ । ନେଟୱର୍କ ଅପରେଟରର ନିୟମ ଏବଂ ସର୍ତ୍ତାବଳୀ ଅନୁଯାୟୀ ବ୍ୟବହାରକାରୀଙ୍କ ନେଟୱର୍କ ଅପରେଟରରୁ ଆପଣ ଅତିରିକ୍ତ ଡାଟା ଚାର୍ଜ ନେଇପାରନ୍ତି । କୌଣସି ସମୟରେ ଏପରି ଦେୟ Embibe ବହନ କରିବ ନାହିଁ ।
24. ବିବିଧ
24.1 ପ୍ରଯୁଜ୍ୟ ଆଇନ ଏବଂ ପରିସର: ଏହି ବ୍ୟବହାର ସର୍ତ୍ତାବଳୀ ଭାରତର ଆଇନ ଦ୍ୱାରା ପରିଚାଳିତ । ପ୍ଲାଟଫର୍ମର ଆଉଟକମ୍ କିମ୍ବା ଏହି ବ୍ୟବହାର ସର୍ତ୍ତାବଳୀ ଅନୁଯାୟୀ ସୃଷ୍ଟି ହୋଇଥିବା କୌଣସି ବିବାଦ ସହ ଜଡିତ କୌଣସି ଦାବି କର୍ଣ୍ଣାଟକର ବେଙ୍ଗାଲୁରୁରେ ଅବସ୍ଥିତ ଉପଯୁକ୍ତ କୋର୍ଟଙ୍କ ବିଚାର ପରିସରଭୁକ୍ତ ହେବ । ଆପଣ ସ୍ୱୀକାର କରନ୍ତି ଯେ ବିପରୀତରେ କୌଣସି ନିୟମ କିମ୍ବା ଆଇନ ନିର୍ବିଶେଷରେ, କୌଣସି ଦାବି କିମ୍ବା କଜ୍ ଅଫ୍ ଆକ୍ସନ୍ ଯାହା ବ୍ୟବହାର ସର୍ତ୍ତାବଳୀ ସହିତ ସମ୍ପର୍କିତ, କିମ୍ବା ପ୍ଲାଟଫର୍ମର ବ୍ୟବହାର କାରଣରୁ ହୋଇଥାଏ, ଏପରି କ୍ଷେତ୍ରରେ ଦାବି ବା କଜ୍ ଅଫ୍ ଆକ୍ସନ୍ ର ଏକ ବର୍ଷ ମଧ୍ୟରେ ଏହା ଦାଖଲ ହେବା ଜରୁରୀ, ଅନ୍ୟଥା ଏହା ସବୁଦିନ ପାଇଁ ବନ୍ଦ ହୋଇଯିବ ।
24.2 ସହଭାଗୀତା ନାହିଁ: ଆପଣ ସ୍ୱୀକାର କରନ୍ତି ଯେ ଏହି ସର୍ତ୍ତାବଳୀ କିମ୍ବା ପ୍ଲାଟଫର୍ମର ଆକ୍ସେସ୍ କିମ୍ବା ବ୍ୟବହାର କାରଣରୁ ଆପଣଙ୍କ କିମ୍ବା ଅନ୍ୟ ପକ୍ଷ ଏବଂ Embibe ମଧ୍ୟରେ କୌଣସି ଜଏଣ୍ଟ ଭେଂଚର, ସହଭାଗୀତା, ନିଯୁକ୍ତି, କିମ୍ବା ଏଜେନ୍ସି ଭଳି ସମ୍ପର୍କ ହୁଏ ନାହିଁ ।
24.3 ଶିରୋନାମା: ଏହି ବ୍ୟବହାର ସର୍ତ୍ତାବଳୀରେ ବ୍ୟବହୃତ ଶିରୋନାମାଗୁଡିକ କେବଳ ରେଫରେନ୍ସ ଉଦ୍ଦେଶ୍ୟ ପାଇଁ ଅଟେ ଏବଂ କୌଣସି ପ୍ରକାରେ ବିଭାଗର ପରିସରକୁ ବ୍ୟାଖ୍ୟା କିମ୍ବା ସୀମିତ କରେ ନାହିଁ ।
24.4 ଗମ୍ଭୀରତା: ଯଦି ଏହି ବ୍ୟବହାର ସର୍ତ୍ତାବଳୀର କୌଣସି ବ୍ୟବସ୍ଥା ଲାଗୁ କରିବା ଅଯୋଗ୍ୟ ବୋଲି ଧରାଯାଏ, ତେବେ ଏହାକୁ ଲାଗୁ କରିବା ଯୋଗ୍ୟରେ ପରିଣତ କରିବା ପାଇଁ ସେହି ବ୍ୟବସ୍ଥାରେ ସଂଶୋଧନ ଅଣାଯିବ ।
24.5 ଅପ୍ରତ୍ୟାଶିତ ଘଟଣା: ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ରୋଗ, ବିପ୍ଳବ, ଦଙ୍ଗା, ନାଗରିକ ଉପଦ୍ରବ, ଧର୍ମଘଟ, ଲକଆଉଟ୍, ମହାମାରୀ, ସଂକ୍ରାମକ, ଲକଡାଉନ୍, ବନ୍ୟା, ଅଗ୍ନିକାଣ୍ଡ, କୌଣସି ସାର୍ବଜନୀନ ଉପଯୋଗୀତାର ବିଫଳତା, ମନୁଷ୍ୟକୃତ ବିପର୍ଯ୍ୟୟ, ଭିତ୍ତିଭୂମି ଅଚଳ କିମ୍ବା Embibe ର ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି କାରଣ ଫଳରେ ଆପ୍ଲିକେସନ୍ କିମ୍ବା ସବସ୍କ୍ରାଇବ୍ ବିଷୟବସ୍ତୁର କୌଣସି ଅଂଶ ଉପଲବ୍ଧ ନହେବା ଲାଗି Embibe କୌଣସିସ୍ଥିତିରେ ଦାୟୀ ରହିବ ନାହିଁ ।
24.5 ଅଧିତ୍ୟାଗ: ଆପଣଙ୍କର କିମ୍ବା ଅନ୍ୟମାନଙ୍କ ଦ୍ୱାରା ଏହି ବ୍ୟବହାର ସର୍ତ୍ତାବଳୀ ଉଲ୍ଲଂଘନ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ Embibe ର ବିଫଳତା ଏକ ଅଧିତ୍ୟାଗ ସୃଷ୍ଟି କରେ ନାହିଁ ଏବଂ ଏହିପରି ଉଲ୍ଲଂଘନ କିମ୍ବା ପରବର୍ତ୍ତୀ ଉଲ୍ଲଂଘନ Embibeର ଅଧିକାରକୁ ସୀମିତ କରିବ ନାହିଁ ।
24.6 ତିଷ୍ଠିରହିବା: ଏହି ବ୍ୟବହାର ସର୍ତ୍ତାବଳୀର ଯେକୌଣସି ଅବଧି ସମାପ୍ତ କିମ୍ବା ସମାପ୍ତି ହେଲେ ମଧ୍ୟ ଧାରା 11, 14 ଏବଂ 15 ର ନିୟମାବଳୀ ଅନୁଯାୟୀ ଆଇନଗତ ବାଧ୍ୟତା ତିଷ୍ଠି ରହିବ ।
24.7 ସଂପୂର୍ଣ୍ଣ ଚୁକ୍ତିନାମା: ପ୍ଲାଟଫର୍ମରେ ଥିବା ଏହି ବ୍ୟବହାରର ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତିକୁ ନେଇ ଆପଣଙ୍କ ଏବଂ Embibe ମଧ୍ୟରେ ସଂପୂର୍ଣ୍ଣ ଚୁକ୍ତିନାମା ହୋଇଛି ଏବଂ ଆପଣଙ୍କର ଏବଂ Embibe ମଧ୍ୟରେ ପୂର୍ବରୁ ହୋଇଥିବା କୌଣସି ଚୁକ୍ତିନାମାକୁ ଏହା ଅତିକ୍ରମଣ କରି ପ୍ଲାଟଫର୍ମର ବ୍ୟବହାରକୁ ନିୟନ୍ତ୍ରଣ କରେ ।
25. ପ୍ରତ୍ୟାହାର ନୀତି
Embibe ସତ୍ତ୍ୱାଧିକାରୀମାନଙ୍କର ଆଇନଗତ ଅଧିକାରଗୁଡିକୁ ସମ୍ମାନ କରେ ଏବଂ ଏଠାରେ ବର୍ଣ୍ଣିତ ହୋଇଥିବା ପ୍ରଭାବୀ ନୋଟିସ୍ ଏବଂ ଅପସାରଣ ପ୍ରକ୍ରିୟା ଗ୍ରହଣ କରିଛି । ଏହି ନୀତିର ଉଦ୍ଦେଶ୍ୟ ହେଉଛି ସେହି ପ୍ରକ୍ରିୟା ବ୍ୟବହାର କରିବାରେ ସତ୍ତ୍ୱାଧିକାରୀମାନଙ୍କୁ ମାର୍ଗଦର୍ଶନ ଦେଖାଇବା ଏବଂ ଉତ୍ସାହିତ କରିବା।
Embibe ପ୍ଲାଟଫର୍ମରେ ବିଭିନ୍ନ ଭିଡିଓ ପୋଷ୍ଟ କରିଛି ଯେଉଁଗୁଡିକ ବିଭିନ୍ନ ମିଡିଆ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ ହେଉଛି । ଆମେ ବୁଝିପାରୁଛୁ ଯେ ଭିଡିଓଗୁଡିକ ଏହି ମିଡିଆ ପ୍ଲାଟଫର୍ମରେ ଅଧିକ ବିସ୍ତାରର ଉଦ୍ଦେଶ୍ୟରେ ପ୍ରସ୍ତୁତକର୍ତ୍ତାଙ୍କ ଦ୍ୱାରା ଅପଲୋଡ୍ ହୋଇଛି । Embibe ସମେତ ତୃତୀୟ ପକ୍ଷ ବ୍ୟବହାର ପାଇଁ ପ୍ରସ୍ତୁତକର୍ତ୍ତାମାନେ ଏହିପରି ଭିଡିଓର ସୋର୍ସ କୋଡ୍ ପ୍ରଦାନ କରିଛନ୍ତି । Embibe ଉକ୍ତ ଭିଡିଓଗୁଡିକରେ କପିରାଇଟ୍ ଦାବି କରେ ନାହିଁ ।
Embibe ସଂଶୋଧିତ ଭାବରେ କପିରାଇଟ୍ ଅଧିନିୟମ, 1957 ଏବଂ କପିରାଇଟ୍ ନିୟମ, 2013 ରେ ସଂଶୋଧିତ, ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000, ଏବଂ ତାହା ଅନୁଯାୟୀ ପ୍ରସ୍ତୁତ କରାଯାଇ ଥିବା ନିୟମାବଳୀ । ଏହାର ଏକ ଅଂଶ ଭାବରେ, ଆମ ପ୍ଲାଟଫର୍ମରେ ରହୁଥିବା ବିଷୟବସ୍ତୁ କପିରାଇଟ୍ ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିଲେ Embibe ସେଗୁଡିକୁ ଅପସାରଣ କିମ୍ବା ଅକାମୀ କରିବା ସହ ଆଇନଗତ ସତ୍ତ୍ୱାଧିକାରୀଙ୍କ ଦ୍ୱାରା ଉଲ୍ଲଂଘନ ସମ୍ପର୍କିତ ଲିଖିତ ନୋଟିସ୍ ର ଉତ୍ତର ଦେଇପାରିବ ।
କପିରାଇଟ୍ ଉଲ୍ଲଂଘନ ସମ୍ପର୍କିତ ନୋଟିସ ଦାଖଲ କରିବାକୁ, ଦୟାକରି Indiavidual Learning Limited, ପ୍ରଥମ ମହଲା, ନଂ.150, ଟାୱାର B, ଡାଇମଣ୍ଡ ଡିଷ୍ଟ୍ରିକ୍ଟ, ପୁରୁଣା ଏୟାରପୋର୍ଟ ରୋଡ୍, କୋଡିହାଲି, ବେଙ୍ଗାଲୁରୁ – 560008, କର୍ଣ୍ଣାଟକ, ଭାରତ ଠିକଣାରେ ପଠାନ୍ତୁ କିମ୍ବା ([email protected]) କୁ ଇମେଲ୍ କରନ୍ତୁ । ନୋଟିସ୍ ସହ ନିମ୍ନଲିଖିତ ପ୍ରଦାନ କରିବେ –
1. କପିରାଇଟ୍ ହୋଇଥିବା କାର୍ଯ୍ୟର ଚିହ୍ନଟିକରଣ ଯାହା ଆପଣ ଦାବି କରିଛନ୍ତି ଯେ ଉଲ୍ଲଂଘନ କରାଯାଇଛି
2. ନିର୍ଦ୍ଦିଷ୍ଟ ତଥ୍ୟ / ବିଷୟବସ୍ତୁର ଚିହ୍ନଟିକରଣ ଯାହା ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି ଏବଂ ତଥ୍ୟ / ବିଷୟବସ୍ତୁ ଖୋଜିବା ପାଇଁ Embibe ପାଇଁ ଯଥେଷ୍ଟ ହେବା ଭଳି ସୂଚନା (ଏକ URL ପ୍ରଦାନ କରି, ଇତ୍ୟାଦି) ।
3. ସଦଭାବନା ସହିତ ଏକ ବିବୃତ୍ତି ଯାହାକୁ ଆପଣ ବିଶ୍ୱାସ କରନ୍ତି ଯେ ସତ୍ତ୍ୱାଧିକାରୀ, ପ୍ଲାଟଫର୍ମର ବ୍ୟବହାର କରିବା ପାଇଁ ଏହାର ଏଜେଣ୍ଟ କିମ୍ବା ଆଇନ ଦ୍ୱାରା ଅନୁମୋଦିତ ନୁହେଁ ।
4. ଯଦି ଆପଣ ସତ୍ତ୍ୱାଧିକାରୀ ନୁହଁନ୍ତି, ସତ୍ତ୍ୱାଧିକାରୀଙ୍କ ସହିତ ଆପଣଙ୍କର ସମ୍ପର୍କର ବର୍ଣ୍ଣନା ।
5. ସତ୍ତ୍ୱାଧିକାରୀଙ୍କ ତରଫରୁ କାର୍ଯ୍ୟ କରିବାକୁ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଦସ୍ତଖତ କିମ୍ବା ଇଲେକ୍ଟ୍ରୋନିକ୍ ଦସ୍ତଖତ ।
6. ଆପଣଙ୍କର ନାମ, ଠିକଣା ଏବଂ ଟେଲିଫୋନ୍ ନମ୍ବର ସହିତ ଆପଣଙ୍କର ଯୋଗାଯୋଗ ସୂଚନା ।
7. ଏକ ବିବୃତ୍ତି ଯେ ନୋଟିସ୍ ରେ ଥିବା ସସସ୍ତ ସୂଚନା ସଠିକ୍ ଏବଂ ଆପଣଙ୍କ ଜ୍ଞାନ ଅନୁଯାୟୀ ସତ୍ୟ ଅଟେ ଏବଂ ଆପଣ ସତ୍ତ୍ୱାଧିକାରୀ ଅଟନ୍ତି କିମ୍ବା ସତ୍ତ୍ୱାଧିକାରୀଙ୍କ ତରଫରୁ କାର୍ଯ୍ୟ କରିବାକୁ ଅନୁମତିପ୍ରାପ୍ତ ।